Ukraine War / ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଜେଲେନସ୍କିଙ୍କ ବଡ଼ ବୟାନ
·5 months ago·2 min read

Key Points
ଟ୍ରମ୍ପଙ୍କ ଶାନ୍ତି ପ୍ରୟାସ ହେବ ସଫଳ । ଋଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୟାସ କରି ଚାଲିଛନ୍ତି । ଆଉ ଟ୍ରମ୍ପଙ୍କ ପ୍ରୟାସ ଭିତରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।
ନୂଆଦିଲ୍ଲୀ: ଯୁଦ୍ଧରେ ପଡ଼ିବ ଯବନିକା ! ଟ୍ରମ୍ପଙ୍କ ଶାନ୍ତି ପ୍ରୟାସ ହେବ ସଫଳ । ଋଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୟାସ କରି ଚାଲିଛନ୍ତି । ଆଉ ଟ୍ରମ୍ପଙ୍କ ପ୍ରୟାସ ଭିତରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।
ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, "ଋଷ ସହ ଚାଲିଥିବା ଯୁଦ୍ଧ ଶେଷ କରିବାର ସଠିକ୍ ସମୟ ଆସିଛି । ଏଥିପାଇଁ ସହଯୋଗୀ ଦେଶ ମସ୍କୋ ଉପରେ କୂଟନୈତିକ ଚାପ ପକାଇବା ଆବଶ୍ୟକ ।" ଜେଲେନସ୍କି, ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏନ୍ ମାର୍କନଙ୍କ ସହ ବର୍ତ୍ତମାନର ସ୍ଥିତି ଓ ଶାନ୍ତି ସ୍ଥାପନା ଉଦ୍ଦେଶ୍ୟରେ ହେଉଥିବା କୂଟନୈତିକ ଚର୍ଚ୍ଚା ଉପରେ ଆଲୋଚନା କରିଥିବା ସୋମବାର ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଶାନ୍ତି ପାଇଁ ଟ୍ରମ୍ପଙ୍କ ଆଉ ଏକ ପ୍ରୟାସ; ଋଷ-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ଯବନିକା !
ସୋସିଆଲ୍ ମିଡିଆ ପୋଷ୍ଟରେ ଜେଲେନସ୍କି ଲେଖିଛନ୍ତି, ମୁଁ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏନ୍ଙ୍କ ସହ କଥା ହୋଇଛି । ଏବେ ଯୁଦ୍ଧକୁ ସମାପ୍ତ କରିବାର ସଠିକ୍ ସମୟ ଆସିଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି, ପ୍ରତିଟି ସୁଯୋଗର ସମ୍ପୂର୍ଣ୍ଣ ଉପଯୋଗ କରିବା ଏବଂ ଋଷ ଉପରେ ଚାପ ପକାଇବା ।
ସେ ଆହୁରି କହିଛନ୍ତି, "ଯୁଦ୍ଧ ଆରମ୍ଭ କରିଥିବା ପକ୍ଷ ଉପରେ ଚାପ ହିଁ ଶେଷର ପମୁଖ ପୁଞ୍ଜି ଅଟେ ।" ଇମ୍ମାନୁଏନଙ୍କ ସହ ବର୍ତ୍ତମାନର ସମସ୍ତ ପ୍ରକାର କୂଟନୈତିକ ଦିଗରେ ଆଲୋଚନା କରିଛି । ୟୁକ୍ରେନ୍କୁ ସମର୍ଥନ ଦେଇଥିବାରୁ କୃତଜ୍ଞ । ଆମେ ନିକଟ ଭବିଷ୍ୟତରେ ଆଲୋଚନା ପାଇଁ ସହମତ ବୋଲି ଲେଖିଛନ୍ତି ଜେଲେନସ୍କି ।
ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଜେଲେନସ୍କି । ସେତେବେଳେ ଟ୍ରମ୍ପ କହିଥିଲେ, ଆଲୋଚନା ବେଳେ ଜେଲେନସ୍କି ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଲାଗି ଦାବି କରିଛନ୍ତି । ଟ୍ରମ୍ପଙ୍କ କହିଛନ୍ତି, ମୋର ମୁଖ୍ୟ ଉଦ୍ଦେଶ୍ୟ ଜୀବନ ବଞ୍ଚାଇବା ଓ ପ୍ରତିଦିନ ହେଉଥିବା ମୃତ୍ୟୁକୁ ରୋକିବା ।
ଏଥିସହ ପଢ଼ନ୍ତୁ: ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍, ୪୮ ମିସାଇଲ୍
ଜେଲେନସ୍କିଙ୍କ ସହ ଆଲୋଚନା ବେଶ ସକାରାତ୍ମକ ତଥା ବନ୍ଧୁତ୍ଵପୂର୍ଣ୍ଣ ରହିଥିବା ଟ୍ରମ୍ପ କହିଛନ୍ତି । ଯୁଦ୍ଧ ତତ୍କ୍ଷଣାତ ରୋକିବାକୁ ଗୁରୁତ୍ଵ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ପୂର୍ବରୁ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ୍-ଗାଜା ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇଥିବାରୁ ଏବେ ଋଷ-ୟୁକ୍ରେନ୍ ଉପରେ ସମସ୍ତଙ୍କ ନଜର ରହିଛି ।

I spoke with President of France @EmmanuelMacron. Now is the right moment to push the situation toward ending the war, and the most important thing is to fully seize every opportunity and apply the right kind of pressure on Russia. Pressuring the one who started the war is the…
— Volodymyr Zelenskyy / Володимир Зеленський (@ZelenskyyUa) October 20, 2025
ସେ ଆହୁରି କହିଛନ୍ତି, "ଯୁଦ୍ଧ ଆରମ୍ଭ କରିଥିବା ପକ୍ଷ ଉପରେ ଚାପ ହିଁ ଶେଷର ପମୁଖ ପୁଞ୍ଜି ଅଟେ ।" ଇମ୍ମାନୁଏନଙ୍କ ସହ ବର୍ତ୍ତମାନର ସମସ୍ତ ପ୍ରକାର କୂଟନୈତିକ ଦିଗରେ ଆଲୋଚନା କରିଛି । ୟୁକ୍ରେନ୍କୁ ସମର୍ଥନ ଦେଇଥିବାରୁ କୃତଜ୍ଞ । ଆମେ ନିକଟ ଭବିଷ୍ୟତରେ ଆଲୋଚନା ପାଇଁ ସହମତ ବୋଲି ଲେଖିଛନ୍ତି ଜେଲେନସ୍କି ।
ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଜେଲେନସ୍କି । ସେତେବେଳେ ଟ୍ରମ୍ପ କହିଥିଲେ, ଆଲୋଚନା ବେଳେ ଜେଲେନସ୍କି ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଲାଗି ଦାବି କରିଛନ୍ତି । ଟ୍ରମ୍ପଙ୍କ କହିଛନ୍ତି, ମୋର ମୁଖ୍ୟ ଉଦ୍ଦେଶ୍ୟ ଜୀବନ ବଞ୍ଚାଇବା ଓ ପ୍ରତିଦିନ ହେଉଥିବା ମୃତ୍ୟୁକୁ ରୋକିବା ।
ଏଥିସହ ପଢ଼ନ୍ତୁ: ରାତିକରେ ୟୁକ୍ରେନ୍ ଉପରେ ଋଷ ମାଡ଼ କଲା ୫୯୫ ଡ୍ରୋନ୍, ୪୮ ମିସାଇଲ୍
ଜେଲେନସ୍କିଙ୍କ ସହ ଆଲୋଚନା ବେଶ ସକାରାତ୍ମକ ତଥା ବନ୍ଧୁତ୍ଵପୂର୍ଣ୍ଣ ରହିଥିବା ଟ୍ରମ୍ପ କହିଛନ୍ତି । ଯୁଦ୍ଧ ତତ୍କ୍ଷଣାତ ରୋକିବାକୁ ଗୁରୁତ୍ଵ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ପୂର୍ବରୁ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ୍-ଗାଜା ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇଥିବାରୁ ଏବେ ଋଷ-ୟୁକ୍ରେନ୍ ଉପରେ ସମସ୍ତଙ୍କ ନଜର ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories