|
logo
Live

Argus News - ରିପୋର୍ଟରେ ବଡ଼ ଖୁଲାସା; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭରସା କରୁନି ସେନା

International

Trust Crisis in US / ରିପୋର୍ଟରେ ବଡ଼ ଖୁଲାସା; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭରସା କରୁନି ସେନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରିପୋର୍ଟରେ ବଡ଼ ଖୁଲାସା; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭରସା କରୁନି ସେନା
Big Revelation 🌍 | Report Claims Trust Gap

Key Points

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ବଡ଼ କୁହାଳିଆ ପଣ ଭାରି ପଡ଼ିବାକୁ ଯାଉଛି । ଯେଉଁଥିପାଇଁ ଆମେରିକା ସେନା ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ତଥ୍ୟ ଲୁଚାଇବା ଆରମ୍ଭ କଲେଣି ।
ନୂଆଦିଲ୍ଲୀ: କମୁଛି ଭରସା, ଖସୁଛି ବିଶ୍ଵାସ । ବଡ଼ ବଡ଼ କଥା, ପଦ ପଦରେ ଚେତାବନୀ । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ବଡ଼ କୁହାଳିଆ ପଣ ଭାରି ପଡ଼ିବାକୁ ଯାଉଛି ।

ଯେଉଁଥିପାଇଁ ଆମେରିକା ସେନା ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ତଥ୍ୟ ଲୁଚାଇବା ଆରମ୍ଭ କଲେଣି । ଆମେରିକୀୟ ସେନାର ଡର ହେଲା 'କମାଣ୍ଡର ଇନ୍ ଚିଫ୍' ତଥା ରାଷ୍ଟ୍ରପତି ନିଜେ ନିଜର ପ୍ରଶଂସା କରିବା ଚକ୍କରରେ ସୈନ୍ୟ ମିଶନକୁ ବିପଦ ମୁହଁରେ ନ ପକାନ୍ତୁ ।

ଏଥିସହ ପଢ଼ନ୍ତୁ: ଇରାନ ଯୁଦ୍ଧ ଭିତରେ UAEର ବଡ଼ ଦାବି; 'ତୁରନ୍ତ ହଟାଅ ଆମେରିକୀୟ ସୈନ୍ୟ ଆଡ୍ଡା'

ବର୍ତ୍ତମାନ ସୁଦ୍ଧା କେବଳ ଏଭଳି ଆଶଙ୍କା କରାଯାଉଥିଲା । କିନ୍ତୁ ଇରାନ ଯୁଦ୍ଧ ଭିତରେ ଏଭଳି ଏକ ରିପୋର୍ଟ ଆସିଛି । ଆଉ ଉକ୍ତ ରିପୋର୍ଟରେ ଆଶଙ୍କାକୁ ସତ୍ୟ ବୋଲି ଦାବି ମଧ୍ୟ କରାଯାଇଛି ।

ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ, "ଇରାନରେ ଜଣେ ଆମେରିକୀୟ ସୈନ୍ୟକୁ ଉଦ୍ଧାର ପାଇଁ ଅପରେସନ୍ ଚାଲିଥିବା ସମୟରେ ସେନା, ଟ୍ରମ୍ପଙ୍କୁ ଜାଣିଶୁଣି କିଛି ଅପଡେଟ୍ ଦେଇ ନଥିଲା । ରେସ୍କ୍ୟୁ ଅପରେସନ୍ ସଫଳ ହେବାର ବହୁ ସମୟ ପରେ ଟମ୍ପଙ୍କୁ ସୂଚନା ଦେଇଥିଲା ସେନା ।"

ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ, ଏପ୍ରିଲ୍ ୩ ମଧ୍ୟାହ୍ନରେ ଟ୍ରମ୍ପ ଜାଣିବାକୁ ପାଇଥିଲେ ଇରାନ ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଛି । ଆଉ ବିମାନରେ ଥିଲା ଯବାନ ନିଖୋଜ ଅଛନ୍ତି ।

ଏହାପରେ ଟ୍ରମ୍ପ ତାଙ୍କ ସହଯୋଗୀଙ୍କ ଉପରେ ଚିତ୍କାର କରିଥିଲେ । ବାରମ୍ବାର କହିଥିଲେ ୟୁରୋପୀୟ ଦେଶ ସହଯୋଗ କରୁନାହାନ୍ତି । ଏପରିକି ୧୯୭୯ରେ ଇରାନ, ଆମେରିକୀୟ ଦୂତାବାସ କର୍ମଚାରୀଙ୍କୁ ବନ୍ଧକ କରି ନେବା ମୁହୂର୍ତ୍ତକୁ ମନେ ପକାଇଥିଲେ ଟ୍ରମ୍ପ ।

ଏଥିସହ ପଢ଼ନ୍ତୁ: ଇରାନର ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବାର ଧମକ ଦେଲେ ଟ୍ରମ୍ପ

ତତ୍‌କ୍ଷଣାତ ବାୟୁ ସେନାର ୨ ଯବାନଙ୍କୁ ଉଦ୍ଧାର ପାଇଁ ଟ୍ରମ୍ପ କହିଥିଲେ । କିନ୍ତୁ ୧୯୭୯ରେ କ୍ଷମତା ପରିବର୍ତ୍ତନ ପରେ ଆମେରିକୀୟ ସେନା, ଇରାନର ଭୂଇଁରେ ପାଦ ଦେଇ ନାହିଁ । ଆମେରିକା ସେନା ପାଇଁ ସେତେବେଳେ ପ୍ରାଥମିକତା ଥିଲା ଇରାନର କେଉଁଠି ଯବାନ ଫସିଛନ୍ତି ? ଆଉ ସେଠାରେ କିଭଳି ପହଞ୍ଚି ହେବ ? ଇରାନ ସେନା ଠାରୁ ଯବାନଙ୍କୁ କିଭଳି ବଞ୍ଚାଇ ହେବ ?

ରିପୋର୍ଟ ଅନୁସାରେ, ଜଣେ ଯବାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । କିନ୍ତୁ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ରମ୍ପଙ୍କୁ ଖବର ନଥିଲା ଯେ ଏକ ଅଧିକ ବିପଦପୂର୍ଣ୍ଣ ଉଦ୍ଧାର ମିଶନରେ ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଛି । ଏହି ରିପୋର୍ଟ ହିଁ ସାବ୍ୟସ୍ତ କରୁଛି... ଟ୍ରମ୍ପଙ୍କ ପ୍ରତି ଆମେରିକୀୟ ସେନାର ଭରସା ଆଉ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Trust Crisis in US: ରିପୋର୍ଟରେ ବଡ଼ ଖୁଲାସା; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭରସା କରୁନି ସେନା | Argus News