Trade War / ଆମେରିକା-ଋଷ ବିବାଦ; ବିଶ୍ଵ ପାଇଁ ସୃଷ୍ଟି କରିବ ବଡ଼ ବିପଦ
·8 months ago·2 min read

Key Points
ଋଷର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଟ୍ରମ୍ପଙ୍କ କଟକଣା ଲାଗୁ ପରେ କଡ଼ା ଜବାବ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋ, ଆମେରିକା କିମ୍ବା ଅନ୍ୟ କୌଣସି ଦେଶର ଚାପ ଆଗରେ କେବେ ହେଲେ ମୁଣ୍ଡ ନୂଆଁଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଟିନ ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ଋଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଟ୍ରମ୍ପଙ୍କ ତେଲ କଟକଣାକୁ କଡ଼ା ନିନ୍ଦା କରିଛନ୍ତି ପୁଟିନ । ଋଷ ସହିତ ଶତ୍ରୁତା ମହଙ୍ଗା ପଡ଼ିବ ବୋଲି ପୁଟିନ ଚେତାବନୀ ମଧ୍ୟ ଦେଇଛନ୍ତି । ଦୁଇ ମହାଶକ୍ତିର ବିବାଦ କେତେ ଗମ୍ଭୀର ହେବ ତାକୁ ନେଇ ଦୁନିଆ ଏବେ ଆଶଙ୍କା ଭିତରେ ।
ଋଷର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଟ୍ରମ୍ପଙ୍କ କଟକଣା ଲାଗୁ ପରେ କଡ଼ା ଜବାବ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋ, ଆମେରିକା କିମ୍ବା ଅନ୍ୟ କୌଣସି ଦେଶର ଚାପ ଆଗରେ କେବେ ହେଲେ ମୁଣ୍ଡ ନୂଆଁଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଟିନ । ଆମେରିକା ଦ୍ୱାରା ଲଗାଯାଇଥିବା କଟକଣାକୁ ପୁଟିନ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ ବୋଲି କହିଛନ୍ତି ।
ଏଥିସହ ପଢ଼ନ୍ତୁ: କାଳି ପୂଜା ଭସାଣୀରେ ବିଶୃଙ୍ଖଳା, ଜନତା-ପୋଲିସ ହାତାହାତି !
ତେବେ ଏହା ରୁଷିଆ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ ଦାବି କରିଛନ୍ତି ପୁଟିନ । ତେବେ ପୁଟିନଙ୍କ ମନ୍ତବ୍ୟକୁ ଜମା ବି ଗମ୍ବୀର ଭାବରେ ନେଇ ନାହାନ୍ତି ଆମେରିକା ରାଷ୍ଟ୍ରପତି । ବରଂ ଆକ୍ଷେପ କରି କହିଛନ୍ତି ତେଲ ଦେଲେ ଆଗକୁ ପରିମାଣ କ'ଣ ହେବ ଏହା ବହୁ ଶୀଘ୍ର ପୁଟିନ୍ ଜାଣି ପାରିବେ ।
ତେବେ ଯୁକ୍ରେନ୍ ସହିତ ଯୁଦ୍ଧ ବିରତି ପାଇଁ ପୁଟିନ୍ ରାଜି ହୋଇନଥିବା ବେଳେ ଋଷ ଉପରେ ତେଲ କଟକଣା ଲଗାଇ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଛି ଆମେରିକା । ଯାହାକୁ ନେଇ ପୁଟିନ ଚେତାବନୀ ଦେଇ କହିଛନ୍ତି, ଆମେରିକା ଏହାର ଫଳ ଭୋଗିବ ।
ଏପରିକି ଆମେରିକା ଦେଇଥିବା ଟମାହକ୍ କିମ୍ବା ୩,୦୦୦ କିଲୋମିଟର ଦୂରଗାମୀ କ୍ଷେପଣାସ୍ତ୍ରକୁ ଋଷିଆରେ ଆକ୍ରମଣ ପାଇଁ ୟୁକ୍ରେନ୍ ବ୍ୟବହାର କରେ । ତାର ଭୟଙ୍କର ଜବାବ ଋଷ ଦେବ ବୋଲି ପୁଟିନ ଚେତାଇ ଦେଇଛନ୍ତି ।
ୟୁକ୍ରେନ ଯୁଦ୍ଧ ପାଇଁ ଋଷିଆର ପାଣ୍ଠି ଯୋଗାଣକୁ ରୋକିବା ଲକ୍ଷ୍ୟରେ ଆମେରିକା ଋଷିଆର ଦୁଇଟି ବୃହତ ତେଲ କମ୍ପାନୀ ରୋସନେଫ୍ଟ (Rosneft) ଏବଂ ଲୁକୋଇଲ୍ ଉପରେ କଟକଣା ଲଗାଇଛି । ତେବେ ଋଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପଙ୍କ ପ୍ରୟାସରେ ପୁଟିନ ସାଥ୍ ଦେଉନଥିବାରୁ ଟ୍ରମ୍ପ, ଋଷ ଅର୍ଥନୀତିକୁ ଧରାଶାୟୀ କରିବାକୁ ଏଭଳି ଚାଲ୍ ଖେଳୁଥିବା ଚର୍ଚ୍ଚା ହେଉଛି ।
ଏଥିସହ ପଢ଼ନ୍ତୁ: ନିୟମ ମାନୁ ନଥିଲେ ଗଣିବେ ତଣ୍ଡ, ଛକ ଛକରେ ଜଗିବେ RTO
ସୂଚନାଯୋଗ୍ୟ, ରୋସନେଫ୍ଟ୍ ଓ ଲୁକୋଇଲ୍ ଋଷ ଉତ୍ପାଦନ କରୁଥିବା ଅଧାରୁ ଅଧିକ ତୈଳକୁ ରପ୍ତାନୀ କରେ । ଆଉ ଏହି ଦୁଇ କମ୍ପାନୀ ଉପରେ ଆମେରିକାର କଟକଣା ନିହାତି ଭାବେ ଋଷକୁ ଆର୍ଥିକ ଭାବେ କ୍ଷତାକ୍ତ କରିବ । ଏହାରି ଭିତରେ ବିଶ୍ଵ ବଜାରରେ ଅଶୌଧିତ ତୈଳର ମୂଲ୍ୟ ୫-୬% ବୃଦ୍ଧି ପାଇଛି ଏବଂ ଋଷର ଷ୍ଟକ୍ ମାର୍କେଟ୍ ୩.୬% ଖସିଛି ।
ଋଷ ଠାରୁ ତୈଳ ଆମଦାନୀ କରୁଥିବା ଦେଶ ଭିତରୁ ଭାରତ ଅନ୍ୟତମ । ୨୦୨୨ ପରଠାରୁ ଋଷକୁ ଭାରତ ସର୍ବାଧିକ ତୈଳ ରପ୍ତାନୀ କରିଛି । ଆଉ ଏବେ ଟ୍ରମ୍ପଙ୍କ ନୂଆ ତୈଳ ନିଷ୍ପତ୍ତି ଋଷକୁ ଆର୍ଥିକ କ୍ଷତି ସହ ଯୁଦ୍ଧ ବନ୍ଦ ଦିଗରେ ପ୍ରଭାବୀ ହେବ ବୋଲି ଆଶା ବାନ୍ଧିଛି ଆମେରିକା । ତେବେ ପୁଟିନଙ୍କ ଜବାବ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories