Trump Warns Iran / ଟ୍ରମ୍ପ ପୁଣି ଦେଲେ ଇରାନକୁ ଅଲ୍ଟିମେଟମ୍; 'ମଙ୍ଗଳବାର ଯାହା ହେବ ଭାବି ପାରିବନି'
·2 hours ago·2 min read

Key Points
୧୦ ଦିନିଆ ମହଲତ ସରି ସରି ଆସୁଥିବା ବେଳେ ଟ୍ରମ୍ପ ପୁଣି ଥରେ ଧମକାଇଛନ୍ତି । ରାଗି ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଛନ୍ତି, "ପାଗଳ... ହର୍ମୁଜ ପ୍ରଣାଳୀ ଖୋଲି ଦିଅ, ନହେଲେ ନର୍କକୁ ଯିବ ।"
ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ଚେତାବନୀ ଦେଇଥିଲେ ଟ୍ରମ୍ପ । ଆମେରିକା ଦେଇଥିବା ୧୦ ଦିନିଆ ମହଲତ ସରି ସରି ଆସୁଥିବା ବେଳେ ଟ୍ରମ୍ପ ପୁଣି ଥରେ ଧମକାଇଛନ୍ତି । ରାଗି ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଛନ୍ତି, "ପାଗଳ... ହର୍ମୁଜ ପ୍ରଣାଳୀ ଖୋଲି ଦିଅ, ନହେଲେ ନର୍କକୁ ଯିବ ।"
ରବିବାର ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, "ମଙ୍ଗଳବାର ଇରାନର ପାୱାର ପ୍ଲାଣ୍ଟ ଦିବସ ଓ ପୋଲ ଦିବସ ଏକା ସଙ୍ଗରେ ପାଳନ ହେବ । ଯାହା ଆଗରୁ କେବେ ବି ହୋଇ ନଥିଲା । ଖାଲି ଦେଖ, ଆଲ୍ଲାଙ୍କୁ ପ୍ରାର୍ଥନା କର ।"
ଏଥିସହ ପଢ଼ନ୍ତୁ:
୪୮ ଘଣ୍ଟା ପରେ ସବୁ ଧ୍ଵଂସ
ଟ୍ରମ୍ପ ଇରାନକୁ ଏପ୍ରିଲ୍ ୪ ତାରିଖ ରାତିରେ ହର୍ମୁଜ ପ୍ରଣାଳୀ ଖୋଲିବା ସହ ବୁଝାମଣା ପାଇଁ ଚେତାବନୀ ଦେଇଥିଲେ । କହିଥିଲେ, "୧୦ ଦିନ ସମୟ ଦେଇଥିଲି, ସମୟ ଗଡ଼ୁଛି । ୪୮ ଘଣ୍ଟା ପରେ ଆମେରିକା ଏଭଳି ଆକ୍ରମଣ କରିବ, ସବୁ ଧ୍ଵଂସ ହୋଇଯିବ ।"
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ପାୱାର ପ୍ଲାଣ୍ଟ ଉପରେ ୭ ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବାକୁ ଇରାନ ସମୟ ମାଗିଛି । ଉକ୍ତ ସମୟକୁ ୧୦ ଦିନ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ଯାହା ଏପ୍ରିଲ୍ ୬ ତାରିଖରେ ସରିବ ।
ଟ୍ରମ୍ପଙ୍କ ଧମକ କ'ଣ କହିଲା ଇରାନ ?
ଇରାନର ଜଣେ ଶୀର୍ଷ କମାଣ୍ଡର ଚେତାବନୀ ଦେଇ କହିଛନ୍ତି ଯେ, "ଯଦି ଆମେରିକା ଓ ଇସ୍ରାଏଲ୍, ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ କରନ୍ତି । ତାହେଲେ ତାର ଜବାବ ପଶ୍ଚିମ ଏସିଆରେ ଥିବା ସମସ୍ତ ଆମେରିକୀୟ ସୈନ୍ୟ ଠିକଣା ଓ ଇସ୍ରାଏଲ୍ର ଭିତ୍ତିଭୂମି ଉପରେ ବିଧ୍ଵଂସକ ଆକ୍ରମଣ କରି ଦିଆଯିବ ।"
ଏଥିସହ ପଢ଼ନ୍ତୁ:
'ନାଟୋ ଉପରେ ନାହିଁ ଭରସା'
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ନିଷ୍ପତ୍ତି ନେଲା ପରେ ପୁଣି ଥରେ ଭାବିବୁ ନାହିଁ । ମୁଁ କେବେ ବି ନାଟୋ ଉପରେ ଅଧିକ ଭରସା କରି ନାହିଁ । ମୁଁ ସବୁବେଳେ ଜାଣିଛି କି ଏହି ସଂଗଠନ ଗୋଟିଏ କାଗଜ ବାଘ । ଭ୍ଲାଦିମିର ପୁଟିନ ମଧ୍ୟ ଏହା ଜାଣି ସାରିଛନ୍ତି ।"
ଇରାନ ମାମଲାରେ ନାଟୋର ସଦସ୍ୟ ରାଷ୍ଟ୍ର ଆମେରିକାର ସାଥ୍ ଦେବାକୁ ମନା କରି ଦେଇଛନ୍ତି । ଯାହା ପରେ ଟ୍ରମ୍ପ ନାଟୋ ଛାଡ଼ିବା ନେଇ ବିଚାର କରୁଥିବା କହିଛନ୍ତି । ଏହାପୂର୍ବରୁ ନାଟୋ ସହଯୋଗୀ ରାଷ୍ଟ୍ରଙ୍କୁ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ଯୁଦ୍ଧ ଜାହାଜ ପଠାଇବା ପାଇଁ କହିଥିଲେ । ତେବେ ଅଧିକାଂଶ ଲୋକ ଟ୍ରମ୍ପଙ୍କ କଥାକୁ ଏଡ଼ାଇ ଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories