Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୋଟ୍‌ରେ ଥିଲେ ୧୪୮ ପର୍ଯ୍ୟଟକ, ଚାଲିଥିଲା 'ପାଇରେଟ୍ ପାର୍ଟି'; ହଠାତ୍ ବୁଡ଼ିବାରୁ ଜଣଙ୍କ ପରେ ଜଣେ...

International

Tourist Boat Sinks / ବୋଟ୍‌ରେ ଥିଲେ ୧୪୮ ପର୍ଯ୍ୟଟକ, ଚାଲିଥିଲା 'ପାଇରେଟ୍ ପାର୍ଟି'; ହଠାତ୍ ବୁଡ଼ିବାରୁ ଜଣଙ୍କ ପରେ ଜଣେ...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବୋଟ୍‌ରେ ଥିଲେ ୧୪୮ ପର୍ଯ୍ୟଟକ, ଚାଲିଥିଲା 'ପାଇରେଟ୍ ପାର୍ଟି'; ହଠାତ୍ ବୁଡ଼ିବାରୁ ଜଣଙ୍କ ପରେ ଜଣେ...
Tourists Jump Into Sea as Vessel Sinks

Key Points

ସମୁଦ୍ର ମଝିରେ ବୋଟ୍‌ରେ ନାଚଗୀତ ସାଙ୍ଗକୁ ଜମୁଥିଲା ଖାଦ୍ୟର ଆସର । ତୁର୍କୀର ପ୍ରସିଦ୍ଧ ରିସର୍ଟ ସହର ମାରମାରିସ୍ ନିକଟ ସମୁଦ୍ରରେ ବିଗ୍ ବାସ୍ ଡାଇମମଣ୍ଡ ବୋଟ୍ ଶୁକ୍ରବାର ହଠାତ୍ ବୁଡ଼ିବାକୁ ଲାଗିଲା ।
ନୂଆଦିଲ୍ଲୀ: ଚାଲିଥିଲା 'ପାଇରେଟ୍ ପାର୍ଟି' । ଝୁମୁଥିଲେ ପର୍ଯ୍ୟଟକ । ସମୁଦ୍ର ମଝିରେ ବୋଟ୍‌ରେ ନାଚଗୀତ ସାଙ୍ଗକୁ ଜମୁଥିଲା ଖାଦ୍ୟର ଆସର । ତୁର୍କୀର ପ୍ରସିଦ୍ଧ ରିସର୍ଟ ସହର ମାରମାରିସ୍ ନିକଟ ସମୁଦ୍ରରେ ବିଗ୍ ବାସ୍ ଡାଇମମଣ୍ଡ ବୋଟ୍ ଶୁକ୍ରବାର ହଠାତ୍ ବୁଡ଼ିବାକୁ ଲାଗିଥିଲା ।

ସେତେବେଳେ ବୋଟ୍‌ରେ ୧୪୮ ଜଣ ପର୍ଯ୍ୟଟକ ଥିଲେ । ପର୍ଯ୍ୟଟକଙ୍କ ମଧ୍ୟରେ ୨୦ ଜଣ ଛୁଆ ମଧ୍ୟ ରହିଥିଲେ । ବୋଟ୍ ବୁଡ଼ିବା ଫଳରେ ଜଣଙ୍କ ପରେ ଜଣେ ନିଜ ଜୀବନ ବଞ୍ଚାଇବାକୁ ସମୁଦ୍ର ଗର୍ଭକୁ ଡେଇଁ ପଡ଼ିଥିଲେ ।

ଏଥିସହ ପଢ଼ନ୍ତୁ: ଚର୍ଚ୍ଚାରେ ଇରାନର ନୂଆ ହତିଆର; ଯିଏ ଉଡ଼ାଇଦେଲା ଆମେରିକା ଡ୍ରୋନ୍ 

ତେବେ, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳର ତ୍ଵରିତ ପଦକ୍ଷେପ ନେଇଥିଲେ । ଫଳରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି । ସୌଭାଗ୍ୟର କଥା ଏଥିରେ କାହାର ଜୀବନ ହାନି ହୋଇ ନାହିଁ । କେହି ଗୁରୁତର ଆହତ ହୋଇ ନାହାନ୍ତି ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ବୋଟ୍‌ଟି ମାରମାରିସ୍‌ରୁ ପାରାଡାଇଜ୍ ଦ୍ଵୀପକୁ ବାହାରିଥିଲା । ତେବେ ପାର୍ଟି ଚାଲିଥିବା ବେଳେ ବୋଟ୍‌ଟି ଗୋଟିଏ ପଟକୁ ଓଲଟିବାରୁ ପାଣି ଭର୍ତ୍ତି ହେବାରେ ଲାଗିଥିଲା । ଫଳରେ ପର୍ଯ୍ୟଟକ ଆତଙ୍କିତ ହୋଇ ପଡ଼ିଥିଲେ ।

ଜଣେ ପର୍ଯ୍ୟଟକଙ୍କ ଅନୁସାରେ, "ବୋଟ୍‌ର ଇଞ୍ଜିନ୍ ଖରାପ ହୋଇଯିବାରୁ ଏଭଳି ଘଟିଲା । ନିକଟରେ ଆଉ ଏକ ଜାହାଜ ଯାଉଥିବା ବେଳେ ସମୁଦ୍ରକୁ ଡେଇଁବାକୁ କହିଥିଲେ । ଏବେ ଜୀବନ ବଞ୍ଚିଯାଇଥିବାରୁ ବହୁତ ଖୁସି ଅଛୁ ।"

ଏଥିସହ ପଢ଼ନ୍ତୁ: ୪୦ଟି ଦେଶକୁ ପଠାଇଥିଲା ସୁଇସାଇଡ୍ ପ୍ୟାକେଟ୍; ମିଳିଲା ୧୦୦ ମୃତ୍ୟୁର ଲିଙ୍କ୍ 

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ଅନେକ ପର୍ଯ୍ୟଟକ ଆଗରୁ ଲାଇଫ୍ ଜ୍ଯାକେଟ୍ ପିନ୍ଧିଥିଲେ । କିଛି ପର୍ଯ୍ୟଟକ ପହଁରି ପହଁରି ଅନ୍ୟ ବୋଟ୍ ପାଖକୁ ପଳାଇଥିଲେ । ଉଦ୍ଧାରକାରୀ ଦଳ ସମସ୍ତ ୧୪୮ ଜଣଙ୍କୁ ଉଦ୍ଧାର କରିଛି । ଆହତଙ୍କୁ ଚିକିତ୍ସା ସହାୟତା ଦିଆଯାଇଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Turkey Boat Accident: 148 Tourists Rescued After Party Boat Starts Sinking | Argus News | Argus News