Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଟିରେ ମିଶିଲା ହିଜବୁଲା ଟନେଲ; ଭିଡ଼ିଓ ଦେଖିଲେ ହୋଇଯିବେ ତାଜୁବ

International

IDF Destroys Hezbollah Tunnel / ମାଟିରେ ମିଶିଲା ହିଜବୁଲା ଟନେଲ; ଭିଡ଼ିଓ ଦେଖିଲେ ହୋଇଯିବେ ତାଜୁବ

Subhramjit Ray
Browse all articles by Subhramjit Ray
·1 hour ago·3 min read
ମାଟିରେ ମିଶିଲା ହିଜବୁଲା ଟନେଲ; ଭିଡ଼ିଓ ଦେଖିଲେ ହୋଇଯିବେ ତାଜୁବ
IDF Destroys Hezbollah Tunnel

Key Points


ଇସ୍ରାଏଲୀ ସେନା କହିଛି ଯେ ହିଜିବୁଲ୍ଲା ଦ୍ୱାରା ବ୍ୟବହୃତ ହେଉଥିବା ଦୁଇଟି ବଡ଼ ବଡ଼ ସୁଡ଼ଙ୍ଗକୁ ନିର୍ମାଣ କରିବାକୁ ୧୦ ବର୍ଷ ସମୟ ଲାଗିଥିଲା। ଏହି ଭୂତଳ ସୁଡ଼ଙ୍ଗ ମାଟି ତଳେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଥିଲା।
IDF Destroys Hezbollah Tunnel Viral Video: ଯୁଦ୍ଧ ବିରାମ ସତ୍ତ୍ୱେ ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ସେନା (ଆଇଡ଼ିଏଫ) ଦକ୍ଷିଣ ଲେବାନନ୍ ଠାରେ ଦୁଇଟି ବଡ଼ ବଡ଼ ଭୂତଳ ସୁଡଙ୍ଗ ଠାବ କରିଥିବାର ଦାବି କରଛି। ଏହି ଭୂତଳ ସୁଡ଼ଙ୍ଗକୁ ଟିହ୍ନଟ କରାଯିବା ପରେ ଏହାକୁ ମାଟିରେ ମିଶାଇ ଦିଆଯାଇଥିବାର କହିଛି ଆଇଡ଼ିଏଫ। ଏନେଇ ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏହା ଦକ୍ଷିଣ ଲେବାନନରେ ଏହି ଭୂତଳ ସୁଡ଼ଙ୍ଗ ଗାଜାରେ ମିଳିଥିବା ସୁଡ଼ଙ୍ଗ ସହିତ ପ୍ରାୟତଃ ସମାନ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ କ୍ୱାଣ୍ଟାରା ଅଞ୍ଚଳରେ ବିସ୍ଫୋରଣ କରି ଏହି ଭୂତଳ ସୁଡ଼ଙ୍ଗକୁ ମାଟିରେ ମିଶାଇ ଦିଆଯାଇଛି।

ଇସ୍ରାଏଲ ସୀମାରୁ କେବଳ ୧୦ କିମି ଦୂରରେ ରହିଥିଲା ୨ କିମି ଲମ୍ବା ସୁଡଙ୍ଗ
ଇସ୍ରାଏଲ ସେନା ପକ୍ଷରୁ ଏକ ଭିଡ଼ିଓ ସେୟାର କରାଯାଇଛି। ଯେଉଁଥିରେ ହିଜବୁଲ୍ଲା ଦ୍ୱାରା ବ୍ୟବହୃତ ହେଉଥବା ସୁଡ଼ଙ୍ଗ ଦେଖିବାକୁ ମିଳୁଛି। ଏନେଇ ଆଇଡ଼ିଏଫ ପକ୍ଷରୁ କୁହାଯାଉଛି ଯେ ଉଭୟ ସୁଡ଼ଙ୍ଗକୁ ନିର୍ମାଣ କରିବାକୁ ପ୍ରାୟ ୧୦ ବର୍ଷ ସମୟ ଲାଗି ଥାଇପାରେ। ଏହି ଭୂତଳ ସୁଡ଼ଙ୍ଗ ମାଟି ତଳେ ପାଖାପାଖି ୨ କିଲୋମିଟର ଯାଏଁ ଲମ୍ବିଛି। ଏହି ସୁଡ଼ଙ୍ଗ ଇସ୍ରାଏଲର ଉତ୍ତର ସୀମାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ। ସେନା କହିଛି ଯେ ଏହି ସୁଡଙ୍ଗରେ ସ୍ନାଇପର ରାଇଫଲ୍, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଉପକରଣ ମିଳିଛି। ଯାହା ହିଜିବୁଲ୍ଲା ସଦସ୍ୟଙ୍କୁ ଦୀର୍ଘ ସମୟ ପାଇଁ ଆତ୍ମଗୋପନ କରିବାର ସୁଯୋଗ ଦେଇଥାଏ।

ଏହା ସହ ପଢନ୍ତୁ:  ୨୪ ଘଣ୍ଟାରେ ପୁଣି ଥରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ; ଭିଡ଼ିଓ ହେଲା ଭାଇରାଲ


ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିର୍ଦ୍ଦେଶକ୍ରମେ ମୁଁ ଦେଶର ସୈନ୍ୟବାହିନୀକୁ ମାଟି ତଳେ ରହିଥିବା ସମସ୍ତ ଭୂତଳ ଆତଙ୍କବାଦୀ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ଆଦେଶ ଦେଇଥିଲି। କାରଣ ଏହା ଦ୍ୱାରା ଦେଶର ଉତ୍ତର ଭାଗରେ ଅବସ୍ଥିତ ଗାଲିଲି ଅଞ୍ଚଳରେ ରହୁଥିବା ଲୋକଙ୍କୁ କୌଣସି ପ୍ରକାରର ସମ୍ଭାବ୍ୟ ଆକ୍ରମଣରୁ ରକ୍ଷା କରାଯାଇ ପାରିବ। ଏହା ଦ୍ୱାରା ବ୍ଲୁ ଲାଇନ୍ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇ ପାରିବ।

ଏହା ସହ ପଢନ୍ତୁ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ନେଇ ଆସିଲା ବଡ଼ ଖବର; କ'ଣ କହିଲା ପିଏମଓ?

ପ୍ରାୟ ୧୨୦ କିମି ଲମ୍ବା ବ୍ଲୁ ଲାଇନ୍ ହେଉଛି ଦକ୍ଷିଣ ଲେବାନନ୍ ସୀମାରେ ବିସ୍ତାରିତ ଏକ ଅଞ୍ଚଳ। ଯାହା ଇସ୍ରାଏଲ-ଲେବାନନ୍ ମଧ୍ୟରେ ସୀମାରେଖା ଭାବରେ କାର୍ଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, "ଆମେ ସେମାନଙ୍କର (ହିଜବୁଲ୍ଲା) ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରୁଛୁ। ଆମେ ସେମାନଙ୍କର ଅନେକ ସଦସ୍ୟଙ୍କୁ ହତ୍ୟା କରିସାରିଛୁ। ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ ଜାରି ରହିବ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israel Destroys 2km Hezbollah Tunnel Network: Weapons & Gear Found | Watch Video | Argus News