|
logo
Live

Argus News - ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ, ବୈଠକ ପୂର୍ବରୁ କଲେ ଭୂରି ଭୂରି ପ୍ରଶଂସା

International

Donald Trump / ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ, ବୈଠକ ପୂର୍ବରୁ କଲେ ଭୂରି ଭୂରି ପ୍ରଶଂସା

Sushanta Sahoo
Browse all articles by Sushanta Sahoo
·6 months ago·2 min read
ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ, ବୈଠକ ପୂର୍ବରୁ କଲେ ଭୂରି ଭୂରି ପ୍ରଶଂସା

Key Points

ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ସେନା ମୁଖ୍ୟଙ୍କ ସହ ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଠି ଟ୍ରମ୍ପ କହିଛନ୍ତି, "ଆଜି ଆମ ପାଖକୁ ଜଣେ ମହାନ ନେତା ଆସୁଛନ୍ତ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ସେଠାକାର ଫିଲ୍ଡ ମାର୍ଶଲ ଜଣେ ମହାନ ବ୍ୟକ୍ତି ।"

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ଭେଟିଛନ୍ତି । ଆଉ ଏହି ବୈଠକ ପୂର୍ବରୁ ଟ୍ରମ୍ପ, ଶେହବାଜ ସରିଫ୍ ଓ ଅସୀମ ମୁନୀରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ହ୍ଵାଇଟ୍ ହାଉସ୍‌ର ଓଭାଲ ଅଫିସ୍‌ରେ ଶେହବାଜଙ୍କୁ ଭେଟିଛନ୍ତି ଟ୍ରମ୍ପ ।


ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ସେନା ମୁଖ୍ୟଙ୍କ ସହ ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଠି ଟ୍ରମ୍ପ କହିଛନ୍ତି, "ଆଜି ଆମ ପାଖକୁ ଜଣେ ମହାନ ନେତା ଆସୁଛନ୍ତ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ସେଠାକାର ଫିଲ୍ଡ ମାର୍ଶଲ ଜଣେ ମହାନ ବ୍ୟକ୍ତି ।"


ଏଥିସହ ପଢ଼ନ୍ତୁ: ବିଦେଶୀ ଔଷଧ ଉପରେ ୧୦୦ ପ୍ରତିଶତ ଟିକସ ଲଗାଇଲେ ଟ୍ରମ୍ପ, ଭାରତ ଉପରେ କ'ଣ ରହିବ ପ୍ରଭାବ ?


ନିକଟରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟକୁ ନେଇ ଏକ ଚୁକ୍ତି ହୋଇଥିଲା । ଆଉ ଉକ୍ତ ବାଣିଜ୍ୟିକ ବୁଝାମଣା ପରେ ଟ୍ରମ୍ପଙ୍କୁ ଭେଟିଛନ୍ତି ପାକିସ୍ତାନ ପିଏମ୍ ଶେହବାଜଙ୍କ ସହ ସେନା ମୁଖ୍ୟ ମୁନୀର । ନିକଟରେ ଜାତିସଂଘର ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସହ ସ୍ଵଳ୍ପ ସମୟ ପାଇଁ ଆଲୋଚନା କରିଥିଲେ ।


ଦିନେ ପାକିସ୍ତାନକୁ କହୁଥିଲେ ଆତଙ୍କବାଦର ଏନ୍ତୁଡ଼ିଶାଳ


ଯଦିଓ ଏବେ ଟ୍ରମ୍ପ, ପାକିସ୍ତାନ ପିଏମ୍ ଓ ସେନା ମୁଖ୍ୟଙ୍କ ପ୍ରଶଂସା କରିଛନ୍ତି କିନ୍ତୁ ପୂର୍ବରୁ ଏମିତି ସମୟ ଥିଲା ଯେଉଁଠି ଖୋଲା ମଞ୍ଚରେ ସାର୍ବଜନୀନ ଭାବେ ଟ୍ରମ୍ପ, ପାକିସ୍ତାନକୁ ନିନ୍ଦା କରିଥିଲେ । ସେତେବେଳେ ସର୍ବ ସମ୍ମୁଖରେ ଟ୍ରମ୍ପ କହିଥିଲେ, "ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ହେଉଛି ପାକିସ୍ତାନ ।" ଏପରିକି ଆମେରିକାକୁ ପାକିସ୍ତାନ ଧୋକ୍କା ଦେଇଥିବା କହିବାକୁ ପଛାଇ ନଥିଲେ ଟ୍ରମ୍ପ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିସହ ପଢ଼ନ୍ତୁ: ଭାରତ-ପାକିସ୍ତାନ ଯୁଦ୍ଧ ସହ ମୁଁ ୭ ଯୁଦ୍ଧ ବନ୍ଦ କରିଛି: ଡୋନାଲ୍ଡ ଟ୍ରମ୍ପ


ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଟ୍ରମ୍ପଙ୍କୁ ଭେଟିଥିଲେ ପାକିସ୍ତାନ ସେନା ମୁଖ୍ୟ ମୁନୀର । ଆଉ ସେତେବେଳେ ଭାରତ ବିରୋଧରେ ମୁନୀର ବିଷୋଦଗାର କରିଥିଲେ । କାଶ୍ମୀରକୁ ନେଇ ମୁନୀର ଦେଇଥିବା ବୟାନକୁ କଡ଼ା ବିରୋଧ କରିଥିଲା ଭାରତ ।


ଗୁରୁବାର ଦୁଇ ପାକିସ୍ତାନ ନେତା ଟ୍ରମ୍ପଙ୍କୁ ଭେଟିଛନ୍ତି । ଖବର ସରବରାହ ସଂସ୍ଥା ANI ଅନୁସାରେ, ୨ ନେତା ଟ୍ରମ୍ପଙ୍କୁ ଭେଟିବା ପାଇଁ ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ । ଗଣମାଧ୍ୟମକୁ ସମ୍ବୋଧନ ପରେ ଶେହବାଜଙ୍କୁ ଭେଟିଥିଲେ ଆମେରିକା ରାଷ୍ଟ୍ରପତି ।


ଆମେରିକା-ପାକିସ୍ତାନ ସମ୍ବନ୍ଧ


ଦକ୍ଷିଣ ଏସିଆରେ ପାକିସ୍ତାନକୁ ରଣନୈତିକ ସୁରକ୍ଷା ସହଯୋଗୀ ହିସାବରେ ଆମେରିକା ଦେଖୁଛି । ପାକିସ୍ତାନରେ ଆତଙ୍କବାଦକୁ ନେଇ ମିଳିଥିବା ପ୍ରମାଣକୁ ନେଇ ଯଦିଓ ଆମେରିକା ସହ ସମ୍ପର୍କରେ ଭଟ୍ଟା ଆସିଛି । ବିଶେଷକରି ୨୦୧୮ରେ ପାକିସ୍ତାନର ଅବ୍ବୋଟ୍ଟାବାଦରେ ଆମେରିକା ସେନା ଓସମା ବିଲ୍ ଲାଡେନକୁ ମାରିବା ସମ୍ପର୍କକୁ ଖରାପ କରିଥିଲା ।


ଏଥିସହ ପଢ଼ନ୍ତୁ: ବାଂଲାଦେଶକୁ ୧୧ ରନ୍‌ରେ ହରାଇଲା ପାକିସ୍ତାନ, ଫାଇନାଲ୍‌ରେ ଭାରତ ସହ ମୁକାବିଲା


କିନ୍ତୁ ଏବେ ଦୁନିଆ ଉପରେ ଟାରିଫ୍ ବୋମା ପକାଉଥିବା ଟ୍ରମ୍ପ, ପାକିସ୍ତାନ ଆଡ଼କୁ ପୁଣି ଢଳୁଥିବା ଦେଖା ଯାଉଛି । ପାକିସ୍ତାନରୁ ଖଣିଜ ପଦାର୍ଥ ସହ ରେୟାର୍ ଆର୍ଥ ଉତ୍ପାଦ ଆମଦାନୀ ପାଇଁ ଆମେରିକା ଚୁକ୍ତି କରିଛି । ଯେଉଁଥି ଲାଗି ଆମେରିକା, ପାକିସ୍ତାନରେ ୫୦୦ ମିଲିୟନ୍ ଡଲାର ନିବେଶ କରିବ । ଦିନେ ଆତଙ୍କବାଦକୁ ନେଇ ପାକିସ୍ତାନକୁ ନିନ୍ଦୁଥିବା ଟ୍ରମ୍ପ ଏବେ ବାଣିଜ୍ୟିକ ଲାଭ ପାଇଁ ସେହି ଦେଶର ନେତାଙ୍କୁ ପ୍ରଶଂସା କରିଛନ୍ତି ।

Related Topics

Explore more stories

Sponsored
Donald Trump: ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ, ବୈଠକ ପୂର୍ବରୁ କଲେ ଭୂରି ଭୂରି ପ୍ରଶଂସା | Argus News