Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?

International

Israel vs Ukraine Faceoff / ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?

Subhramjit Ray
Browse all articles by Subhramjit Ray
·1 hour ago·3 min read
ଚୋରି ମାଲ୍ ପାଇଁ କାହିଁକି ମୁହାଁମୁହିଁ ଇସ୍ରାଏଲ-ୟୁକ୍ରେନ; କ'ଣ ରହିଛି ପରଦା ପଛର କାହାଣୀ?
Israel vs Ukraine Faceoff

Key Points

ଋଷିଆ ସହ ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ମୁହାଁମୁହିଁ ହୋଇଛନ୍ତି ଆମେରିକାର ଦୁଇ ସହଯୋଗୀ ଇସ୍ରାଏଲ-ୟୁକ୍ରେନ୍।
why israel-ukraine fighting with each other for wheat: ମଧ୍ୟ ପ୍ରାଚ୍ୟ ଏବଂ ଋଷିଆ ସହିତ ଚାଲିଥିବା ଯୁଦ୍ଧ ବେଳେ ମୁହାଁମୁହିଁ ହୋଇଛନ୍ତି ଆମେରିକାର ଦୁଇ ପାରମ୍ପରିକ ସହଯୋଗୀ ଇସ୍ରାଏଲ-ୟୁକ୍ରେନ। ଆଉ ଏହା ପଛରେ ରହିଥିବା କାରଣ ହେଉଛି "ଚୋରି ହୋଇଥିବା ଶସ୍ୟ"! ୟୁକ୍ରେନ ଅଭିଯୋଗ କରିଛି ଯେ ଋଷିଆ ଏହାର ଅଧିକୃତ ଅଞ୍ଚଳରୁ ଶସ୍ୟ ଚୋରି କରି ଏହାକୁ ବିଦେଶକୁ ରପ୍ତାନୀ କରୁଛି। ଯାହାକୁ ଇସ୍ରାଏଲ ଆମଦାନୀ କରୁଛି। ଯୁଦ୍ଧ ବେଳେ ଗହମକୁ ନେଇ ଇସ୍ରାଏଲ-ୟୁକ୍ରେନ ମଧ୍ୟରେ ରହିଥିବା ସମ୍ପର୍କରେ ଫାଟ ଦେଖିବାକୁ ମିଳିଛି। ଏହାକୁ ନେଇ ବୟାନବାଜି ତେଜିବାରେ ଲାଗିଥିବା ବେଳେ ଉଭୟ ଦେଶର ସରକାରୀ କେହି କାହାକୁ ଛାଡ଼ିବା ଅବସ୍ଥାରେ ନାହାଁନ୍ତି। ବିଶ୍ୱର ସର୍ବବୃହତ ଶସ୍ୟ ଉତ୍ପାଦନକାରୀ ଦେଶଙ୍କ ମଧ୍ୟରୁ ୟୁକ୍ରେନ ହେଉଛି ଅନ୍ୟତମ। ଗତ ୨୦୨୨ ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧ ପର ଠାରୁ ଋଷିଆ, ୟୁକ୍ରେନର ଯେଉଁ ଅଞ୍ଚଳ ଦଖଲ କରିଛି ସେଠାରୁ ବେଆଇନ ଭାବରେ ଶସ୍ୟ ବିଦେଶକୁ ରପ୍ତାନୀ କରୁଥିବାର ଅଭିଯୋଗ ହୋଇଛି।

କ'ଣ ରହିଛି ୟୁକ୍ରେନର ଅଭିଯୋଗ?
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଲେଖିଛନ୍ତି ଯେ, "ଗୋଟିଏ ଜାହାଜ ଏକ ଇସ୍ରାଏଲ ବନ୍ଦରରେ ପହଞ୍ଚିଛି ଏବଂ ଶସ୍ୟ ଅନଲୋଡିଂ କରିବାକୁ ପ୍ରସ୍ତୁତ ହେଉଛି। ହେଲେ ଏହା କୌଣସି ବୈଧ ବାଣିଜ୍ୟ ନୁହେଁ। ଏପରିକି ଏହା ହୋଇପାରିବ ନାହିଁ। ସେ ଇସ୍ରାଏଲ ଉଦ୍ଦେଶ୍ୟରେ ସମାଲୋଚନା କରିବା ଢଙ୍ଗରେ କହିଛନ୍ତି, "ଇସ୍ରାଏଲ ଅଧିକାରୀ ଏହା ଦାବି କରିପାରିବେ ନାହିଁ ଯେ ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ ବନ୍ଦରକୁ କେଉଁଠୁ ଜାହାଜ ଆସୁଛି? ଏହି କେଉଁ ସାମଗ୍ରୀ ନେଇ ଇସ୍ରାଏଲ ବନ୍ଦରରେ ଆସି ପହଞ୍ଚୁଛି?"

ୟୁକ୍ରେନ ଅଭିଯୋଗ ଉପରେ ଜବାବ ରଖିଲେ ଇସ୍ରାଏଲ ସରକାର?
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ଯେଉଁ ଅଭିଯୋଗ ଆଣିଛି ତାହାର କୌଣସି ପ୍ରମାଣ ଉପଲବ୍ଧ ନାହିଁ। ଯେଉଁ ଜାହାଜ ଇସ୍ରାଏଲରେ ପହଞ୍ଚିଥିବା ନେଇ କୁହାଯାଉଛି ତାହା ଦେଶର ହାଇଫା ବନ୍ଦରରେ ପହଞ୍ଚି ନାହିଁ। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଗିଡିଓନ ସାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ୟୁକ୍ରେନ ସରକାର କୌଣସି ଆଇନଗତ ସହାୟତା ପାଇଁ ଅନୁରୋଧ କରିନାହାଁନ୍ତି କିମ୍ବା ସେମାନେ ଆଣିଥିବା ଅଭିଯୋଗ ଉପରେ କୌଣସି ପ୍ରମାଣ ଉପସ୍ଥାପନ କରିନାହାଁନ୍ତି। ସେହି ଜାହାଜ ଏପର୍ଯ୍ୟନ୍ତ ବନ୍ଦରରେ ପ୍ରବେଶ କରିନାହିଁ କିମ୍ବା ଏହାର କୌଣସି ଦସ୍ତାବିଜ ଇସ୍ରାଏଲ ସରକାରଙ୍କ ପାଖରେ ଦାଖଲ କରିନାହିଁ। ଜାହାଜର "ବିଲ୍ ଅଫ୍ ଲୋଡିଂ" କୁ ୟୁକ୍ରେନ ଆଣିଥିବା ଅଭିଯୋଗ ସତ ନାଁ ମିଛ ତାହାର ତଦନ୍ତ କରିବା ସମ୍ଭବପର ନୁହେଁ। ୟୁକ୍ରେନର ସରକାରଙ୍କୁ ଜବାବ ଦେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏହାକୁ "ଟ୍ୱିଟର୍ କୂଟନୀତି" ବୋଲି ଉଲ୍ଲେଖ କହିଛନ୍ତି। ମନ୍ତ୍ରୀ ଗିଡିଓନ ସାର କହିଛନ୍ତି ଯେ ଯଦି ୟୁକ୍ରେନ ପାଖରେ ଏହାର ଶସ୍ୟ ଚୋରି ହୋଇଥିବାର ପ୍ରମାଣ ରହିଛି, ତାହେଲେ ସେମାନେ ସଠିକ୍ ଢଙ୍ଗରେ ଉପସ୍ଥାପନ କରନ୍ତୁ।

ଏହା ସହ ପଢନ୍ତୁ: ଓଭାଲ ଅଫିସ୍ କୁ ବର୍ଗର ମଗାଇଲେ ଟ୍ରମ୍ପ; କହିଲେ...

ଇସ୍ରାଏଲ ପରେ ୟୁକ୍ରେନ ଅଭିଯୋଗ ଉପରେ ଜବାବ ରଖିଲା ଋଷିଆ?
ୟୁକ୍ରେନ ସରକାର ଅଭିଯୋଗ କରିଛନ୍ତି ଯେ ଗତ ବର୍ଷ ଋଷିଆ ଏହାର ଅଧିକୃତ ଅଞ୍ଚଳରୁ ୨୦ ଲକ୍ଷ ଟନ୍ରୁ ଅଧିକ ଶସ୍ୟ ଚୋରି ନେଇଛି। ୟୁକ୍ରେନ ଆହୁରି ମଧ୍ୟ କହିଛି ଯେ ଆଫ୍ରିକା, ଏସିଆ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ଅଭିମୁଖେ ଯାତ୍ରା କରିବା ସମୟରେ ଏହାକୁ ଏହାର ଯାତ୍ରା ମାର୍ଗରେ ଠାବ କରାଯାଇଛି। ୟୁକ୍ରେନ୍ ଆଣିଥିବା ଅଭିଯୋଗ ଉପରେ ଜବାବ ରଖି ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ ଇସ୍ରାଏଲ-ୟୁକ୍ରେନ ମଧ୍ୟରେ ବଢୁଥିବା ବିବାଦ ହେଉଛି ଉଭୟ ଦେଶର ଆଭ୍ୟନ୍ତରୀଣ ମାମଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଆମେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ କିମ୍ବା ଏଥିରେ ଜଡିତ ହେବାକୁ ଚାହୁଁନାହୁଁ।

ଗତ ୨୦୨୨ ରେ ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସାରା ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଥିଲା। ସେହି ବର୍ଷ ଜାତିସଂଘ ଏବଂ ତୁର୍କୀ ଏକ ଚୁକ୍ତିନାମା କରାଇଥିଲେ। ଏହି ଚୁକ୍ତି ଅଧିନରେ ୟୁକ୍ରେନ କୃଷ୍ଣ ସାଗର ବ୍ୟବହାର ବିଦେଶୀ ଶସ୍ୟ ରପ୍ତାନି କରିବା ପାରିବ ବୋଲି ଅନୁମତି ଦିଆଯାଇଥିଲା। ହେଲେ ପରେ ଋଷିଆ ସେହି ଚୁକ୍ତିନାମାରୁ ଓହରି ଯାଇଥିଲେ। ଚୁକ୍ତିରୁ ଓହରି ଯିବା ପରେ ଋଷିଆ ସରକାର କହିଥିଲେ ଯେ ସେମାନେ ବୈଶ୍ୱିକ ପ୍ରତିବନ୍ଧକରୁ ମୁକ୍ତି ଚାହୁଁଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ukraine vs Russia: The Stolen Grain Dispute and Israel's Stance | Argus News