Britain Dustbin Fine Case / ପରିପୂର୍ଣ୍ଣ ଥିଲା ଡଷ୍ଟବିନ୍; ପାଖରେ ଫିଙ୍ଗି ଦେଲେ ଅଳିଆ, ପ୍ରଶାସନ ଲଗାଇଲା ଲକ୍ଷେ ଟଙ୍କାର ଜରିମାନା
·3 hours ago·2 min read

Key Points
ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଳିଆରେ ପରିପୂର୍ ଏକଣ୍ଣ ଡଷ୍ଟବିନ୍ ପାଖରେ ଅଳିଆ ରଖିବା ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଲଗାଯାଇଥିଲା। ପରିସ୍ଥିତି ଏପରି ହୋଇଛି ଯେ ସେ ଏବେ କୋର୍ଟରେ ମାମଲା ଲଢ଼ୁଛନ୍ତି।
Britain Recycling Center Fine Case: କ'ଣ କେବେ ଅଳିଆ ଫିଙ୍ଗିବା ବହୁତ ମହଙ୍ଗା ହୋଇପାରେ? ହେଲେ ଏବେ ଜଣେ ବ୍ୟକ୍ତିଙ୍କୁ ପରିପୂର୍ଣ୍ଣ ଥିବା ଡଷ୍ଟବିନ୍ ପାଖରେ ଏକ ବାକ୍ସ ମଧ୍ୟରେ ଘରର ଅଳିଆ ରଖିବା ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଯାଇଥିଲା। ବ୍ରିଟେନରେ ଜଣେ ବ୍ୟକ୍ତିଙ୍କୁ ଏକ ପୂର୍ଣ୍ଣ ପୁନଃଚକ୍ରଣ ଡଷ୍ଟବିନ୍ ପାଖରେ କାର୍ଡବୋର୍ଡ ଛାଡିବା ପାଇଁ ଏତେ କଠୋର ଜରିମାନା ଲଗା ଯାଇଥିଲା ଯେ ତାଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚରାଧିନ ରହିଛି।
ଅଳିଆ ଫିଙ୍ଗିବା ପାଇଁ ମିଳିଲା ହଜାରେ ପାଉଣ୍ଡ ନୋଟିସ୍
ମିଡି଼ଆ ରିପୋର୍ଟ ଅନୁସାରେ, ଏହି ଘଟଣା ବ୍ରିଟେନ୍ (Britain) ର ହାମ୍ପଶାୟାର (Hampshire) ସ୍ଥିତ ନ୍ୟୁ ମିଲଟନ୍ ଅଞ୍ଚଳରେ (New Milton Area) ଘଟିଥିଲା। ଲି ରେନୋଲ୍ଡସ୍ ନାମକ ଜଣେ ବ୍ୟକ୍ତି ଏକ ପୁନଃଚକ୍ରଣ କେନ୍ଦ୍ରରେ (Recycling Center) ଏକ ବଡ଼ କାର୍ଡବୋର୍ଡ ବାକ୍ସ (Cardboard Box) ଫିଙ୍ଗିବାକୁ ଯାଇଥିଲେ। ହେଲେ ସେଠାରେ ରଖାଯାଇଥିବା ସମସ୍ତ ଚାରୋଟି ପୁନଃଚକ୍ରଣ ଡଷ୍ଟବିନ୍ (Recycling Center Dustbin) ପୂର୍ବରୁ ଅଳିଆରେ ପୂର୍ଣ୍ଣ ହୋଇଯାଇଥିଲା। ଲି ତାଙ୍କ କାର୍ଡବୋର୍ଡ ବାକ୍ସକୁ ଅଳିଆରେ ପରିପୂର୍ଣ୍ଣ ରହିଥିବା ଡଷ୍ଟବିନ୍ (Garbage Dustbin) ପାଖରେ ରଖି ଦେଇଥିଲେ।
ଏହା ସହ ପଢନ୍ତୁ: ପୁଣି କାରନାମା ପାଇଁ ଚର୍ଚ୍ଚାରେ ପାକିସ୍ତାନ; ସ୍ୱାସ୍ଥ୍ୟ ସେବା ପାଇଁ ହେଲା ଟ୍ରୋଲିଂ
ସେ ଜାଣିନଥିଲେ ଯେ ସେ କରିଥିବା ଭୁଲ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇାପାରେ। ଡଷ୍ଟବିନ୍ ପାଖରେ ଘରର ଅଳିଆ ରଖିବାର କିଛି ଦିନ ପରେ, ତାଙ୍କ ଘରକୁ ଏକ ନୋଟିସ୍ ଆସିଥିଲା। ପ୍ରଶାସନ ତାଙ୍କୁ ଅଳିଆ ରଖିବାକୁ ନେଇ ତାଙ୍କ ଉପରେ ଏକ ବଡ଼ ଜରିମାନା ଲଗାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନ୍ୟୁ ଫରେଷ୍ଟ ଡିଷ୍ଟ୍ରିକ୍ଟ କାଉନସିଲ୍ (New Forest District Council), ଲି ରେନାଲ୍ଡସ୍ ଙ୍କୁ ବେଆଇନ ଭାବରେ ଅଳିଆ ଫିଙ୍ଗିବା ଅଭିଯୋଗେ ୧୦୦୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ୧,୦୦,୦୦୦) ମୂଲ୍ୟର ଜରିମାନା ଲଗାଇଥିଲା।
ଡିଷ୍ଟ୍ରିକ୍ଟ କାଉନସିଲ୍ ବିରୋଧରେ ଜାରି ରହିଛି ଆଇନଗତ ଲଢ଼େଇ
ସମ୍ପୂର୍ଣ୍ଣ ମାମଲା ସମ୍ପର୍କରେ, ଲି.ରେନାଲ୍ଡସ୍ କହିଛନ୍ତି ଯେ ଯେତେବେଳେ ସେ ଡଷ୍ଟବିନ୍ରେ ଅଳିଆ ପକାଇବାକୁ ଯାଇଥିଲେ, ତାହା ସମ୍ପୂର୍ଣ୍ଣ ଭାବରେ ପରିପୂର୍ଣ୍ଣ ଥିଲା। ଏହା ବ୍ୟତୀତ, ଚେତାବନୀ ଦିଆଯାଇଥିବା ସାଇନ୍ ବୋର୍ଡ ମଧ୍ୟ ଘୋଡାଇ ଦିଆଯାଇଥିଲା। ଏହା ପରେ, ଡିଷ୍ଟ୍ରିକ୍ଟ କାଉନସିଲ୍ ଜରିମାନା ପରିମାଣ ପରିବର୍ତ୍ତନ କରି ଜରିମାନା ଏହାକୁ ୧୫୦ ପାଉଣ୍ଡ ହ୍ରାସ କରିଥିଲା। ଆଇନଗତ ବିବାଦରୁ ବର୍ତ୍ତିବା ପାଇଁ ସେ ଜରିମାନ ପରିମାଣ ଭରି ଦେଇଥିଲେ। ଏନେଇ ଲି.ରେନାଲ୍ଡସ କହିଛନ୍ତି ଯେ କାଉଇସିଲ୍ ନିଜେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାରେ ବିଫଳ ହେଉଛି ଏବଂ ଜନସାଧାରଣ ଏହାର ପରିଣାମ ଭୋଗୁଛନ୍ତି। ବର୍ତ୍ତମାନ ଲି ଏହି ମାମଲାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ନେବାକୁ ଚାହୁଁଛନ୍ତି। ଅନ୍ୟପଟେ କାଉନସିଲ୍ କହିଛି ଯେ, ଯଦିଓ ଅଳିଆ ରଖା ଯାଉଥିବା ଡଷ୍ଟବିନ୍ ପରିପୂର୍ଣ୍ଣ ହୋଇଯାଏ, ହେଲେ ତଥାପି ଏହା ପାଖରେ ଅଳିଆ ରଖିବା ନିୟମ ଅନୁଯାୟୀ ବେଆଇନ। କାରଣ ଏହା ଦ୍ୱାରା କେବଳ ଅଳିଆ ଏଣେତେଣେ ପଡି଼ନଥାଏ ବରଂ ଏହା ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories