|
logo
Live
Argus News App
GET APP

Argus News - ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ

Odisha

Pitabas Panda Murder Case / ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ
30,000-Page Chargesheet Filed in Pitabas Panda Murder Case

Key Points

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦ୍ୟନାଥପୁର ଥାନା ପୋଲିସ । ପ୍ରାୟ ୩୦ ହଜାର ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ପୋଲିସ ଦାଖଲ କରିଛି ।
ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦ୍ୟନାଥପୁର ଥାନା ପୋଲିସ । ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ପ୍ରାୟ ୩୦ ହଜାର ପୃଷ୍ଠା ସମ୍ବଳିତ ପ୍ରାଥମିକ ଚାର୍ଜସିଟ୍ ପୋଲିସ ଦାଖଲ କରିଛି ।

ଦୁଇଟି ଟ୍ରଙ୍କ୍‌ରେ ଚାର୍ଜସିଟ କୋର୍ଟକୁ ଆଣି ପୋଲିସ ଦାଖଲ କରିଛି । ଏହା ପୂର୍ବରୁ ଡି ସେମ୍ବର ୯ ତାରିଖରେ ମାମଲାର ସିଡ଼ି ତଥା କେସ୍ ଡାଏରୀ ପୋଲିସ କୋର୍ଚରେ ଦାଖଲ କରିଥିଲା ।

ଏଥିସହ ପଢ଼ନ୍ତୁ: ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ଗଣ୍ଡଗୋଳ; ସକାଳଧୂପ ପରେ ଦର୍ଶନ ବନ୍ଦ

ଆଇନଜୀବୀ ତଥା ବରିଷ୍ଠ ବିଜେପ ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ ପ୍ରମୁଖ ।

ଗତ ଡିସେମ୍ବର ୧୬ ତାରିଖରେ ବିକ୍ରମ ପଣ୍ଡାଙ୍କ ସହ ୫ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ତୃତୀୟ) । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ମଦନ ମୋହନ ଦଳାଇ, ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'

ଜେଲ୍‌ରେ ଥାଇ ପୀତବାସଙ୍କ ପରିବାରକୁ ଧମକ ଚମକ ଦେବା ନେଇ ବିକ୍ରମ ପଣ୍ଡାଙ୍କ ବିରୋଧରେ ନିକଟରେ ଆଉ ୨ଟି ମାମଲା ହୋଇଛି । ଯାହାକୁ ନେଇ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ବିକ୍ରମ ପଣ୍ଡା ଓ ମଦନ ଦଳେଇଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ନଭେମ୍ବର ୨୫ରେ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ ।

ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍‌ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ | Argus News