Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ଫଙ୍କ ଲଭଷ୍ଟୋରୀ ; ଟ୍ରମ୍ଫଙ୍କର କେତେ ସ୍ତ୍ରୀ , କେତେ ପ୍ରେମିକା..ଜାଣନ୍ତୁ...

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଟ୍ରମ୍ଫଙ୍କ ଲଭଷ୍ଟୋରୀ ; ଟ୍ରମ୍ଫଙ୍କର କେତେ ସ୍ତ୍ରୀ , କେତେ ପ୍ରେମିକା..ଜାଣନ୍ତୁ...

Key Points

  • ଚର୍ଚ୍ଚାରେ ଟ୍ରମ୍ଫଙ୍କ ଲଭଷ୍ଟୋରୀ 
  • ଟ୍ରମ୍ପଙ୍କର ରହିଛନ୍ତି ଅନେକ ସ୍ତ୍ରୀ, ଅନେକ ପ୍ରେମିକା
  • ଅନେକ ଝିଅଙ୍କ ସହ ରହିଛି ଆଫେୟାର୍ସ

ଅର୍ଗସ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ଚର୍ଚ୍ଚାରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ଫ । ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି ଟ୍ରମ୍ଫ । ନିଜର କୂଟନିତିଜ୍ଞ ରାଜନୀତି ପାଇଁ ସେ ଯେତିକି ଚର୍ଚ୍ଚାରେ ରୁହନ୍ତି ନିଜର ଅନେକ ଜଣଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଟ୍ରମ୍ଫ ଗୋଟିଏ କି ଦୁଇଟି ନୁହେଁ, ତିନିଟି ପ୍ରେମ ବିବାହ କରିଛନ୍ତି । ପ୍ରଥମେ ଡୋନାଲ୍ଡଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ୧୯୭୬ରେ । ସେତେବେଳେ ଇବାନାଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା । ଉଭୟଙ୍କ ପ୍ରଥମ ଭେଟ ଏକ ହୋଟେଲରେ ହୋଇଥିଲା । ଇବାନା ପୂର୍ବରୁ ବିବାହିତ ଥିଲେ, ହେଲେ ଟ୍ରମ୍ଫଙ୍କ ପ୍ରେମରେ ସେ ଏପରି ପଡିଲେ ଯେ, ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଇବାନା ପୂର୍ବରୁ ଚେକୋସ୍ଲୋଭିଆରେ ରହୁଥିଲେ । ହେଲେ ବିବାହ ପରେ ସେ ସବୁଦିନ ପାଇଁ ଆମେରିକା ଚାଲି ଆସିଲେ ।

ଅଧିକ ପଢନ୍ତୁ : ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଉଭୟଙ୍କର ୩ଟି ସନ୍ତାନ ଥିଲା । ଉଭୟଙ୍କ ବିବାହ ପରର ସମ୍ପର୍କ ୧୪ ବର୍ଷ ଯାଏଁ ଚାଲିଥିଲା । ପରେ ଟ୍ରମ୍ଫଙ୍କର ଅଭିନେତ୍ରୀ ମାର୍ଲା  ମେପଲ୍ସଙ୍କ ସହ ୧୯୮୯ରେ ଆଫାୟାର୍ସ ଆରମ୍ଭ ହୋଇଥିଲା । ତାଙ୍କ ସହ ସମ୍ପର୍କ ଆରମ୍ଭ ହେବା ପରେ ପୁଣି ସେ ତାଙ୍କୁ ୧୯୯୩ରେ ବିବାହ କରିଥିଲେ । ଉଭୟ ପୁଣି ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ହେଲେ ଟ୍ରମ୍ଫଙ୍କ ସହ ବିଶ୍ବାସଘାତକତା କରିଥିଲେ ମାର୍ଲା  । ଯେଉଁ କାରଣରୁ ଉଭୟଙ୍କର ୧୯୯୯ ମସିହାରେ ବିଚ୍ଛେଦ ହୋଇଥିଲା । 

ପୁଣି ଟ୍ରମ୍ଫଙ୍କ ଆଫାୟାର୍ସ ଚାଲିଥିଲା ମେଲାନିଆଙ୍କ ସହ । ତାଙ୍କୁ ସେ ୨୨ ଜାନୁଆରୀ ୨୦୦୫ରେ ବିବାହ କରିଥିଲେ । ଏହି ବିବାହରେ ଉଭୟ ଏକ ପୁତ୍ର ସନ୍ତାନ ଲାଭ କରିଥିଲେ । ଯେତେବେଳେ ଡୋନାଲ୍ଡ ରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ମେଲାନିଆଙ୍କ ସହ ହ୍ବାଇଟ ହାଉସରେ ରହୁଥିଲେ । ଏବେ ମଧ୍ୟ ସେ ମେଲାନିଆଙ୍କ ସହ ସମ୍ପର୍କରେ ଅଛନ୍ତି ।
ଡୋନାଲ୍ଡ ଏପର୍ଯ୍ୟନ୍ତ ୩ ଜଣଙ୍କୁ ବିବାହ କରିଥିଲେ ମଧ୍ୟ, ଅନେକ ଝିଅଙ୍କ ସହ ଆଫେୟାର୍ସରେ ରହିବା ନେଇ ଚର୍ଚ୍ଚାରେ ରହିଥିଲେ । 

Sponsored
Trump's Love Story; Find out how many wives, how many lovers Trump has | Argus News