Middle East War / ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ; 'ଚୁକ୍ତି ନ କଲେ ଖାର୍ଗର ତେଲ କୂଅରେ ପକାଇବୁ ବୋମା'
·1 day ago·2 min read

Key Points
ଶୀଘ୍ର ଚୁକ୍ତି ନହେଲେ ଏବଂ ହର୍ମୁଜ ପ୍ରଣାଳୀ ନ ଖୋଲିଲେ ଇରାନ ଯୁଦ୍ଧକୁ ଏମିତି ସାରିବୁ... ସମସ୍ତ ପାୱାର ପ୍ଲାଣ୍ଟ, ତେଲ କୂଅ ଓ ଖାର୍ଗ ଦ୍ଵୀପ ସହ ସମୁଦ୍ର ପାଣି ପାନୀୟ ଯୋଗ୍ୟ ପ୍ଲାଣ୍ଟ ବି ଧୂଳିସାତ୍ ହୋଇଯିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ ।
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ଖୋଲ, ସିଧା ଚୁକ୍ତି କର । ନହେଲେ ପାୱାର ପ୍ଲାଣ୍ଟ, ତେଲ କୂଅ ଓ ଖାର୍ଗ ଦ୍ଵୀପ ସବୁକିଛି ବୋମା ପକାଇ ଉଡ଼ାଇ ଦେବୁ । ଇରାନ ସହ ଆମେରିକା-ଇସ୍ରାଏଲ୍ ସଂଘର୍ଷକୁ ମାସେ ବିତିଥିବା ବେଳେ ପୁଣି ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଗୋଟିଏ ପଟେ ଇରାନ ସହ ଆଲୋଚନା ଜାରି ରହିଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରି ଆସୁଛନ୍ତି । ତେବେ ଆମେରିକା ସହ ଆଲୋଚନାକୁ ଇରାନ ଖାରଜ କରି ଦେବା ପରେ ଟ୍ରମ୍ପ ପୁଣି ଅଲ୍ଟିମେଟମ୍ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଯଦି ଇରାନ ଶୀଘ୍ର ହିଁ କୌଣସି ବୁଝାମଣା କରିବ ନାହିଁ ଏବଂ ହର୍ମୁଜ ପ୍ରଣାଳୀକୁ ଉନ୍ମୁକ୍ତ ନ କରିବ ତାହେଲେ ପରିଣାମ ଭୟଙ୍କର ହେବ । ଇରାନର ପାୱାର ପ୍ଲାଣ୍ଟ ସହ ତେଲ କୂଅ ଓ ଖାର୍ଗ ଦ୍ଵୀପକୁ ଉଡ଼ାଇ ଦେବୁ ।"
ହୁତି ଆକ୍ରମଣ, ଟ୍ରମ୍ପ ବିଚଳିତ
ଇରାନ ଯୁଦ୍ଧରେ ୟେମନର ହୁତି ବିଦ୍ରୋହୀ ଏଣ୍ଟ୍ରି ମାରିଛନ୍ତି । ହର୍ମୁଜ ପ୍ରଣାଳୀ ପରେ ଏବେ ବାବ ଅଲ-ମନ୍ଦେବ ସାମୁଦ୍ରିକ ପଥ ଦେଇ ଜାହାଜ ଯାତାୟତ ଉପରେ ବିପଦ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଏପ୍ରିଲ୍ ୬ରେ ଇରାନର ପାୱାର ପ୍ଲାଣ୍ଟ ଉପରେ ବୋମାବର୍ଷଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ଇରାନର ନେତାଙ୍କ ସହ ଆଲୋଚନା ଚାଲିଥିବା କହିଥିଲେ ।
କିନ୍ତୁ ଏବେ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ଟ୍ରୁଥରେ ନୂଆ ପୋଷ୍ଟ କରି ଇରାନକୁ ଅଲ୍ଟିମେଟମ୍ ଦେଇଛନ୍ତି । କହିଛନ୍ତି, "ଯଦି ଚୁକ୍ତି ନ ହୁଏ ତାହେଲେ ଇରାନକୁ ଧ୍ଵଂସ କରିଦେବୁ ।" ତେବେ ଏବେବି ଇରାନ ଚୁକ୍ତି ନେଇ ଆଲୋଚନା ଚାଲିଥିବା ଟ୍ରମ୍ପ ପୁଣି ଦାବି ଦୋହରାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆମେରିକା ପାଇଁ ବଢ଼ିଲା ମୁସ୍କିଲ୍; ସ୍ପେନ୍ ବନ୍ଦ କରିଦେଲା ବାୟୁ ସୀମା
କ'ଣ କହିଲେ ଟ୍ରମ୍ପ ?
ଟ୍ରମ୍ପ ଲେଖିଛନ୍ତି, "ଆମେରିକା ଏକ ନୂଆ ଓ ଅଧିକ ଭାବି ପାରୁଥିବା ଶାସନ ସହ ଆଲୋଚନା କରୁଛି । ଫଳରେ ଇରାନରେ ଆମର ସୈନ୍ୟ ଅପରେସନ୍ ଶେ। ହୋଇ ପାରିବ । ଏଥିରେ ଅଗ୍ରଗତି ଆସିଛି ଏବଂ କୌଣସି କାରଣରୁ ଶୀଘ୍ର ଚୁକ୍ତି ନହେଲେ ଏବଂ ହର୍ମୁଜ ପ୍ରଣାଳୀ ନ ଖୋଲିଲେ ଇରାନ ଯୁଦ୍ଧକୁ ଏମିତି ସାରିବୁ... ସମସ୍ତ ପାୱାର ପ୍ଲାଣ୍ଟ, ତେଲ କୂଅ ଓ ଖାର୍ଗ ଦ୍ଵୀପ ସହ ସମୁଦ୍ର ପାଣି ପାନୀୟ ଯୋଗ୍ୟ ପ୍ଲାଣ୍ଟ ବି ଧୂଳିସାତ୍ ହୋଇଯିବ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories