Trump Birthday Threat / ଜନ୍ମଦିନରେ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର; ହ୍ଵାଇଟ୍ ହାଉସ୍ରେ ହୋଇଥାନ୍ତା ଡ୍ରୋନ୍ ଆକ୍ରମଣ
·3 hours ago·2 min read

Key Points
ଟ୍ରମ୍ପଙ୍କ ଜନ୍ମଦିନ ପାର୍ଟିର ଭିଡ଼ ଭିତରେ ବିସ୍ଫୋଟକ ଡ୍ରୋନ୍ ଉଡ଼ାଇ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଆକ୍ରମଣ ପରେ ଦଳାଚକଟା ପରିସ୍ଥିତିର ସୁଯୋଗ ନେଇ ଆକ୍ରମଣକାରୀ ସେମାନଙ୍କ ତାଲିକାରେ ଥିବା ନେତାଙ୍କୁ ଟାର୍ଗେଟ୍ କରିଥାନ୍ତେ ।
ନୂଆଦିଲ୍ଲୀ: ହଜାର ହଜାର ସଂଖ୍ୟାରେ ଭିଡ଼ । ଆମେରିକାର ସବୁଠୁ ସୁରକ୍ଷିତ ହ୍ଵାଇଟ୍ ହାଉସ୍, UFC ଇଭେଣ୍ଟ । ବର୍ଥ ଡେ ବୟ୍ ଡୋନାଲ୍ଡ ଟ୍ରମ୍ପ... ହଲିଉଡ୍ ଥ୍ରୀଲର୍ ଭଳି ଲାଗୁଥିବା ଏହି କାହାଣୀ ପଛରେ ରହିଛି ଭୟଙ୍କର ଷଡ଼ଯନ୍ତ୍ର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ପାଇଁ ଏଭଳି ଭୟଙ୍କର ଷଡ଼ଯନ୍ତ୍ର ରଚା ଯାଇଥିବା ଦାବି କରିଛି ଆମେରିକୀୟ ଏଜେନ୍ସି ।
ଆମେରିକୀୟ ଏଜେନ୍ସିର ଦାବି ଅନୁସାରେ, ଟ୍ରମ୍ପଙ୍କ ଜନ୍ମଦିନ ପାର୍ଟିର ଭିଡ଼ ଭିତରେ ବିସ୍ଫୋଟକ ଡ୍ରୋନ୍ ଉଡ଼ାଇ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଆକ୍ରମଣ ପରେ ଦଳାଚକଟା ପରିସ୍ଥିତିର ସୁଯୋଗ ନେଇ ଆକ୍ରମଣକାରୀ ସେମାନଙ୍କ ତାଲିକାରେ ଥିବା ନେତାଙ୍କୁ ଟାର୍ଗେଟ୍ କରିଥାନ୍ତେ । ତେବେ ଷଡ଼ଯନ୍ତ୍ରକୁ ପଣ୍ଡ କରି ଦେଇଥିବା ଦାବି କରିଛି FBI ।
ଏଥିସହ ପଢ଼ନ୍ତୁ: ଆମେରିକା ସହ ୧୦୭ ଦିନର ଯୁଦ୍ଧ; ଶାନ୍ତି ଚୁକ୍ତିରେ ଇରାନକୁ ମିଳିଲା କ'ଣ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଜନ୍ମଦିନରେ ହ୍ଵାଇଟ୍ ହାଉସ୍ରେ UFC ଇଭେଣ୍ଟ ଆୟୋଜିତ କରିଥିଲେ । ଆଉ ଉକ୍ତ ଇଭେଣ୍ଟରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚା ଯାଇଥିଲା । FBIର ଦାବି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ଯୋଜନାବଦ୍ଧ ଆକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ରୋକି ଦିଆ ଯାଇଛି ।
ଏଏଫ୍ପି ରିପୋର୍ଟ ଅନୁସାରେ, ଷଡ଼ଯନ୍ତ୍ରରେ ସାମିଲ୍ ଥିବା ୫ ଜଣଙ୍କୁ ନ୍ୟାୟ ବିଭାଗ ହେପାଜତକୁ ନେଇଛି । ସେମାନେ ଟ୍ରମ୍ପଙ୍କ ଜନ୍ମଦିନ ପାର୍ଟିରେ ବିସ୍ଫୋରକ ଡ୍ରୋନ୍ ଉଡ଼ାଇଥାନ୍ତେ । ଏହାପରେ ଦଳାଚକଟା ହୋଇଥିଲେ, ସ୍ନାଇପର ସୁଟର୍ ବଡ଼ ନେତାଙ୍କୁ ଗୁଳି କରିଥାନ୍ତେ ।
ଗିରଫଙ୍କ ମଧ୍ୟରେ ୧୯ ବର୍ଷୀୟ ଟାୟସନ୍ ପ୍ରପର ରହିଛି । ଯାହାକୁ ଜୁନ୍ ୧୦ତାରିଖରେ ଓହାୟୋରୁ ଗିରଫ କରାଯାଇଛି । ଟାୟସନ୍ର ଘରୁ ଅନେକ ଅସ୍ତ୍ରଶସ୍ତ୍ର ସହ ହଜାର ହଜାର ଗୁଳିଗୋଳା ମିଳିଛି । ସେ ଇଣ୍ଟରନେଟ୍ରେ ଏକ ଚରମପନ୍ଥୀ ସଂଗଠନ ସାମିଲ୍ ଥିଲା । ଏହି ଷଡ଼ଯନ୍ତ୍ର ପଛର ଟିପ୍ସ ସବୁ ଟାୟସନ୍ ପ୍ରପରଙ୍କ ମାଆ ଦେଉଥିଲେ ବୋଲି ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ଫୋନ୍ କଲ୍ରେ ନେତାନ୍ୟାହୁଙ୍କ ଉପରେ ଚଢ଼ିଲେ ଟ୍ରମ୍ପ, କହିଲେ 'ତୁମେ ପୂରା ପାଗଳ ହୋଇ ଯାଇଛ'
ଟ୍ରମ୍ପଙ୍କ UFC ପାର୍ଟିରେ ଆମେରିକା ରାଷ୍ଟ୍ରପତି ଜେଡି ଭାନ୍ସ ଉପସ୍ଥିତ ଥିଲେ । ସେ କହିଛନ୍ତି, "ଷଡ଼ଯନ୍ତ୍ର ନେଇ ବର୍ତ୍ତମାନ ଜଣା ପଡ଼ିଛି ।" ତେବେ ଏଫ୍ବିଆଇ ସାର୍ବଜନୀନ ଭାବେ ସୁରକ୍ଷା କାରଣରୁ ଏଭଳି ତଥ୍ୟ ପ୍ରଘଟ କରି ନଥାଏ । ଏନେଇ ପ୍ରଶ୍ନରେ ଜେଡି ଭାନ୍ସ କହିଛନ୍ତି, "ହୁଏତ ଏହା ବଡ଼ ଷଡ଼ଯନ୍ତ୍ର ହୋଇଥିବ ।" ତେବେ ଗିରଫଙ୍କ ମଧ୍ୟରେ ଆଉ କେଉଁ ମାନେ ଅଛନ୍ତି ସେନେଇ ଜେଡି ଭାନ୍ସ ସୂଚନା ଦେଇ ନାହାନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories