|
logo
Live
Argus News App
GET APP

Argus News - ଇରାନ୍‌ର ଯୁଦ୍ଧ ଭୂଇଁରୁ କେମିତି ବଞ୍ଚିଲେ ଆମେରିକୀୟ ପାଇଲଟ୍ ? ଚକ୍‌ମା ଦେଲା ଏହି ଛୋଟିଆ ଉପକରଣ

International

Secret Device Saved Pilot / ଇରାନ୍‌ର ଯୁଦ୍ଧ ଭୂଇଁରୁ କେମିତି ବଞ୍ଚିଲେ ଆମେରିକୀୟ ପାଇଲଟ୍ ? ଚକ୍‌ମା ଦେଲା ଏହି ଛୋଟିଆ ଉପକରଣ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ଇରାନ୍‌ର ଯୁଦ୍ଧ ଭୂଇଁରୁ କେମିତି ବଞ୍ଚିଲେ ଆମେରିକୀୟ ପାଇଲଟ୍ ? ଚକ୍‌ମା ଦେଲା ଏହି ଛୋଟିଆ ଉପକରଣ
CSEL Device Helps US Pilot

Key Points

ଶତ୍ରୁ ଦେଶ ଇରାନରେ ଗୋଟିଏ ପିସ୍ତଲ ସହ ଆମେରିକୀୟ ପାଇଲଟ୍ ୪୮ ଘଣ୍ଟା ଲୁଚି ରହିଥିଲେ । ବଡ଼ କଥା ହେଉଛି, ପାଇଲଟ୍ ଜଣଙ୍କ ଇରାନରେ ରହି ଆମେରିକାକୁ ତାର ଲୋକେସନ୍ ପଠାଉଥିଲେ ।
ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ୍ ମିଶି ଆକ୍ରମଣ କରୁଛନ୍ତି । ପାଲଟା ଜବାବ ଦେଉଛି ଇରାନ । କହିବାକୁ ଗଲେ ଟ୍ରମ୍ପଙ୍କୁ ଇରାନ ନାକରେ ପାଣି ପିଆଇ ଦେଲାଣି । ଇରାନର ଆକ୍ରମଣକୁ ଆମେରିକା ଖାଲି ଯେ ରୋକିବାରେ ବିଫଳ ତା' ନୁହେଁ । ବରଂ ଏହି ଯୁଦ୍ଧରେ ଇରାନ ଭାରି ପଡ଼ିବାରେ ଲାଗିଛି ।

ଆମେରିକାର ଶକ୍ତିଶାଳୀ F-15E ଯୁଦ୍ଧ ବିମାନକୁ ଇରାନ ଖସାଇ ସୈନ୍ୟ ଶକ୍ତିର ପ୍ରମାଣ ଦେଇଛି । ଯାହା ପରେ ପାଇଲଟଙ୍କୁ ଖୋଜିବାକୁ ଆମେରିକା ଅପରେସନ୍ ଆରମ୍ଭ କରିଥିଲା । ଲଗାତାର ୪୮ ଘଣ୍ଟାର କଠିନ ସର୍ଚ୍ଚ ଅପରେସନ୍ ପରେ ଆମେରିକାର ପାରା-ରେସ୍କ୍ୟୁ ୟୁନିଟ୍ ପାଇଲଟହ୍କୁ ସୁରକ୍ଷିତ ଉଦ୍ଧାର କରିନ୍ତି ।

ଏଥିସହ ପଢ଼ନ୍ତୁ: ଇରାନରେ ପଶି ନିଖୋଜ ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା; ପିଠି ଥାପୁଡାଇଲେ ଟ୍ରମ୍ପ

ଇରାନରୁ ପଠାଉଥିଲେ ଲୋକେସନ୍

ଶତ୍ରୁ ଦେଶ ଇରାନରେ ଗୋଟିଏ ପିସ୍ତଲ ସହ ଆମେରିକୀୟ ପାଇଲଟ୍ ୪୮ ଘଣ୍ଟା ଲୁଚି ରହିଥିଲେ । ବଡ଼ କଥା ହେଉଛି, ପାଇଲଟ୍ ଜଣଙ୍କ ଇରାନରେ ରହି ଆମେରିକାକୁ ତାର ଲୋକେସନ୍ ପଠାଉଥିଲେ । ଯାହା ସମ୍ଭବ ହୋଇଥିଲା ଏକ ଛୋଟ ଡିଭାଇସ୍ ମାଧ୍ୟମରେ । ତେବେ ଏହି ଡିଭାଇସ୍ କ'ଣ ? ଯାହା ଇରାନ ଭୂଇଁରୁ ଆମେରିକୀୟ ପାଇଲଟ୍‌ଙ୍କୁ ବଞ୍ଚାଇବାରେ ସହାୟକ ହେଲା ।

ଏହି ଡିଭାଇସ୍‌ର ଗୁରୁତ୍ଵ କ'ଣ ?

