Arash e Kamangir / ଚର୍ଚ୍ଚାରେ ଇରାନର ନୂଆ ହତିଆର; ଯିଏ ଉଡ଼ାଇଦେଲା ଆମେରିକା ଡ୍ରୋନ୍
·3 months ago·2 min read

Key Points
ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ଚହଳ ସୃଷ୍ଟି କରିଛି ଇରାନର ନୂଆ ହତିଆର। ପାରମ୍ପରିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ତୁଳନାରେ ଏହା ଶସ୍ତା ହୋଇଥିବା ବେଳେ ଏହାକୁ ପରିବହନ କରିବା ସହଜ। ଏହା ବିପଦର ଶୀଘ୍ର ଜବାବ ଦେବାକୁ ସକ୍ଷମ ବୋଲି କୁହାଯାଉଛି।
Iran Shuts Down US MQ-9 Reaper: ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧକୁ ଇତି ମଧ୍ୟରେ ୩ ମାସ ବିତିସାରିଛି। ଏହି ସାମରିକ ଉତ୍ତେଜନା ମଧ୍ୟରେ, ଇରାନ ଏହାର ସୀମା ନିକଟରେ ଉଡୁଥିବା ପ୍ରାୟ ୩୦ ମିଲିୟନ ଡଲାର (ପ୍ରାୟ ୨୫୦ କୋଟି) ମୂଲ୍ୟର ଏକ ଅତ୍ୟନ୍ତ ଅତ୍ୟାଧୁନିକ ଆମେରିକୀୟ MQ-9 ରୀପର୍ ଡ୍ରୋନ୍ ମାରି ଖସାଇ ଦେଇଥିବାର ଦାବି କରିଛି। ଇରାନ କହିବା ଅନୁଯାୟୀ ଏତେ ମହଙ୍ଗା ଆମେରିକୀୟ ଡ୍ରୋନ୍କୁ ପାରମ୍ପରିକ କ୍ଷେପଣାସ୍ତ୍ର ଦ୍ୱାରା ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଗୁପ୍ତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ମାରି ଖସାଇ ଦିଆଯାଇଛି।
ବିଗତ କିଛି ମାସ ମଧ୍ୟରେ ଇରାନ୍ ର ସାମରିକ ଘାଟି ଏବଂ ଭିତ୍ତିଭୂମି ଉପରେ ବାରମ୍ବାର ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଇରାନ ଦୁର୍ବଳ ହୋଇଥିବାର କୁହାଯାଉଛି। ହେଲେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ଡ୍ରୋନ୍କୁ ମାରି ଖସାଇ ଦେଇ ଇରାନ ଏକଥା ପ୍ରମାଣିତ କରିବାକୁ ଚେଷ୍ଟା କରିଛି ଯେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିବାର କ୍ଷମତା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି।
ଏହା ସହ ପଢନ୍ତୁ: ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ କେତେ ଡ୍ରୋନ୍ ହରାଇଲାଣି ଆମେରିକା?
"ଆରାଶ-ଏ-କମାନଗିରି" କ'ଣ?
ଇରାନୀ ସରକାରୀ ସମାଚାର ଏଜେନ୍ସି,ଫାର୍ସ ଅନୁସାରେ, ଆମେରିକୀୟ ଡ୍ରୋନ୍କୁ କେଶମ ଦ୍ୱୀପ ନିକଟରେ ଚିହ୍ନ ଅଟକାଇ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ ସ୍ୱଦେଶୀ ଘରୋଇ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରାଯାଇଥିଲା। ଯାହାର ନାଁ ହେଉଛି "ଆରାଶ-ଏ-କମାନଗିରି"। ଇରାନ୍ ପ୍ରଥମ ଥର ପାଇଁ ଏହାର ଏହି ନୂତନ ହତିଆରକୁ ମଧ୍ୟ ପ୍ରାଚ୍ୟ ଯୁଦ୍ଧରେ ବ୍ୟବହାର କରଛି। ହେଲେ ତଥାପି ଇରାନ ପକ୍ଷରୁ ହେଉଥିବା ଦାବି ନିଶ୍ଚିତ ହୋଇନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ନୂତନ ହତିଆରର ନାମ ମଧ୍ୟ ବେଶ ଆକର୍ଷଣୀୟ। ପାରସ୍ୟ ପୌରାଣିକ କାହାଣୀରେ, "ଆରାଶ-ଏ-କମାନଗିରି" ଶବ୍ଦର ଅର୍ଥ ହେଉଛି "ଆରଶ ଧନୁର୍ଦ୍ଧର"। ଲୋକକଥା ଅନୁସାରେ, "ଆରଶ" ଜଣେ କିମ୍ବଦନ୍ତୀ ନାୟକ ଥିଲେ। ଯିଏ ବିଦେଶୀ ଆକ୍ରମଣକାରୀଙ୍କ କବଳରୁ ଇରାନକୁ ରକ୍ଷା କରିବା ପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ। ସେ ଇରାନ-ମଧ୍ୟ ଏସିଆ ମଧ୍ୟରେ ସୀମା ଚିହ୍ନଟ କରିବା ପାଇଁ ନିଜର ଧନୁର୍ବିଦ୍ୟା ପ୍ରୟୋଗ କରିଥିଲେ। ବର୍ତ୍ତମାନ ଇରାନ, ଏହାର ସୀମାକୁ ସୁରକ୍ଷା ଦେବା ପାଇଁ ଏହି ଧନୁର୍ଦ୍ଧରଙ୍କ ନାମରେ ନାମରେ ଏକ ନୂତନ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରିଛି।
ଏହା ସହିତ ପଢନ୍ତୁ: ଇରାନ ଆକ୍ରମଣରେ ଧ୍ୱଂସ ହୋଇଗଲା ସବୁଠାରୁ ଘାତକ ଡ୍ରୋନ; ଚିନ୍ତାରେ ଟ୍ରମ୍ପ
ପାରମ୍ପରିକ ବାୟୁ ପ୍ରତିରକ୍ଷା ପ୍ରଣାଳୀ ତୁଳନାରେ, ଏହି ନୂତନ ପ୍ରଣାଳୀ ଅଧିକ ଗତିଶୀଳ, ଯାହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ପରିବହନ କରିହେବ। ଏହାର ନିର୍ମାଣ ଖର୍ଚ୍ଚ ବେଶ ଶସ୍ତା ହୋଇଥିବା ବେଳେ, ଯଦି ଏହା କ୍ଷତିଗ୍ରସ୍ତ ହୋଇଯାଏ ତାହେଲେ ଏହାକୁ ସହଜରେ ପରିବର୍ତ୍ତନ କରିହେବ। ଶତ୍ରୁ ପକ୍ଷର ବିମାନ କିମ୍ବା ଡ୍ରୋନ୍ ପାଖକୁ ନଆସିବା ପର୍ଯ୍ୟନ୍ତ ଏହାର ବାୟୁରେ ଘୂରି ବୁଲିଥାନ୍ତି। ଆମେରିକାର MQ-9 ରୀପର ଡ୍ରୋନ୍, ଆକାରରେ ବେଶ ବଡ଼ ହୋଇଥିବା, ଏହାର ଗତି ବେଶ ଧିର ରହିଥାଏ। ଏଥିପାଇଁ MQ-9 ରୀପର ଡ୍ରୋନ୍, "ଆରାଶ-ଏ-କମାନଗିରି" ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଅତ୍ୟନ୍ତ ସହଜ ଲକ୍ଷ୍ୟ ହୋଇଯାଏ।

Related Topics
Explore more stories