Turkey Israel Football Fans Clash / ବାଟୁମି ବିମାନବନ୍ଦରରେ ରଣକ୍ଷେତ୍ର! ତୁର୍କୀ-ଇସ୍ରାଏଲ ଫୁଟବଲ୍ ପ୍ରଶଂସକ ମୁହାଁମୁହିଁ
·Updated on: 29 Nov 2026, 19:13:49 IST·3 min read

Key Points
ଜର୍ଜିଆର ବାଟୁମିରେ ତୁର୍କୀର ବେସିକଟାସ ଓ ଇସ୍ରାଏଲର ହାପୋଏଲ୍ ବୀରେଶବା ମ୍ୟାଚ୍ ପରେ ଉତ୍ତେଜନା ବଢ଼ିଥିଲା। ଖରାପ ପାଗ ଯୋଗୁଁ ବାଟୁମି ବିମାନବନ୍ଦରରେ ଫସି ରହିଥିବା ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷା କର୍ମୀ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ମ୍ୟାଚ୍ରେ ବେସିକଟାସ ୨-୧ ଗୋଲ୍ରେ ପରାସ୍ତ ହୋଇଥିଲା।
ବାଟୁମି, ଜର୍ଜିଆ: ଶନିବାର (୨୯ ନଭେମ୍ବର) ଜର୍ଜିଆ ସ୍ଥିତ ବାଟୁମି ବିମାନ ବନ୍ଦର ପାଲଟିଥିଲା ରଣକ୍ଷେତ୍ର। ଏଠାରେ (ଜର୍ଜିଆ) ଆୟୋଜିତ ହୋଇଥିବା ଏକ ଫୁଟବଲ୍ ମ୍ୟାଚ୍ ଅବସରରେ ମୁହାଁମୁହିଁ ହୋଇଥିଲେ ତୁର୍କୀୟେ-ଇସ୍ରାଏଲୀ ଫୁଟବଲ୍ ପ୍ରଶଂସକ। ଖରାପ ପାଗ ଯୋଗୁଁ "ହାପୋଏଲ୍ ବୀରେଶବା" (Hapoel Beer Sheva Israel) ଏବଂ "ତୁର୍କୀ କ୍ଲବ୍ ବେସିକଟାସ" (Turkish Club Besiktas) ସମର୍ଥକ ଜର୍ଜିଆ ଠାରେ ଫସି ରହିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ସୁରକ୍ଷା କର୍ମୀ ସେମାନଙ୍କୁ ଅଲଗା କରିବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ଦେଖାଯାଇଥିବା ଉତ୍ତେଜନା ପରି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।
ଉପୁଜିଥିଲା ହାତାହାତି ଭଳି ପରିସ୍ଥିତ
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତୁର୍କୀୟେ ପ୍ରଶଂସକ ପତାକା ହଲାଇ ଇସ୍ରାଏଲୀ ସମର୍ଥକଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହାର ଜବାବରେ "ହାପୋଏଲ୍ ବୀରେଶବା", ସମର୍ଥକ ଏକ ଇସ୍ରାଏଲୀ ପତାକା ହଲାଇ ହଙ୍ଗାମା କରିଥିଲେ। ଝଗଡ଼ା ବଢ଼ିବା ପୂର୍ବରୁ ସୁରକ୍ଷା କର୍ମୀ ହସ୍ତକ୍ଷେପ କରିଥିଲେ। ଏହି ଘଟଣା ଘଟିବା ସମୟରେ "ବେସିକଟାସ" ପ୍ରଶଂସକ ଇସ୍ରାଏଲ ବିରୋଧି ସ୍ଲୋଗାନ ମଧ୍ୟ ଦେଇଥିଲେ। ରିପୋର୍ଟ ଅନୁସାରେ "ହାପୋଏଲ୍ ବୀରେଶବା" ଖେଳାଳି କିମ୍ବା କର୍ମଚାରୀ ଏହି ଘଟଣାରେ ସାମିଲ ନଥିଲେ। କାରଣ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏକ ପୃଥକ ସ୍ଥାନରେ ରଖାଯାଇଥିଲା।
