Donald Trump / ଶାନ୍ତି ପୁରସ୍କାର ପାଇଁ 'ବିକଳ' ଟ୍ରମ୍ପ; ମେଡାଲ୍ ଦେଖୁ ଦେଖୁ ନିଜେ ନେଇ ବେକରେ ଗଳେଇ ଦେଲେ
·9 months ago·2 min read

Key Points
ଇନଫାଣ୍ଟିନୋ, ଟ୍ରମ୍ପଙ୍କ ସହ କଥା ହୋଇଥିବା ବେଳେ ଶାନ୍ତି ମେଡାଲ୍ ନେଇ ଆସିଥିଲେ ଯୁବତୀ । ଆଉ ମେଡାଲ୍ ଦେଖୁ ଦେଖୁ ଟ୍ରମ୍ପ ନିଜକୁ ସମ୍ଭାଳି ପାରି ନଥିଲେ । ଯୁବତୀଙ୍କ ହାତରୁ ମେଡାଲ୍ ନେଇ ଟ୍ରମ୍ପ ସିଧା ନିଜ ବେକରେ ଗଳେଇ ପକାଇ ଥିଲେ ।
ନୂଆଦିଲ୍ଲୀ: ଶେଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର । ଫିଫା (FIFA)ର ନୂତନ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶୁକ୍ରବାର ୱାଶିଂଟନ ଡିସିରେ ଫିଫା ବିଶ୍ଵକପ୍ ୨୦୨୬ ପାଇଁ ଗ୍ରୁପ୍ ଲଟେରି କରାଯାଇଥିଲା ।

ଆଉ ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ମିଳିଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର ଖୋଲାଖୋଲି କହିଛନ୍ତି ଯେ, ସେ ନୋବେଲ୍ ଶାନ୍ତି ପୁରସ୍କାରର ହକ୍ଦାର । ଏଥିପାଇଁ ଟ୍ରମ୍ପ କ୍ୟାମ୍ପେନ୍ ବି କରିଥିଲେ ।
ଏଥିସହ ପଢ଼ନ୍ତୁ: ମ୍ୟାଚ୍ ଅଧାରୁ ପିଚ୍ରେ ଫସିଗଲା ବଲ୍, ବାତିଲ୍ ହେଲା ଖେଳ
ଆଉ ଫିଫା ନୂଆ ଶାନ୍ତି ପୁରସ୍କାର ଘୋଷଣା କରିବା ପରଠାରୁ ଅନୁମାନ କରାଯାଉଥିଲା ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ପୁରସ୍କାର ମିଳିବ । ଆଉ ଶୁକ୍ରବାର ସତକୁ ସତ ଟ୍ରମ୍ପଙ୍କୁ ମିଳିଛି ଫିପା ଶାନ୍ତି ପୁରସ୍କାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫିଫା ଅଧ୍ୟକ୍ଷ ଗିୟାନି ଇନଫାଣ୍ଟିନୋ ଘନିଷ୍ଠ ସହଯୋଗୀ । ପୂର୍ବରୁ ହିଁ ଇନଫାଣ୍ଟିନୋ ସ୍ପଷ୍ଟ କରିଥିଲେ, ତାଙ୍କୁ ଲାଗୁଛି ଗାଜା ଯୁଦ୍ଧ ବିରାମ ପ୍ରୟାସ ପାଇଁ ଟ୍ରମ୍ପଙ୍କୁ ନୋବେଲ୍ ଦେବାର ଥିଲା ।

ଏବେ ଟ୍ରମ୍ପଙ୍କୁ ଫିଫା ଶାନ୍ତି ପୁରସ୍କାର ଦେଇ ଇନଫାଣ୍ଟିନୋ କହିଛନ୍ତି, "ଏହା ଆପଣଙ୍କ ପୁରସ୍କାର ଅଟେ, ଏହା ଆପଣଙ୍କ ଶାନ୍ତି ପୁରସ୍କାର ।" ପୁରସ୍କାର ଗହଣ ପୂର୍ବରୁ କେନେଡି ସେଣ୍ଟର ପହଞ୍ଚି ଟ୍ରମ୍ପ କହିଥିଲେ, "ମୋତେ ଜଣାନାହିଁ ପୁରସ୍କାର ମିଳିବ କି ନାହିଁ । ମୋତେ ସମ୍ମାନର ଆବଶ୍ୟକତା ନାହିଁ । ମୁଁ କେବଳ ଜୀବନ ବଞ୍ଚାଇବାକୁ ଚାହୁଁଛି ।"

କିନ୍ତୁ ମଞ୍ଚରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ଇନଫାଣ୍ଟିନୋ, ଟ୍ରମ୍ପଙ୍କ ସହ କଥା ହୋଇଥିବା ବେଳେ ଶାନ୍ତି ମେଡାଲ୍ ନେଇ ଆସିଥିଲେ ଯୁବତୀ । ଆଉ ମେଡାଲ୍ ଦେଖୁ ଦେଖୁ ଟ୍ରମ୍ପ ନିଜକୁ ସମ୍ଭାଳି ପାରି ନଥିଲେ । ଯୁବତୀଙ୍କ ହାତରୁ ମେଡାଲ୍ ନେଇ ଟ୍ରମ୍ପ ସିଧା ନିଜ ବେକରେ ଗଳେଇ ପକାଇ ଥିଲେ । ମଞ୍ଚରେ ଇନଫାଣ୍ଟିନୋ ଛିଡ଼ା ହୋଇ ଏସବୁ ତାଜୁବ୍ ହୋଇ ଦେଖୁଥିଲେ ।

ଏଥିସହ ପଢ଼ନ୍ତୁ: ଝିଅ ବାହାଘର ପାଇଁ ୫୧ ହଜାର ଟଙ୍କା ଦେବେ ସରକାର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ପାଇଁ ଜୋରଦାର ଅଭିଯାନ ଚଳାଇଥିଲେ । କିନ୍ତୁ ଚଳିତବର୍ଷର ଶାନ୍ତି ପୁରସ୍କାର ପାଇଥିଲେ ଭେନେଜୁଏଲାର ବିରୋଧୀ ନେତା ମାରିଆ କୋରିନା ମଚାଡୋ । ଯିଏ କି ପୁରସ୍କାର ପାଇବ ପରେ ତତକ୍ଷଣାତ୍ କହିଥିଲେ, "ମୁଁ ଏହି ସମ୍ମାନକୁ ଟ୍ରମ୍ପଙ୍କୁ ସମର୍ଥନ କରୁଛି ।"
Related Topics
Explore more stories