Benjamin Netanyahu / ଜାତିଂସଘରେ ଭାଷଣ ରଖୁଥିଲେ ନେତାନ୍ୟାହୁ, ଉଠି ପଳାଇଲେ ସମସ୍ତେ...

Key Points
ନେତାନ୍ୟାହୁ ଭାଷଣ ଦେବା ପୂର୍ବରୁ ହିଁ ଅଧିକାଂଶ ଦେଶର ଶତାଧିକ ପ୍ରତିନିଧି କକ୍ଷତ୍ୟାଗ କରିଥିଲେ । କହିବାକୁ ଗଲେ ଖାଲି ହଲ୍ରେ ଫାଙ୍କା ଚେୟାରକୁ ନେତାନ୍ୟାହୁଙ୍କୁ ସମ୍ବୋଧନ କରିବାକୁ ପଡ଼ିଥିଲା । ଆଉ ଜାତିସଂଘରେ ଏଭଳି ଘଟଣା ଇସ୍ରାଏଲ୍-ଫିଲିସ୍ତିନ ସଂଘର୍ଷ ଭିତରେ ଦୁନିଆର ଅସନ୍ତୋଷକୁ ବ୍ୟକ୍ତ କରିଛି ।
ନ୍ୟୁୟର୍କ: ଇସ୍ରାଏଲ୍କୁ ବିରୋଧ ଆଉ କକ୍ଷତ୍ୟାଗ । ଜାତିସଂଘରେ ଅପମାନିତ ହେଲେ ନେତାନ୍ୟାହୁ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଶୁକ୍ରବାର ଜାତିସଂଘ ମହାସଭାରେ ଭାଷଣ ଦେବା ବେଳେ ଅପମାନିତ ହେବାକୁ ପଡ଼ିଛି । ନେତାନ୍ୟାହୁ ଭାଷଣ ଦେଉଥିବା ବେଳେ ବିରୋଧ କରି ଏକାଧିକ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି କକ୍ଷ ତ୍ଯାଗ କରିଛନ୍ତି ।
❗Netanyahu visibly SHAKEN as majority of UN delegates STORM out of General Assembly hall — 'Please ORDER in the hall' https://t.co/JGrjGIN8bR pic.twitter.com/7c4IVf8Lnx
— RT (@RT_com) September 26, 2025
ଗାଜାରେ ଜାରି ରହିଥିବା ଆକ୍ରମଣକୁ ନେଇ ଶେଷ ପର୍ଯ୍ୟନ୍ତ ନେବାକୁ ନେତାନ୍ୟାହୁ ପ୍ରତିବଦ୍ଧ ଥିବା କହିଥିଲେ । ସେ କହିଥିଲେ, "ହମାସ୍ ବିପକ୍ଷରେ ଇସ୍ରାଏଲ୍କୁ କାମ ସମ୍ପୂର୍ଣ୍ଣ କରିବାକୁ ହେବ ।" ଆଉ ନେତାନ୍ୟାହୁଙ୍କ ଏଭି ଭାଷଣ ବେଳେ ମିଳିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ପ୍ରତିନିଧି ତାଳି ମାରୁଥିବା ବେଳେ ଅନେକ ସଦସ୍ୟ ବିରୋଧ କରି କକ୍ଷ ଛାଡ଼ି ପଳାଇଥିଲେ ।
ଏଥିସହ ପଢ଼ନ୍ତୁ: ଗାଜାରେ ପୁଣି ଇସ୍ରାଏଲ୍ କଲା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍, ୬୬ ମୃତ
📱 Get Argus News App
✨
ନେତାନ୍ୟାହୁ ଭାଷଣ ଦେବା ପୂର୍ବରୁ ହିଁ ଅଧିକାଂଶ ଦେଶର ଶତାଧିକ ପ୍ରତିନିଧି କକ୍ଷତ୍ୟାଗ କରିଥିଲେ । କହିବାକୁ ଗଲେ ଖାଲି ହଲ୍ରେ ଫାଙ୍କା ଚେୟାରକୁ ନେତାନ୍ୟାହୁଙ୍କୁ ସମ୍ବୋଧନ କରିବାକୁ ପଡ଼ିଥିଲା । ଆଉ ଜାତିସଂଘରେ ଏଭଳି ଘଟଣା ଇସ୍ରାଏଲ୍-ଫିଲିସ୍ତିନ ସଂଘର୍ଷ ଭିତରେ ଦୁନିଆର ଅସନ୍ତୋଷକୁ ବ୍ୟକ୍ତ କରିଛି । ଅନ୍ୟପଟେ ପାଶ୍ଚାତ୍ୟ ରାଷ୍ଟ୍ର ଫିଲିସ୍ତିନକୁ ଦେଶ ମାନ୍ୟତା ଦେବା ଇସ୍ରାଏଲ୍କୁ ନୂଆ ଝଟ୍କା ଦେଇଛି ।
ଆମେରିକା ଓ ବ୍ରିଟେନ୍ ପାଇଁ ଆବଣ୍ଟିତ ଆସନରେ ବରିଷ୍ଠ ରାଷ୍ଟ୍ରଦୂତ ଓ ଅଧିକାରୀଙ୍କ ବଦଳରେ କନିଷ୍ଠଙ୍କୁ ଦେଖିବାକୁ ମିଳିଥିଲା । ଏକାଧିକ ଚେୟାର୍ ଫାଙ୍କା ପଡ଼ିଥିଲା । ଇରାନର ଖାଲି ଚେୟାରରେ ଥିଲା ଅନେକ ଛୁଆଙ୍କ ଫଟୋ । ଜୁନ୍ରେ ଇସ୍ରାଏଲ୍ ଯୁଦ୍ଧରେ ଉକ୍ତ ଛୁଆମାନେ ମୃତ୍ୟୁବରଣ କରିଥିବା ତେହରାନ ଦାବି କରି ଆସୁଛି ।
ଏଥିସହ ପଢ଼ନ୍ତୁ: ଶପଥ ପରେ ପ୍ରଥମ ବିଦେଶୀ ନେତା ଭାବେ ଇସ୍ରାଏଲ୍ ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ, ଉଦ୍ଦେଶ୍ୟ କଣ ?
ଭାଷଣରେ ନେତାନ୍ୟାହୁ ଦାବି କରି କହିଥିଲେ, ତାଙ୍କ ଭାଷଣକୁ ଗାଜାରେ ଲାଉଡସ୍ପିକର୍ସ ଜରିଆରେ, ଫୋନ୍ରେ ଲୋକେ ଶୁଣୁଛନ୍ତି । ହମାସକୁ ଚେତାବନୀ ଦେଇ କହିଥିଲେ, "ଅସ୍ତ୍ରଶସ୍ତ୍ର ଛାଡ଼ିଦିଅ, ମୋର ଲୋକଙ୍କୁ ଯିବାକୁ ଦିଅ । ଯଦି ଏମିତି ନ କରିବ ତ ଇସ୍ରାଏଲ୍ ତୁମକୁ ଖୋଜି ଖୋଜି ମାରିବ ।"
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଶ୍ଚାତ୍ୟ ଦେଶକୁ ସମାଲୋଚନା କରିଛନ୍ତି । କହିଛନ୍ତି, "ପାଶ୍ଚାତ୍ୟ ନେତା ଚାପରେ ଦବି ଯାଇଛନ୍ତି । କିନ୍ତୁ ଇସ୍ରାଏଲ୍ ନଇଁବ ନାହିଁ ।" ଫିଲିସ୍ତିନକୁ ଦେଶ ମାନ୍ୟତା ଦେଇଥିବା ରାଷ୍ଟ୍ରର ନିଷ୍ପତ୍ତିକୁ ନେତାନ୍ୟାହୁ ନିନ୍ଦା କରିଛନ୍ତି । କହିଛନ୍ତି, "ଏଭଳି ନିଷ୍ପତ୍ତି ଆତଙ୍କବାଦକୁ ପ୍ରୋତ୍ସାହନ ଦେବ ଓ ନିର୍ଦ୍ଦୋଷଙ୍କ ପ୍ରତି ହିଂସାକୁ ବଢ଼ାଇବ ।"
Related Topics
Explore more stories