Trump warns Bibi / ଯୁଦ୍ଧ ବେଳେ ନେତାନ୍ୟାହୁଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ; କହିଲେ...
·3 months ago·2 min read

Key Points
ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଶେଷ ଚେତାବନୀ ଦେଇଛନ୍ତି।
Trump warns Netanyahu Iran strikes: ଇରାନ ସହ ଯୁଦ୍ଧ ଲୁଢୁ ଲଢୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଆପୋଷ ବିବାଦ ବଢିଯାଇଛି। ୬୦ ଦିନର ଯୁଦ୍ଧବିରାମ ପରେ ପୁଣି ଥରେ ମୁହାମୁହିଁ ହୋଇଛନ୍ତି ଇରାନ-ଇସ୍ରାଏଲ। ଉଭୟ ପକ୍ଷ ପରସ୍ପର ଉପରେ ପୁନର୍ବାର ଆକ୍ରମଣ ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ତାତି ଉଠିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଯୁଦ୍ଧ ବେଳେ ସେ ବିବି (ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଡାକ ନାମ) ଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଇସ୍ରାଏଲ୍, ଇରାନ ଉପରେ ଆକ୍ରମଣ ଜାରି ରଖେ, ତାହେଲେ ଆମେରିକା ତାଙ୍କୁ ସମର୍ଥନ କରିବ ନାହିଁ। ତାଙ୍କୁ ଏକାକୀ ସବୁକିଛି କରିବାକୁ ହେବ।
ସୋମବାର (ଜୁନ୍ ୮) ରାଷ୍ଟ୍ରପତି ଟ୍ରମ୍ପ ଆମେରିକୀୟ ଗଣମାଧ୍ୟମ ଆକ୍ସିଓସ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ସେ ନେତାନ୍ୟାହୁଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ଇସ୍ରାଏଲ, ଇରାନ ଉପରେ ଆକ୍ରମଣ କରିବା ଜାରି ରଖେ, ତାହେଲେ ଆମେରିକା ଏଥିର ନିଜକୁ ଅଲଗା କରିଦେବ। ଏହା ସହିତ
ଟ୍ରମ୍ପ ଆହୁରି କହିଛନ୍ତି, "ମୁଁ ବିବିଙ୍କୁ କହିଥିଲି ଯେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ନଚେତ୍ ଯଥାଶୀଘ୍ର ସେ ଏକୁଟିଆ ହୋଇଯିବେ କିମ୍ବା ତାଙ୍କୁ ଏକାକୀ ଯୁଦ୍ଧ ଲଢ଼ିବାକୁ ପଡିବ।" ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ରବିବାର ଇରାନ ଉପରେ ଆକ୍ରମଣ କରିବା ବିଷୟରେ ବହୁ ବିଳମ୍ବରେ ଆମେରିକାକୁ ଜଣାଇଥିଲା। ଯାହା ଏବେ ବନ୍ଦ ହୋଇଯାଇଛି। ଏହା ବ୍ୟତୀତ ନେତାନ୍ୟାହୁ ଇସାରା ଦେଇଥିଲେ ଯେ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇପାରେ।
ଏହା ସହ ପଢନ୍ତୁ: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପ ଇରାନ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରାଚ୍ୟରେ ପୁନର୍ବାର ଆରମ୍ଭ ହୋଇ ଯାଇଥିବା ଲଢେଇ ତାଙ୍କୁ ବିଚଳିତ କରିଦେଉଛି। ସେ କହିଛନ୍ତି ଯେ ସାମ୍ପ୍ରତିକ ଆକ୍ରମଣ ପରେ ନେତାନ୍ୟାହୁଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟପ୍ରାଚ୍ୟର ୫ ଦେଶ ତାଙ୍କୁ ଅନୁରୋଧ ଜଣାଇଛନ୍ତି। ଟ୍ରମ୍ପ କହିଛନ୍ତି, ଏହି ଦେଶ ବହୁତ ଚିନ୍ତିତ ହୋଇ ପଡ଼ିଥିଲେ। ଆମେ ଯେଉଁ ଚୁକ୍ତିନାମା ଉପରେ ଆଲୋଚନା କରୁଛୁ ତାହାକୁ ସେମାନେ ପସନ୍ଦ କରୁଛନ୍ତି।" ଆମେରିକାକୁ କେଉଁ ଦେଶ ଏପରି ଅନୁରୋଧ କରିଛନ୍ତି ସେମାନଙ୍କ ନାଁ ସେ ସ୍ପଷ୍ଟ କରିନାହାଁନ୍ତି।
ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନୀ ଅଧିକାରୀ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି। ଇସ୍ରାଏଲ ପଛକୁ ହଟିଗଲେ ସେମାନେ ଆକ୍ରଣ କରିବା ବନ୍ଦ କରିବେ ବୋଲି କହିଛନ୍ତି। ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, "ସେମାନେ ଆମକୁ ଫୋନ୍ କରି କହିଥିଲେ ଯେ ସେମାନେ ଆଉ କୌଣସି ଆକ୍ରମଣ କରୁନାହାଁନ୍ତି। ଏହା ସହିତ ଇସ୍ରାଏଲ ଯେପରି ଆଉ କୌଣସି ଆକ୍ରମଣ ନକରେ ତାହା ଜଣାଇବାକୁ ସେମାନେ ଆମକୁ କହିଥିଲେ।"

Related Topics
Explore more stories