Donald Trump Burger Order / ଓଭାଲ ଅଫିସ୍ କୁ ବର୍ଗର ମଗାଇଲେ ଟ୍ରମ୍ପ; କହିଲେ...
·4 months ago·2 min read

Key Points
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସରକାରୀ କାର୍ଯ୍ୟାଳୟ ଓଭାଲ ଅଫିସ୍ କୁ ବର୍ଗର ଅର୍ଡର କରିବା ବିଷୟରେ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ରାଜନୀତିରେ ବେଳେ ବେଳେ ଲୋକ ଦେଖାଣିଆ କାମ କରିବାକୁ ପଡ଼ିଥାଏ।
Donald Trump Oval Office: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଓଭାଲ ଅଫିସ୍ କୁ ଏକ ବର୍ଗର ଅର୍ଡର କରିଥିଲେ। ସେ "ନୋ ଟିପ୍ ଟ୍ୟାକ୍ସ" ନୀତିର ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଇ ବର୍ଗର ଅର୍ଡର କରିଥିଲେ। ଅଫିସ୍ କୁ ବର୍ଗର ଅର୍ଡର କରିବାକୁ ନେଇ ସେ ଯେଉଁ ବୟାନ ଦେଇଛନ୍ତି ତାହା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ଓଭାଲ୍ ଅଫିସ୍ କୁ ବର୍ଗର ଅର୍ଡର କରିବା ସମ୍ପର୍କରେ ଟ୍ରମ୍ପ କହିଛନ୍ତି, "ରାଜନୀତିରେ କିଛି ଲୋକ ଦେଖାଣିଆ କାମ କରିବାକୁ ପଡିଥାଏ। ଆମେ ରାଜନୀତିରେ ଏସବୁ କରିଥାଉ। ଏହି କାମ ହୁଏତ ଲଜ୍ଜାଜନକ ହୋଇପାରେ, ହେଲେ ଆମେ ଏପରି କାମ କରୁ, ଆଉ ଏଥିରୁ ଆପଣଙ୍କୁ ଫାଇଦା ହୋଇଥାଏ।" ଗୁରୁବାର ଲାସ ଭେଗାସ ଠାରେ ଆୟୋଜିତ ହୋଇଥିବା ଏକ ରାଲିରେ ଏକଥା କହିଥିଲେ ଆମେରିକୀୟ ରାଷ୍ଟ୍ରପତି।
ଏହା ସହ ପଢନ୍ତୁ: ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର?
ଅନଲାଇନ୍ ଡେଲିଭରି ସେବା ଯୋଗାଉଥିବା କମ୍ପାନୀ "ଡୋରଡ୍ୟାଶ" (DoorDash) ପକ୍ଷରୁ ଶାରୋନ ସିମନ୍ସ ନାମକ ଜଣେ ମହିଳା ଏହି ଅର୍ଡର ଦେବାକୁ ଯାଇଥିଲେ। ସେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ "ଓଭାଲ ଅଫିସ" (US President Oval Office) ରେ ଦୁଇଟି ବ୍ୟାଗ୍ ରେ "ବର୍ଗର ଏବଂ ଫ୍ରାଏଜ୍" (Burger & Fries) ନେଇ ପହଞ୍ଚିଥିଲେ। ଏନେଇ ହ୍ୱାଇଟ୍ ହାଉସ (White House) ପକ୍ଷରୁ କୁହାଯାଇଛି ଯେ "ନୋ ଟିପ୍ ଟ୍ୟାକ୍ସ" (No Tax on Tips US 2025) ନୀତି ଯୋଗୁଁ ଶାରୋନ ସିମନ୍ସ ୧୧,୦୦୦ ଆମେରିକୀୟ ଡଲାର ସଞ୍ଚୟ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରଚାର ଅଭିଯାନକୁ "ଅଦ୍ଭୁତ" ବୋଲି କହିଛନ୍ତି।
୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ସେହି ଘଟଣାକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ। ପ୍ରତାର ବେଳେ ସେ ଏକ ବର୍ଗର ଯୋଗାଣକାରୀ କମ୍ପାନୀ ପାଇଁ "ଫ୍ରାଏଜ୍" ପରସୁଥିଲେ ଏବଂ ଏକ ସୁରକ୍ଷା ଜ୍ୟାକେଟ୍ ପିନ୍ଧି ପ୍ରଚାର ଅଭିଯାନର ଲୋଗୋ ରହିଥିବା ଏକ ଅଳିଆ ଟ୍ରକ୍ ରେ ଚଢ଼ି ଯାଇଥିଲେ। ଏନେଇ ମତ ରଖି ସେ କହିଥିଲେ "ସେମାନେ (ପ୍ରଚାର ଦଳ) "ମ୍ୟାକଡୋନାଲ୍ଡସ୍" (McDonald's) ଭଳି ଅଜବ ଚିନ୍ତାଧାରା ଆଣିଥାନ୍ତି ଯେପରି ଅଳିଆ ଟ୍ରକ ଜିନିଷ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?
ଓଭାଲ୍ ଅଫିସ ଠାରେ ବର୍ଗର ବିତରଣ ଘଟଣାକୁ "ଡୋରଡ୍ୟାସ୍" ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହୋଇଛି। ଏନେଇ ପ୍ରତିକ୍ରିୟା ରଖି କିଛି ଲୋକ କହିଛନ୍ତି ଶାରୋନ ସିମନ୍ସ ଗତବର୍ଷ ଜୁଲାଇରେ "ନୋ ଟିପ୍ ଟ୍ୟାକ୍ସ" ନୀତିର ସମର୍ଥନରେ କଂଗ୍ରେସ ସାମ୍ନାରେ ସାକ୍ଷ୍ୟ ଦେଇଥିଲେ। ସେହି ସମୟରେ ସେ ନିଜକୁ ନେଭେଡାର ଜଣେ ବାସିନ୍ଦା ଭାବରେ ପରିଚୟ ଦେଇଥିଲେ। ସେ ପରେ ଆର୍କାନସାସ୍ ଚାଲିଗଲେ। ଏହି ସପ୍ତାହରେ ହୁଏତ କେବଳ ଗୋଟିଏ ଦିନ ପାଇଁ ସେ ରାଜଧାନୀ ୱାଶିଂଟନ୍ ଡି.ସି ଠାରେ "ଡୋରଡ୍ୟାସ୍" ଡ୍ରାଇଭର୍ ରହିଥିବା ଜଣାପଡ଼ୁଛି। ଅନ୍ୟପକ୍ଷରେ "ଡୋରଡ୍ୟାସ୍" ମୁଖପାତ୍ର ଜୁଲିଆନ୍ କ୍ରାଉଲି କହିଛନ୍ତି ଯେ ଏହି ଘଟଣା "ନୋ ଟିପ୍ ଟ୍ୟାକ୍ସ" ନୀତି ଲାଗୁ ହେବା ଅବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମର ଅଂଶ ରହିଥିଲା।

Related Topics
Explore more stories