|
logo
Live
Argus News App
GET APP

Argus News - ଭେନେଜୁଏଲା ଉପରେ କବ୍‌ଜା; ତେଲରୁ ଟଙ୍କା କମାଇବ ଆମେରିକା, ବଢ଼ିବ କି ମନମାନି ?

International

US Venezuela / ଭେନେଜୁଏଲା ଉପରେ କବ୍‌ଜା; ତେଲରୁ ଟଙ୍କା କମାଇବ ଆମେରିକା, ବଢ଼ିବ କି ମନମାନି ?

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଭେନେଜୁଏଲା ଉପରେ କବ୍‌ଜା; ତେଲରୁ ଟଙ୍କା କମାଇବ ଆମେରିକା, ବଢ଼ିବ କି ମନମାନି ?
Why the US Is Targeting Venezuela’s Massive Oil Reserves

Key Points

ଆମେରିକା ଠାରୁ ଅଧିକ ତେଲ ଥାଇ ଭେନେଜୁଏଲା ଏତେ ଗରିବ କାହିଁକି ? ଏହାର କାରଣ ବି ସେହି ଅଶୋଧିତ ତୈଳ । କାରଣ ଭେନେଜୁଏଲାର ତୈଳ ମହୁ ଭଳି ଅତ୍ୟଧିକ ଗାଢ଼ା । ଯାହାକୁ ମାଟି ତଳୁ ବାହାର କରିବା କଠିନ ଓ ବ୍ୟୟ ବହୁଳ ।
ନୂଆଦିଲ୍ଲୀ: ଆମେରିକା ଠାରୁ ଅଧିକ ୫ ଗୁଣ ତୈଳ ଭେନେଜୁଏଲାରେ ରହିଛି । ତେଲରେ ସାଉଦି ଆରବକୁ ଟକ୍କର ଦେଉଥିବା ଭେନେଜୁଏଲାକୁ ଆମେରିକା କବ୍‌ଜା କରିବା ପରେ ଏବେ ସମସ୍ତଙ୍କର ନଜର ଆମେରିକା ଉପରେ ।

କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଭେନେଜୁଏଲାର ବିଶାଳ ଅଶୋଧିତ ତୈଳ ଭଣ୍ଡାର ଖନନ ପାଇଁ ଆମେରିକୀୟ କମ୍ପାନୀକୁ ଅନୁମତି ଦିଆଯିବ ।" ଏପରିକି ଭେନେଜୁଏଲାରୁ ତୈଳ ଉତ୍ପାଦନ କରି ଆମେରିକା, ଚୀନକୁ ବିତରଣ କରିବ ବୋଲି କହିଛନ୍ତି ଟ୍ରମ୍ପ ।

ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'

ଶନିବାର ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ଭେନେଜୁଏଲାରେ ଖରାପ ହୋଇ ଯାଇଥିବା ତୈଳ ଢାଞ୍ଚାକୁ ଠିକ୍ କରି ପୁଣି ଥରେ ତୈଳ ଉତ୍ପାଦନ କରାଯିବ । ଯେଉଁଥିରେ ଆମେରିକା ଅରବ ଡଲାର ନିବେଶ କରିବ । ଆଉ ଟଙ୍କା କମାଇବ ।"

ଆମେରିକା, ଭେନେଜୁଏଲା ଉପରେ ଆକ୍ରମଣ କରିବା ଓ ଟ୍ରମ୍ପଙ୍କ ବୟାନ ବିଶ୍ଵବ୍ୟାପୀ ରାଜନୈତିକ କ୍ଷେତ୍ର ଓ ତୈଳ ବଜାରରେ ଆତଙ୍କ ସୃଷ୍ଟି କରିଛି । ଟ୍ରମ୍ପ ସଫା ସଫା କହିଛନ୍ତି, "ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ସେଠାକାର ସମ୍ପଦ ଅର୍ଥାତ ତେଲ ପାଇଁ ।"

ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଖୁଲାସା କରି କହିଛନ୍ତି, "ଭେନେଜୁଏଲା ସହ ଲଢ଼େଇ ସେଠାକାର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ପାଇଁ । ଆମେରିକୀୟ ତୈଳ କମ୍ପାନୀ ଭେନେଜୁଏଲାରେ ଅରବ ଡଲାର ନିର୍ବେଶ କରିବେ । ଦଶନ୍ଧି ଧରି ଅବ୍ୟବହୃତ ତୈଳ କୂଅ ସହ ପାଇପ୍ ଲାଇନ୍‌କୁ ଆମେରିକା ଜ୍ଞାନକୌଶଳ ଅନୁସାରେ ସଜାଡ଼ିବ । ଆମେ ତେଲ ଉତ୍ପାଦନ କରି ପୁରା ଦୁନିଆକୁ ବିକ୍ରି କରିବୁ ।"

ତେବେ ଆମେରିକା ଠାରୁ ଅଧିକ ତେଲ ଥାଇ ଭେନେଜୁଏଲା ଏତେ ଗରିବ କାହିଁକି ? ଏହାର କାରଣ ବି ସେହି ଅଶୋଧିତ ତୈଳ । କାରଣ ଭେନେଜୁଏଲାର ତୈଳ ମହୁ ଭଳି ଅତ୍ୟଧିକ ଗାଢ଼ା । ଯାହାକୁ ମାଟି ତଳୁ ବାହାର କରିବା କଠିନ ଓ ବ୍ୟୟ ବହୁଳ । ଏଥିସହ ଏହାର ଶୋଧନ ପାଇଁ ଉଚ୍ଚମାନର ଜ୍ଞାନକୌଶଳ ଓ ବିପୁଳ ନିବେଶର ଆବଶ୍ୟକତା ରହିଛି ।

ଏଥିସହ ପଢ଼ନ୍ତୁ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ

ଏଥିସହ ଏଥିରେ ଅଧିକ ସଲଫର ରହିଥିବାରୁ ଅନ୍ତର୍ଜାତୀୟ ବଜାରର କମ୍ ମୂଲ୍ୟ ମିଳିଥାଏ । ଭେନେଜୁଏଲାର ଅଶୋଧିତ ତୈଳକୁ ରିଫାଇନ୍ କରିବା କୌଶଳ ଆମେରିକା ପାଖରେ ରହିଛି ।

ଭେନେଜୁଏଲା ପାଖରେ ପ୍ରାୟ ୩୦୩ ଅରବ ବ୍ୟାରେଲ୍ ଅଶୋଧିତ ତୈଳ ରହିଛି । ଯାହାକି ସାରା ଦୁନିଆରେ ଥିବା ତୈଳ ଭଣ୍ଡାରର ୧୮ ପ୍ରତିଶତ । କିନ୍ତୁ ଅତ୍ୟଧିକ କଠିନ ହୋଇଥିବାରୁ ଭେନେଜୁଏଲା ମାତ୍ର ୧ ପ୍ରତିଶତ ବାହାର କରିବାରେ ସକ୍ଷମ ହୋଇଛି ।

ବିଶ୍ଵ ବଜାରରେ କି ପ୍ରଭାବ ପଡ଼ିବ ?

ଟ୍ରମ୍ପଙ୍କ ବୟାନ ପରେ ବିଶ୍ଵ ତୈଳ ବଜାରରେ ହଲଚଲ ଦେଖିବାକୁ ମିଳିଛି । ବିଶେଷଜ୍ଞଙ୍କ ଅନୁସାରେ, ଟ୍ରମ୍ପଙ୍କ ତୈଳ ପ୍ରଥମ ନୀତି ଯୋଗୁଁ ଅଶୋଧିତସ ତୈଳ ଦର କମିବା ବଢ଼ିବା ସମ୍ଭାବନାକୁ ନିକଟ ଭବିଷ୍ୟତରେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
US Venezuela: ଭେନେଜୁଏଲା ଉପରେ କବ୍‌ଜା; ତେଲରୁ ଟଙ୍କା କମାଇବ ଆମେରିକା, ବଢ଼ିବ କି ମନମାନି ? | Argus News