|
logo
Live
Argus News App
GET APP

Argus News - ଟ୍ରମ୍ପଙ୍କୁ ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ବଡ଼ ଦାବି; ଆହୁରି ଭୀଷଣ ହେବ ଯୁଦ୍ଧ

International

Middle East War / ଟ୍ରମ୍ପଙ୍କୁ ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ବଡ଼ ଦାବି; ଆହୁରି ଭୀଷଣ ହେବ ଯୁଦ୍ଧ

Sushanta Sahoo
Browse all articles by Sushanta Sahoo
·1 day ago·3 min read
ଟ୍ରମ୍ପଙ୍କୁ ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ବଡ଼ ଦାବି; ଆହୁରି ଭୀଷଣ ହେବ ଯୁଦ୍ଧ
War May Escalate

Key Points

ଇରାନ ଯୁଦ୍ଧକୁ ନେଇ ଭାଗ ଭାଗ ଉପସାଗରୀୟ ରାଷ୍ଟ୍ର । ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ଯୁଦ୍ଧ ଜାରି ରଖିବା ସପକ୍ଷରେ ଅଛନ୍ତି । ଓମାନ ଓ କତାର କୂଟନୈତିକ ସମାଧାନ ଚାହୁଁଛନ୍ତି । ଯାହା ଦର୍ଶାଉଛି ଉପସାଗରୀୟ ରାଷ୍ଟ୍ରଗୁ଼ଡ଼ିକ ମଧ୍ୟରେ ଏକତା ନାହିଁ ।
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଜଳୁଛି, ଭୂ-ରାଜନୈତିକ ପରିବର୍ତ୍ତନ ଦେଖା ଯାଉଛି । ପ୍ରଥମେ ଇରାନ ଉପରେ ଆକ୍ରମଣକୁ ସହଜରେ ଗ୍ରହଣ କରିପାରୁ ନଥିବା ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନ୍ ଏବେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିବା ସପକ୍ଷରେ ଅଛନ୍ତି ।

ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନ୍‌ ଅନୁସାରେ ଏହା ହେଉଛି ଐତିହାସିକ ସୁଯୋଗ । ଏବେ ହିଁ ଇରାନର ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ କରି ଦିଆଯାଇପାରେ । ଇରାନରେ ସ୍ଥଳ ଆକ୍ରମଣ ପାଇଁ ୟୁଏଇ, ଆମେରିକା ନିକଟରେ ଦାବି କରିଥିବା ବେଳେ କୁଏତ ଓ ବାହାରିନ୍ ସମର୍ଥନ କରିଛନ୍ତି ।

ପ୍ରଥମେ ବିରୋଧ, ଏବେ ଖୋଲା ସମର୍ଥନ

ଇରାନ ଯୁଦ୍ଧ ଆରମ୍ଭ ସମୟରେ ଉପସାଗରୀୟ ରାଷ୍ଟ୍ର ଗୁଡ଼ିକ କହିଥିଲେ ଯେ, ଆକ୍ରମଣ ପୂର୍ବରୁ ଆମେରିକା ଓ ଇସ୍ରାଏଲ୍ ସୂଚନା ଦେଇ ନଥିଲେ । ଯୁଦ୍ଧର ପ୍ରଭାବ ସମଗ୍ର କ୍ଷେତ୍ର ଉପରେ ପଡ଼ିବ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ ଏବେ ସେହି ଦେଶ ଏହି ଯୁଦ୍ଧକୁ ଇରାନର ଇସଲାମିକ ଶାସନକୁ ଦୁର୍ବଳ କରିବାର ସୁଯୋଗ ବୋଲି ମାନୁଛନ୍ତି ।

ଏଥିସହ ପଢ଼ନ୍ତୁ: ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ; 'ଚୁକ୍ତି ନ କଲେ ଖାର୍ଗର ତେଲ କୂଅରେ ପକାଇବୁ ବୋମା'

ଭୀଷଣ ଆକ୍ରମଣ ପାଇଁ ଆହ୍ଵାନ

ଆମେରିକାର ସହଯୋଗୀ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଇରାନ ବିରୋଧୀ ଯୁଦ୍ଧ ଜାରି ରଖିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି । ଏହା ପଛର ଯୁକ୍ତି ହେଲା, ମାସାଧିକ ସମୟ ଧରି ଆକ୍ରମଣ ସତ୍ତ୍ଵେ ଇରାନ ଏବେ ବି ଦୁର୍ବଳ ହୋଇନାହିଁ । ଆମେରିକା, ଉପସାଗରୀୟ ରାଷ୍ଟ୍ର ଓ ଇସ୍ରାଏଲ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ- ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ପ୍ରତିନିଧି ଆଲୋଚନା କରିଛନ୍ତି । ବୈଠକରେ ସୈନ୍ୟ ଅଭିଯାନ ଜାରି ରଖିବାକୁ ସଂକେତ ଦିଆଯାଇଛି । ଇରାନର ନେତୃତ୍ଵରେ ଯେ ପର୍ଯ୍ୟନ୍ତ ବଡ଼ ପରିବର୍ତ୍ତନ ହୋଇ ନାହିଁ, ମନୋଭାବ ବଦଳି ନାହିଁ, ସେବେ ଯାଏ ଆକ୍ରମଣ ଜାରି ରହୁ ବୋଲି ଚାହୁଁଛନ୍ତି ଆରବ ରାଷ୍ଟ୍ର ।

ଟ୍ରମ୍ପଙ୍କ ଚେତାବନୀ

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି ଆସୁଛନ୍ତି ଯେ, ଇରାନର ନେତୃତ୍ଵ ଦୁର୍ବଳ ହୋଇଛି । ଇରାନ ଚୁକ୍ତି ପାଇଁ ପ୍ରସ୍ତୁତ ଅଛି । ଏଥିସହ ଇରାନ ଶୀଘ୍ର ଚୁକ୍ତି ନ କଲେ ଆକ୍ରମଣକୁ ଆହୁରି ଶାଣିତ କରାଯିବ ବୋଲି ଟ୍ରମ୍ପ ଚେତାବନୀ ମଧ୍ୟ ଦେଇଛନ୍ତି ।

କ'ଣ କହିଲା UAE ?

