Videos
|
International

Donald Trump on Nuclear Test / ପାକିସ୍ତାନ କରୁଛି ପରମାଣୁ ପରୀକ୍ଷଣ ! ବଡ଼ ଖୁଲାସା କଲେ ଟ୍ରମ୍ପ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ପାକିସ୍ତାନ କରୁଛି ପରମାଣୁ ପରୀକ୍ଷଣ ! ବଡ଼ ଖୁଲାସା କଲେ ଟ୍ରମ୍ପ

Key Points

ପାକିସ୍ତାନକୁ ନେଇ ବଡ଼ ଖୁଲାସା କଲେ ଟ୍ରମ୍ପ । କହିଲେ, ପାକିସ୍ତାନ କରୁଛି ପରମାଣୁ ପରୀକ୍ଷଣ । ଚୀନ୍ ଓ ଉତ୍ତର କୋରିଆ ମଧ୍ୟ କରୁଛି ପରୀକ୍ଷଣ ।
ପାକିସ୍ତାନକୁ ନେଇ ଏକ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି । ଉତ୍ତର କୋରିଆ ନିଶ୍ଚିତ ଭାବରେ ପରମାଣୁ ପରୀକ୍ଷଣ କରୁଛି । ଯେହେତୁ ଅନ୍ୟ ଦେଶ ପରମାଣୁ ପରୀକ୍ଷଣ କରୁଛି ତେଣୁ ଆମେରିକା ମଧ୍ୟ ପରୀକ୍ଷଣ କରିବ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଶ୍ୱର ଅନେକ ଦେଶ ପରମାଣୁ ବୋମା ପରୀକ୍ଷଣ କରୁଛନ୍ତି । କିନ୍ତୁ ସେମାନେ ଏହା ବିଷୟରେ ଆଲୋଚନା କରନ୍ତି ନାହିଁ । ସେ କହିଛନ୍ତି, 'ରୁଷ ଏବଂ ଚୀନ୍‌ ପରୀକ୍ଷଣ କରୁଛନ୍ତି, କିନ୍ତୁ ସେମାନେ ଏହା ବିଷୟରେ କିଛି କୁହନ୍ତି ନାହିଁ । ଆମେ ଏକ ଖୋଲା ସମାଜ ମଧ୍ୟରେ ରହୁଛୁ । ଆମେ ଭିନ୍ନ । ଆମକୁ ଏହା ବିଷୟରେ କହିବାକୁ ପଡିବ ନଚେତ୍, ଆପଣମାନେ କାଲି ଏହାକୁ ନେଇ ରିପୋର୍ଟ କରିବ । ସେମାନଙ୍କ ପାଖରେ ଏହା ବିଷୟରେ ଲେଖିବା ପାଇଁ ସାମ୍ବାଦିକ ନାହାନ୍ତି ବୋଲି ଟ୍ରମ୍ପ କହିଛନତି ।"

ଅଧିକ ପଢ଼ନ୍ତୁ: ୬.୩ ତୀବ୍ରତାର ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ; ୭ ମୃତ, ୧୫୦ ଗୁରୁତର

ଟ୍ରମ୍ପ ଆହୁରି କହିଛନ୍ତି ଯେ ଆମେରିକା ଏବେ ପରମାଣୁ ପରୀକ୍ଷଣ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ ଉତ୍ତର କୋରିଆ ଏବଂ ପାକିସ୍ତାନ ମଧ୍ୟ ପରମାଣୁ ବୋମା ପରୀକ୍ଷଣ କରୁଛନ୍ତି। ସେ କହିଛନ୍ତି, "ଆମେ ପରୀକ୍ଷଣ କରିବୁ କାରଣ ଅନ୍ୟମାନେ ପରୀକ୍ଷଣ କରୁଛନ୍ତି ।

ସୂଚନା ଅନୁସାରେ, ପାକିସ୍ତାନ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲା ​​ଯେ ସେ ୧୯୯୮ ମସିହାରେ ଏକ ପରମାଣୁ ପରୀକ୍ଷଣ କରିଥିଲା। ତଥାପି, ଯଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ଦାବିକୁ ବିଶ୍ୱାସ କରାଯାଏ, ତେବେ ପାକିସ୍ତାନ ପରମାଣୁ ପରୀକ୍ଷଣ କରିଆସୁଛି । ଋଷ ଏବଂ ଚୀନ୍ ସହିତ ମଧ୍ୟ ସମାନ ଘଟଣା ଘଟିଛି । ଟ୍ରମ୍ପଙ୍କ ଅନୁଯାୟୀ, ଉଭୟ ଦେଶ ଦୀର୍ଘ ସମୟ ଧରି ପରମାଣୁ ପରୀକ୍ଷଣ କରିଆସୁଛନ୍ତି।

ତେବେ ଟ୍ରମ୍ପଙ୍କ ଏହି ବୟାନ ଭାରତ ପାଇଁ ବେଶ୍‌ ଚିନ୍ତାଜନକ । ଯଦି ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି, ତେବେ ଏହା ଭାରତ ପାଇଁ ଚିନ୍ତାଜନକ ଖବର । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, 'ପରମାଣୁ ଅସ୍ତ୍ର ଥିବା ରାଷ୍ଟ୍ରଗୁଡ଼ିକ ଏହା ବିଷୟରେ ଆପଣଙ୍କୁ କୁହନ୍ତି ନାହିଁ । ସେମାନେ ଭୂଗର୍ଭରେ ଏହାର ପରୀକ୍ଷଣ କରନ୍ତି, ଯେଉଁଠାରେ ଲୋକମାନେ ଠିକ୍ ଭାବରେ ଜାଣିପାରନ୍ତି ନାହିଁ ଯେ କ'ଣ ଘଟୁଛି। ଆପଣ କେବଳ ଟିକେ କମ୍ପନ ଅନୁଭବ କରନ୍ତି।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ୩୩ ବର୍ଷର ବିରତି ପରେ ଆମେରିକା ପୁନଃ ପରମାଣୁ ପରୀକ୍ଷଣ ଆରମ୍ଭ କରୁଛି। ଶେଷ ଥର ପାଇଁ ୧୯୯୨ ମସିହାରେ ଆମେରିକା ପରୀକ୍ଷଣ କରିଥିଲା । ଆଉ ୩୩ ବର୍ଷ ପରେ ଆମେରିକା ପୁଣି ଥରେ ପରମାଣୁ ପରୀକ୍ଷଣ କରିବାକୁ ଯାଉଛି । ଏନେଇ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିବା ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

Related Topics

Explore more stories

Trump Claims Pakistan Conducting Nuclear Tests | Big Global Revelation | Argus News