ଏହି ଡିଭାଇସ୍‌ର ନାଁ କମ୍ବାଟ ସର୍ଭାଇଭର ଇଭେଡର ଲୋକେଟର (CSEL) । ଯାହା ଏକ ଯୋଗାଯୋଗ ଉପକରଣ । ଯାହାକୁ ଆମେରିକୀୟ ସେନ ବିପଜ୍ଜନକ ପରିସ୍ଥିତିରେ ଯୋଗାଯୋଗ ପାଇଁ ବ୍ୟବହାର କରେ । ଏହା ଏକ ରେଡିଓ ନୁହେଁ ବରଂ ହାତରେ ରହୁଥିବା ସାଟେଲାଇଟ୍ ଆଧାରିତ ଏକ ଯୋଗାଯୋଗ କମ୍ପ୍ୟୁଟର ।

ଏହି ଡିଭାଇସ୍‌ର ଓଜନ ପ୍ରାୟ ୮୦୦ ଗ୍ରାମ । ଏହି ଡିଭାଇସ୍‌କୁ ପାଇଲଟଙ୍କ ଜ୍ୟାକେଟ୍‌ରେ ରଖା ଯାଇଥାଏ । ଯେଭଳି ବିମାନରୁ ବାହାରିବା ମାତ୍ରେ ଡିଭାଇସ୍ ପାଇଲଟଙ୍କ ସହ ଥିବ । ଏହି ଡିଭାଇସ୍ ୧୦ ମିଟର ଗଭୀର ପାଣି ଭିତରେ କାମ କରିବାରେ ସକ୍ଷମ । ଯାହାର ବ୍ୟାଟେରୀ ୨୧ ଦିନ ପର୍ଯ୍ୟନ୍ତ ଚାଲୁ ରହିଥାଏ ।

କେମିତି କାମ କରେ ଏହି ଡିଭାଇସ୍ ?

କୌଣସି ଜରୁରୀ ସ୍ଥିତିରେ ପାଇଲଟ୍ ବିମାନରୁ ଡେଇଁବା ମାତ୍ରେ ଏହି ଯୋଗାଯୋଗ ଡିଭାଇସ୍‌ଟି ତୁରନ୍ତ ସକ୍ରିୟ ହୋଇଯାଏ । ବିମାନରୁ ଡେଇଁବା ପରେ ଲାଗୁଥିବା ଝଟ୍‌କା ସହିବା ସହିତ ଏହି ଡିଭାଇସ୍ ତୁରନ୍ତ ତଥ୍ୟ ପଠାଇବା ଆରମ୍ଭ କରିଦିଏ । ଏହି ଡିଭାଇସ୍ ପଠାଉଥିବା ତଥ୍ୟ ଏନକ୍ରିପ୍ଟେଡ୍ ଅଟେ ।

ଯେଉଁଥିରେ ରାପିଡ୍ ଫ୍ରିକ୍ଵେନ୍ସିଂ-ହପିଙ୍ଗ ସିଗନାଲ୍ ବ୍ୟବହାର କରାଯାଏ । ଫଳରେ ଶତ୍ରୁ ଦେଶର ଇଲେକ୍ଟ୍ରୋନିକ ୱାର୍ ସିଷ୍ଟମ ମଧ୍ୟ ଏହା ବାବଦରେ ସୂଚନା ପାଏ ନାହିଁ । ଏହି ଡିଭାଇସ୍ କୌଣସି ଶବ୍ଦ ନ କରି ସୂଚନା ପଠାଇ ଥାଏ । ଫଳରେ ଆମେରିକା ସେନ ତତ୍‌କ୍ଷଣାତ୍ ଜାଣିନିଏ କେଉଁ ପାଇଲଟ୍ ବିପଦରେ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଭୟଙ୍କର ଚେତାବନୀ, ୪୮ ଘଣ୍ଟା ପରେ ଇରାନକୁ ଧ୍ବଂସ କରିଦେବି !

କେମିତି ବଞ୍ଚିଲେ ପାଇଲଟ୍ ?

ଏହି ଡିଭାଇସ୍ ତାର ଫ୍ରିକ୍ଵେନ୍ସି ବାରମ୍ବାର ବଦଳାଇ ଥା । ଫଳରେ ଇରାନ ପାଖରେ ଥିବା ଋଷ ଓ ଚୀନ ନିର୍ମିତ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ୱାର୍ ସିଷ୍ଟମ ଟ୍ରାକ୍ କରି ପାରି ନଥିଲା । ଏହି ଜିପିଏସ୍ ଗାଇଡେଡ୍ ଡିଭାଇସ୍ ଅନ୍ଧାରରେ ରାସ୍ତା ଦେଖାଇଥିଲା ।

ଉଦ୍ଧାରକାରୀ ହେଲିକପ୍ଟର ନିକଟତର ହେବା ସହ ପାଇଲଟଙ୍କୁ କକପିଟ୍‌ରେ ସଠିକ୍ ଠିକଣା ଦେଖା ଯାଇଥିଲା । ଏହାପରେ ଇରାନ ଓ ଆମେରିକା ସେନା ମଧ୍ୟରେ ଗୁଳିଗୋଳା ବର୍ଷଣ ହୋଇଥିଲା । ଆମେରିକା ସେନା ପାଇଲଟ୍‌ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଗର୍ବିତ ବୋଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Secret Device Saved Pilot: ଇରାନ୍‌ର ଯୁଦ୍ଧ ଭୂଇଁରୁ କେମିତି ବଞ୍ଚିଲେ ଆମେରିକୀୟ ପାଇଲଟ୍ ? ଚକ୍‌ମା ଦେଲା ଏହି ଛୋଟିଆ ଉପକରଣ | Argus News