ଇରାନ ଯୁଦ୍ଧ ଭିତରେ ୟୁଏଇ ସବୁଠୁ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଛି । ଇରାନରେ ଆମେରିକା ସ୍ଥଳ ସୈନ୍ୟ ଅଭିଯାନ କରୁ ବୋଲି ଚାହୁଁଛି ୟୁଏଇ । କୁଏତ ଓ ବାହାରିନ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି । ମାସକର ଯୁଦ୍ଧରେ ୟୁଏଇ ଉପରେ ଇରାନ ୨୩୦୦ରୁ ଅଧିକ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛି ।

ସାଉଦି ଆରବ କ'ଣ ଚାହୁଁଛି ?

ସେହିଭଳି ସାଉଦି ଆରବ ମଧ୍ୟ ଆମେରିକାର ଆକ୍ରମଣ ବନ୍ଦ ସପକ୍ଷରେ ନାହିଁ । ସାଉଦି ଆରବ ଦାବି ହେଲା- ଇରାନ ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା, ବାଲିଷ୍ଟିକ ମିସାଇଲ୍ କ୍ଷମତା ନଷ୍ଟ, ହିଜବୁଲ୍ଲା ଭଳି ଗୋଷ୍ଠୀକୁ ସମର୍ଥନ ବନ୍ଦ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା କ୍ଷମତା ଛଡ଼ାଇ ଆଣିଲେ ଯୁଦ୍ଧ ବନ୍ଦ କରିବାକୁ ସର୍ତ୍ତ ରଖିବାକୁ ଦାବି କରୁଛି ।

ଏଥିସହ ପଢ଼ନ୍ତୁ: ହଠାତ୍ ଲାଲ ହୋଇଗଲା ଆକାଶ; ଇରାନର ପରମାଣୁ ସହରରେ ଆମେରିକାର ବଡ଼ ଆକ୍ରମଣ

ଡରାଉଛି ତେଲ

ଯୁଦ୍ଧ ଭିତରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ଚିନ୍ତା ହେଉଛି ତେଲ । ଯୁଦ୍ଧ ଦୀର୍ଘ ଦିନ ଚାଲିଲେ ତୈଳଭଣ୍ଡାର ଉପରେ ଆକ୍ରମଣ ଭଯ ରହୁଛି । ସାଉଦି ଆରବର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ବାବେ ତୈଳ ଭିତ୍ତିଭୂମି ଉପରେ ନିର୍ଭରଶୀଳ । ଇରାନ ପୂର୍ବରୁ ହିଁ ଧମକ ଦେଇଛି ପାଣି, ବିଦ୍ୟୁତ୍ ଆଦି କ୍ଷେତ୍ରକୁ ଟାର୍ଗେଟ୍ କରାଯିବ ।

ଉପସାଗରୀୟ ରାଷ୍ଟ ମଧ୍ୟରେ ମତଭେଦ

ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ଯୁଦ୍ଧ ଜାରି ରଖିବା ସପକ୍ଷରେ ଅଛନ୍ତି । ଓମାନ ଓ କତାର କୂଟନୈତିକ ସମାଧାନ ଚାହୁଁଛନ୍ତି । ଯାହା ଦର୍ଶାଉଛି ଉପସାଗରୀୟ ରାଷ୍ଟ୍ରଗୁ଼ଡ଼ିକ ମଧ୍ୟରେ ଏକତା ନାହିଁ । ସାଉଦି ଆରବ-ୟୁଏଇ ମଧ୍ୟରେ ସମ୍ପର୍କ ଘନିଷ୍ଠ ରହିଛି ।

ଅକଳରେ ଆମେରିକା

ଯୁଦ୍ଧକୁ ମାସେ ବିତିଥିବା ବେଳେ ଆମେରିକା ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛି । ଯାହା ଟ୍ରମ୍ପଙ୍କ ଆଗରେ ଚ୍ୟାଲେଞ୍ଜ ଛିଡ଼ା କରିଛି । ଗୋଟିଏ ପଟେ ସହଯୋଗୀ ଉପସାଗରୀୟ ରାଷ୍ଟ୍ର ଯୁଦ୍ଧ ଜାରି ରଖିବାକୁ ଚାପ ପକାଉଛନ୍ତି । ଅନ୍ୟପଟେ ଇରାନ ଉପରେ ଆକ୍ରମଣକୁ ନେଇ ଆମେରିକାରେ ଟ୍ରମ୍ପଙ୍କୁ ବିରୋଧର ସାମ୍ନା କରିବାକୁ ପଡୁଛି । ଯାହା କେବଳ ଆମେରିକା କି ଇରାନ ନୁହେଁ ବିଶ୍ଵ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East War: ଟ୍ରମ୍ପଙ୍କୁ ସାଉଦି ଆରବ, ୟୁଏଇ, କୁଏତ ଓ ବାହାରିନର ବଡ଼ ଦାବି; ଆହୁରି ଭୀଷଣ ହେବ ଯୁଦ୍ଧ | Argus News