"ହାପୋଏଲ୍ ବୀରେଶବା" ଦଳର ବିମାନ ଇସ୍ରାଏଲୀ ସମୟ ଅନୁସାରେ ମଧ୍ୟାହ୍ନରେ ଛାଡି଼ବାର ଥିଲା। ହେଲେ ସକାଳ ଠାରୁ ଖରାପ ପାଗ ବିମାନ ଉଡ଼ାଣରେ ବାଧା ସୃଷ୍ଟି କରିଥିଲା। ହେଲେ ବାଟୁମି ବିମାନ ବନ୍ଦରରେ ବହୁ ସଂଖ୍ୟକ ତୁର୍କୀ ପ୍ରଶଂସକ ଉପସ୍ଥିତ ରହିଥିବାରୁ, ସ୍ଥାନୀୟ ପୋଲିସ ଇସ୍ରାଏଲୀ ଦଳକୁ ଅଲଗା କରିଦେଇଥିଲା। ହେଲେ ଟର୍ମିନାଲ ଭିତରେ ସମର୍ଥକଙ୍କ ମଧ୍ୟରେ ସଂଘର୍ଷକୁ ରୋକିବାରେ ଅସମର୍ଥ ହୋଇଥିଲା ପୋଲିସ।
ଗୁରୁବାର ( ୨୬ ନଭେମ୍ବର)ଇସ୍ରାଏଲ-ତୁର୍କୀୟେ ଟିମ୍ ମଧ୍ୟରେ ମ୍ୟାଚ୍ ଜର୍ଜିଆ ଠାରେ ଖେଳା ଯାଇଥିଲା। କାରଣ ୨୦୨୩ ଅକ୍ଟୋବର ୭ ଘଟଣା ପର ଠାରୁ ତୁର୍କୀୟେ ଫୁଟବଲ୍ କ୍ଲବ୍ ସେମାନଙ୍କ ଘରୋଇ ପଡ଼ିଆରେ ଇସ୍ରାଏଲୀ ଦଳକୁ ଆତିଥ୍ୟ ଦେଇ ନଥିଲେ। ତୁର୍କୀ ପ୍ରଶଂସକ ଷ୍ଟାଡିୟମରେ ଦଙ୍ଗା କରିବା ଏବଂ ଜର୍ଜିଆ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିବା ପରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା।

ପଢନ୍ତୁ ଏହି ଖବର: ଆମେରିକାରେ ଭୟଙ୍କର ଭୂମିକମ୍ପ...ଲ୍ୟାଣ୍ଡିଂ ପୂର୍ବରୁ ଥରିଲା ବିମାନ, ଶେଷ ମୁହୂର୍ତ୍ତରେ ବଦଳିଲା ରୁଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମ୍ୟାଚ୍ ବେଳେ ହୋଇଥିଲା ହିଂସା
ପ୍ରାୟ ୨୦ ହଜାର ତୁର୍କୀୟେ ପ୍ରଶଂସକ ଏହି ମ୍ୟାଚ୍ ରେ ଉପସ୍ଥିତ ରହିଥିଲେ। ଯାହା "ତୁର୍କୀ କ୍ଲବ୍ ବେସିକଟାସ" ପାଇଁ ଏକ ଘରୋଇ ମାହୋଲ ସୃଷ୍ଟି କରିଥିଲା। ହେଲେ ପରେ ହିଂସା ଆରମ୍ଭ ହୋଇଥିଲା। ଏହି ସମୟରେ ଷ୍ଟାଡିୟମ୍ ପରିସରରେ ପ୍ରାୟ ୪୦୦ "ହାପୋଏଲ୍ ବୀରେଶବା" ସମର୍ଥକ ମଧ୍ୟ ଉପସ୍ଥିତ ରହିଥିଲେ। ମଜବୁତ ସୁରକ୍ଷା ମଧ୍ୟରେ ସେମାନଙ୍କୁ ତୁର୍କୀ ପ୍ରଶଂସକଙ୍କ ଠାରୁ ଅଲଗା ରଖା ଯାଇଥିଲା। ହେଲେ ଇସ୍ରାଏଲୀ ଫୁଟବଲ୍ ପ୍ରଶଂସକ ହିଂସାରେ ସାମିଲ ନଥିଲେ।
ମ୍ୟାଚ୍ ପୂର୍ବରୁ ତୁର୍କୀୟେ ସମର୍ଥକ ବାଟୁମି ସହରରେ ପାଲେଷ୍ଟାଇନ୍ ପତାକା ଲହରାଇ ଇସ୍ରାଏଲ ବିରୋଧି ସ୍ଲୋଗାନ ଦେଇଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳର ଖେଳାଳି ହାତ ମିଳାଇ ନଥିଲେ। ଏହି ମ୍ୟାଚ୍ ର ୨୧ ତମ ମିନିଟ୍ ସମୟରେ "ତୁର୍କୀ କ୍ଲବ୍ ବେସିକଟାସ" ମିଡଫିଲ୍ଡର ସାଲିହ ଓଜକାନ୍ ଏବଂ "ହାପୋଏଲ୍ ବୀରେଶବା" ପ୍ରଶିକ୍ଷକ ରାନ୍ କୋଜୁଚ୍ ମଧ୍ୟରେ ସାଇଡଲାଇନ୍ସ ନିକଟରେ ଏକ ଛୋଟ ଧକ୍କା ହେବା ପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଏହା ଉଭୟ ଦଳର ଖେଳାଳି ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା। "ହାପୋଏଲ୍ ବୀରେଶବା" କୁ "ତୁର୍କୀ କ୍ଲବ୍ ବେସିକଟାସ" ୨-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରିଥିଲେ।