Videos
|
International

Indian Sailors Safe After Tanker Attack / UAE ନିକଟରେ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ, ସୁରକ୍ଷିତ ଅଛନ୍ତି ୧୯ ଭାରତୀୟ ନାବିକ

Subhramjit Ray
Browse all articles by Subhramjit Ray
·1 hour ago·3 min read
UAE ନିକଟରେ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ, ସୁରକ୍ଷିତ ଅଛନ୍ତି ୧୯ ଭାରତୀୟ ନାବିକ
19 Sailors Safe After Tanker Attack (Photo Source: Social Media/AI)

Key Points

UAE ମିନା ସାକ୍ର ନିକଟରେ ଲାଇବେରିଆ ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ ଏମଟି ଡୋମିନିକା ପ୍ରସପେରିଟି ଉପରେ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହୋଇଛି। ଜାହାଜରେ ଥିବା ୧୯ ଜଣ ଭାରତୀୟ ନାବିକଙ୍କ ସମେତ ସମସ୍ତ ୨୨ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସୂଚନା ଦେଇଛନ୍ତି। પશ્ચିମ ଏସିଆରେ ସାମୁଦ୍ରିକ ଉତ୍ତେଜନା ବଢ଼ୁଥିବାରୁ ଭାରତ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି।




















ୟୁଏଇ (UAE) ନିକଟରେ ଲାଇବେରିଆ ପତାକା ରହିଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ "ଏମଟି ଡୋମିନିକା ପ୍ରସପେରିଟି", ଉପରେ ହୋଇଥିବା ଆକ୍ରମଣରେ ସମସ୍ତ ୧୯ ଜଣ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଗୁରୁବାର(୧୨ ନଭେମ୍ବର) ଏକଥା କହିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଲାଇବେରିଆ ପତାକା ରହିଥିବା ଅଶୋଧିତ ତୈଳ ଟ୍ୟାଙ୍କର୍ "ଏମଟି ଡୋମିନିକା ପ୍ରସପେରିଟି" ଉପରେ ବୁଧବାର (୧୧ ନଭେମ୍ବର) UAE ସ୍ଥିତ ମିନା ସାକ୍ର ନିକଟରେ ଏକ "ପ୍ରଜେକ୍ଟାଇଲ୍" ଆକ୍ରମଣ (Projectile Attack) ହୋଇଥିଲା।

ଏକ ଏକ୍ସ ପୋଷ୍ଟ ସେୟାର କେନ୍ଦ୍ରମନ୍ତ୍ରୀ ସୋନୋୱାଲ କହିଛନ୍ତି ଯେ ଆକ୍ରମଣ ସମୟରେ ଏହି ଜାହାଜରେ ୧୯ ଜଣ ଭାରତୀୟ ନାବିକ ଥିଲେ। ୟୁଏଇ ତଟରକ୍ଷୀ ବାହିନୀ ତୁରନ୍ତ ଏବଂ ସୁରକ୍ଷିତ ଭାବରେ ସମଗ୍ର ୨୨ ଜଣିଆ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କରିଛି। ଆମର ସମସ୍ତ ୧୯ ଜଣ ଭାରତୀୟ ନାଗରିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।" କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ନାବିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଜାହାଜ ପରିଚାଳନା କମ୍ପାନୀ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଯାହା ଦ୍ୱାରା ଭାରତୀୟକ ସୁରକ୍ଷା ଏବଂ ଆବଶ୍ୟକ ସହାୟତା ସୁନିଶ୍ଚିତ ହୋଇପାରିବ।"

ଏହା ସସହ ପଢନ୍ତୁ: UAE ନିକଟରେ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ, ସୁରକ୍ଷିତ ଅଛନ୍ତି ୧୯ ଭାରତୀୟ ନାବିକ

ସାଉଦି ଆରବ ନିକଟରେ ମଧ୍ୟ ଆକ୍ରମଣ ହୋଇଥିଲା
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସୋନୋୱାଲ ସୂଚନା ଦେଇଥିଲେ ଯେ ସାଉଦି ଆରବ ପତାକା ରହିଥିବା ତୈଳ ଟ୍ୟାଙ୍କର୍ "ଏନସିସି" (NCC FAJR) ରେ ଥିବା ୩ ଜଣ ଭାରତୀୟ ନାବିକଙ୍କ ସମେତ ସମସ୍ତ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ବୁଧବାର (୧୧ ନଭେମ୍ବର) ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଜାହାଜ ଏକ ସମ୍ଭାବ୍ୟ ଆକ୍ରମଣର ଶିକାର ହୋଇଥିଲା। ଏହି ଆକ୍ରମଣ ହେବା ସମୟରେ ସେହି ଟ୍ୟାଙ୍କର୍ ରେ ୩ ଜଣ ଭାରତୀୟ ନାବିକ ଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋନୋୱାଲ କହିଛନ୍ତି ନଭେମ୍ବର ୧୧ ତାରିଖରେ ସାଉଦି ଆରବ ପତାକାଯୁକ୍ତ ତୈଳ ଟ୍ୟାଙ୍କର୍ "NCC Fajr" ୩ ଜଣ ଭାରତୀୟ ନାବିକଙ୍କ ସହିତ, ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବା ସମୟରେ ଏକ ସମ୍ଭାବ୍ୟ ଆକ୍ରମଣର ଶିକାର ହୋଇଥିଲା।" ଚାଳକ ଦଳ ସଦସ୍ୟଙ୍କ ସୁରକ୍ଷା ନିଶ୍ଚିତ କରି ମନ୍ତ୍ରୀ କହିଛନ୍ତି, "ସମସ୍ତ ୩ ଜଣ ଭାରତୀୟ ନାଗରିକଙ୍କ ସମେତ ସମ୍ପୂର୍ଣ୍ଣ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ସେ ଆହୁରି କହିଛନ୍ତି ଯେ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଅଧିକାରୀ ଜାହାଜ ପରିଚାଳନା କମ୍ପାନୀ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମେ ପରିସ୍ଥିତି ଉପରେ ନିରନ୍ତର ନଜର ରଖୁଛୁ ଏବଂ ଆମର ନାବିକମାନଙ୍କର ସୁରକ୍ଷା ଏବଂ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କମ୍ପାନୀ ସହିତ ନିୟମିତ ଯୋଗାଯୋଗ କରୁଛୁ।

ମଙ୍ଗଳବାର ମଧ୍ୟ ହୋଇଥିଲା ଆକ୍ରମଣ
କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ମଙ୍ଗଳବାର (୧୦ ନଭେମ୍ବର) ପାରସ୍ୟ ଉପସାଗରରେ ଯାତ୍ରା କରିବା ସମୟରେ, ଏକ ଲାଇବେରିଆନ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ ପ୍ରୋଜେକ୍ଟାଇଲ୍ ଆକ୍ରମଣ ହୋଇଥିଲା। ଏହି ଜାହାଜରେ ୬ ଜଣ ଭାରତୀୟ ନାବିକ ଥିଲେ। ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକ ସମେତ ୪ ଜଣ ଚାଳକ ଦଳ ସଦସ୍ୟ ଆହତ ହୋଇଥିଲେ। ଏକ ଏକ୍ସ ପୋଷ୍ଟ ସେୟାର କରି ସୋନୋୱାଲ କହିଥିଲେ ଯେ "ଏମଟି ଫୁଜୈରାହ ଏନର୍ଜି" (MT FUJAIRAH ENERGY) ନାମକ ଜାହାଜ ଅଲ ରୁୱାଇସ୍ ଠାରୁ ଦୁବାଇ ଯାଉଥିବା ସମୟରେ ଆକ୍ରମଣର ଶୀକାର ହୋଇଥିଲା।

ଏହା ସହ ପଢନ୍ତୁ: ଚୁମ୍ବକୀୟ ବୋମା ଧମାକାରେ କମ୍ପି ଉଠିଲା ହର୍ମୁଜ ପ୍ରଣାଳୀ; ଜାହାଜ ଇଞ୍ଜିନ୍ ରୁମ୍ ରେ ଲାଗିଲା ନିଆଁ

ଗତ ମଙ୍ଗଳବାର (ନଭେମ୍ବର ୧୦) ଲାଇବେରିଆନ ପତାକାଯୁକ୍ତ VLCC "MT ଫୁଜୈରାହ ଏନର୍ଜି", ୬ ଜଣ ଭାରତୀୟ ନାବିକଙ୍କୁ ନେଇ ପାରସ୍ୟ ଉପସାଗରରେ ଯାତ୍ରା କରିବା ସମୟରେ ଏହା ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୪ ଜଣ ଚାଳକ ଦଳ ସଦସ୍ୟ ଆହତ ହୋଇଥିଲେ। ଏଥିରେ ଜଣେ ଭାରତୀୟ ନାଗରିକ ମଧ୍ୟ ସାମିଲ ଥିଲେ ଯିଏ ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ସୁରକ୍ଷିତ ଭାବରେ କୂଳକୁ ଅଣାଯାଇଛି।" ଅନ୍ୟ ୫ ଜଣ ଭାରତୀୟ ନାବିକଙ୍କ ସମେତ ବାକି ୧୮ ଜଣ ଚାଳକ ଦଳ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ସୋନୋୱାଲ ଆହୁରି କହିଛନ୍ତି, "ଅନ୍ୟ ୫ ଜଣ ଭାରତୀୟ ନାବିକଙ୍କ ସମେତ ବାକି ୧୮ ଜଣ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି। ଆମେ ପରିସ୍ଥିତି ଉପରେ ନିରନ୍ତର ନଜର ରଖୁଛୁ ଏବଂ ଆମର ନାବିକଙ୍କ ସୁରକ୍ଷା, ଚିକିତ୍ସା ସେବା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜାହାଜ ପରିଚାଳନା କମ୍ପାନୀ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ।" ପଶ୍ଚିମ ଏସିଆରେ ବଢ଼ୁଥିବା ଆଞ୍ଚଳିକ ଅସ୍ଥିରତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ବାଣିଜ୍ୟ ବିପଦରେ ପଡ଼ିଛି। ବାଣିଜ୍ୟ ଜାହାଜ ଏବଂ ଗୁରୁତ୍ୱପୂର୍ଣ୍ଣ ପଥ ଦେଇ ପରିବହନ କରୁଥିବା ଭାରତୀୟ ଚାଳକ ଦଳ ସଦସ୍ୟଙ୍କ ସୁରକ୍ଷା ପାଇଁ ସଂଯମ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ପାଳନ କରିବାକୁ ଆହ୍ୱାନ କରିଛି।