Videos
|
International

US Iran War / 'ବନ୍ଦ ହେବନି ଯୁଦ୍ଧ...'; ନୂଆବର୍ଷରୁ ପୁଣି ଆଟାକ୍ ନେଇ ଇରାନକୁ ଧମକାଇଲେ ଟ୍ରମ୍ପ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
'ବନ୍ଦ ହେବନି ଯୁଦ୍ଧ...'; ନୂଆବର୍ଷରୁ ପୁଣି ଆଟାକ୍ ନେଇ ଇରାନକୁ ଧମକାଇଲେ ଟ୍ରମ୍ପ
Donald Trump Iran warning

Key Points

ଭୁଆଁ ବୁଲାଇବା ବନ୍ଦ କର, ରାଜିନାମାରେ ହସ୍ତାକ୍ଷର କର । ନହେଲେ ନୂଆବର୍ଷରୁ ପୁଣି ଥରେ ଆକ୍ରମଣ କରିବୁ । ଇରାନକୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ନୂଆଦିଲ୍ଲୀ: ଇରାନକୁ ଟ୍ରମ୍ପଙ୍କ ନୂଆ ଧମକ । ଭୁଆଁ ବୁଲାଇବା ବନ୍ଦ କର, ରାଜିନାମାରେ ହସ୍ତାକ୍ଷର କର । ନହେଲେ ନୂଆବର୍ଷରୁ ପୁଣି ଥରେ ଆକ୍ରମଣ କରିବୁ । ଇରାନକୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଫକ୍ସ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ରବିବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହି ଚେତାବନୀ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଯଦି ନୂଆବର୍ଷ ସୁଦ୍ଧା ଇରାନ ସହ କୌଣସି ଚୁକ୍ତି ନ ହୁଏ । ତାହେଲେ ଆମେରିକା ପୁଣି ଥରେ ସୈନ୍ୟ ଆକ୍ରମଣ କରିବ ।"

ଏଥିସହ ପଢ଼ନ୍ତୁ: ୨ବର୍ଷ ପରେ ନିଜ ଦେଶ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଇଚ୍ଛା, ସରକାର କହିଲେ ହାତକଡ଼ି ପିନ୍ଧି ଫେରିବେ 

ଆଲୋଚନା ବେଳେ ଇରାନର ଆଭିମୁଖ୍ୟ ଉପରେ ଟ୍ରମ୍ପ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, "ତେହରାନର ଅଧିକାରୀ କଥା ବୁଲାଇବାରେ ଅଭ୍ୟସ୍ତ । ଆମେରିକା ଏଥିରେ ଫସିଯିବ ନାହିଁ । ବର୍ଷ ଶେଷ ସୁଦ୍ଧା ଚୁକ୍ତି ନକଲେ ପୁଣି ଥରେ ଆକ୍ରମଣ କରାଯିବ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରୁ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କତାର, ଓମାନ ଓ ପାକିସ୍ତାନ ଭଲି ଦେଶ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିଲେ ବି ଶାନ୍ତି ଚୁକ୍ତି ଫଳପ୍ରଦ ହେଉନି । ଏବେବି ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।

ରିପୋର୍ଟ ଅନୁସାରେ, ଟ୍ରମ୍ପ କହିଛନ୍ତି ଯେ- ଇରାନ ସବୁବେଳେ କେବଳ କଥା କହି ଆସୁଛି । ଯାହାର କିଛି ଲାଭ ନାହିଁ । ଏଥିସହ ହର୍ମୁଜରେ ଆମେରିକାର ନାକାବନ୍ଦୀକୁ ଇରାନ ଭାଙ୍ଗି ପାରିବ ନାହିଁ ବୋଲି ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି । କୌଣସି ପରିସ୍ଥିତିରେ ଇରାନ ଟ୍ୟାଙ୍କର ନାକାବନ୍ଦୀ ଭାଙ୍ଗିଲେ ନୌସେନା ଭଳି ସମୁଦ୍ରରେ ଭାସିବ ବୋଲି କହିଛନ୍ତି ଟ୍ରମ୍ପ ।

ୱାଶିଂଟନ ଓ ତେହରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏକାଧିକ ଥର ଆଲୋଚନା ହୋଇଥିବା ବେଳେ ଇରାନର ସର୍ତ୍ତକୁ ନେଇ ଟ୍ରମ୍ପ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟ୍ରମ୍ପଙ୍କ ମନ୍ତବ୍ୟର ଦିନକ ପୂର୍ବରୁ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚି କହିଥିଲେ, "ଯଦି ଆମେରିକା ଅନ୍ତର୍ଜାତୀୟ ଆଇନ୍ ଅନୁସାରେ ଉଚିତ୍ ସର୍ତ୍ତ ସ୍ଵୀକାର କରିନିଏ ତାହେଲେ ହର୍ମୁଜକୁ ପୁଣି ଖୋଲିବା ମୁସ୍କିଲ୍ କାମ ନୁହେଁ ।" ଏଥିସହ ଅରାଘଚି ସଂକଟର ସମାଧାନ ପାଇଁ ୱାଶିଂଟନ ତାର ଭୁଲ୍ ସ୍ଵୀକାର କରିବା ଉଚିତ୍ ଏବଂ ପୂର୍ବରୁ ଦେଇଥିବା ସବୁ ପ୍ରତିଶ୍ରୁତି ପାଳନ କରିବାକୁ ହେବ ବୋଲି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ପଦାରେ ପଡ଼ିଲା ଚୀନ-ପାକିସ୍ତାନର ଭିତିରିଆ ମେଣ୍ଟ 

ଶକ୍ତିଶାଳୀ ହେଉଛି ଇରାନ

ଆମେରିକାର ଧମକ, ଆକ୍ରମଣ ମଧ୍ୟରେ ଇରାନ ଚୁପ୍ ବସି ନାହିଁ । ନିକଟରେ ଇରାନ ତାର ଅତ୍ୟାଧୁନିକ ଉନ୍ନତ ମିସାଇଲ୍ ପ୍ରଣାଳୀ, ଅଣ୍ଡରଗ୍ରାଉଣ୍ଡ ସୈନ୍ୟ ଠିକଣା ସହ ମିସାଇଲ୍ ଉତ୍‌କ୍ଷେପଣ ପ୍ରଣାଳୀର ପ୍ରଦର୍ଶନ କରିଥିଲା । ଉକ୍ତ ପ୍ରଦର୍ଶନ ଜରିଆରେ ଇରାନ ସଂକେତ ଦେଇଥିଲା ଯେ, ଆମେରିକା ଓ ଇସ୍ରାଏଲ୍‌ର ଆକ୍ରମଣ ତଥା ଆର୍ଥିକ ଚାପ ସତ୍ତ୍ଵେ ଇରାନର ତାର ସୈନ୍ୟ କ୍ଷମତା ଓ ଶକ୍ତିକୁ ବେଶ୍ ମଜଭୁତ୍ କରି ପାରିଛି ।