American Airlines Flight / ଯାତ୍ରା ବେଳେ ହଙ୍ଗାମା କଲେ ଯାତ୍ରୀ; ବିମାନ କର୍ମଚାରୀ ଦେଲେ ଏପରି ଜବାବ
·11 mins ago·2 min read

Key Points
ନିକଟରେ, ଆମେରିକୀୟ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀଙ୍କ ଅଜବ ଆଚରଣ ପରେ, ଚାଳକ ଦଳ ସଦସ୍ଙ୍କୁ ଏକ କଠୋର ନିଷ୍ପତ୍ତି ନେବାକୁ ପଡିଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
American Airlines Passenger Hungama: ଯାତ୍ରା କରିବା ସମୟରେ ପ୍ରାୟ ସମସ୍ତେ ଶାନ୍ତି ଏବଂ ନୀରବତା ଆଶା କରିଥାନ୍ତି। ହେଲେ ବେଳେ କେତେକ ସମୟରେ କିଛି ଲୋକଙ୍କ ଅଜବ ଆଚରଣ ସମ୍ପୂର୍ଣ୍ଣ ଯାତ୍ରାକୁ ନଷ୍ଟ କରି ଦେଇପାରେ। ଯେତେବେଳେ ଏକ ଶାନ୍ତିପୂର୍ଣ୍ଣ ପରିବେଶରେ ହେଉଥିବା ବିମାନ ଯାତ୍ରା ହଠାତ୍ ବିଶୃଙ୍ଖଳା ପରିଣତ ହୋଇଥାଏ, ସେତେବେଳେ ଯାତ୍ରୀଙ୍କୁ ଅନେକ କଷ୍ଟ ଭୋଗିବାକୁ ପଡ଼ିଥାଏ। ସଦ୍ୟ ଆମେରିକୀୟ ଏୟାରଲାଇନ୍ସ ବିମାନରେ ଘଟିଯାଇଛି ସମାନ ଘଟଣା। ଯେଉଁଠାରେ ଜଣେ ଯାତ୍ରୀଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଅନ୍ୟଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇଗଲା ଯେ ବିମାନର ଚାଳକ ଦଳ ସଦସ୍ୟ ନିଜକୁ ଏବଂ ଅନ୍ୟ ବିମାନ ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥିଲା।
ବିମାନରେ ହଙ୍ଗାମା କରିଥିଲେ ମଦ୍ୟପ ଯାତ୍ରୀ
ଯେତେବେଳେ ଏକ ଆମେରିକୀୟ ଏୟାରଲାଇନ୍ସ ବିମାନ ଏହାର ଗନ୍ତବ୍ୟସ୍ଥଳ ନିକଟତର ହେଉଥିଲା, ସେତେବେଳେ କେହି ଆଶା କରିନଥିଲେ ଯେ ମଝି ଆକାଶରେ ଏଭଳି ଘଟଣା ଦେଖିବାକୁ ମିଲିବ। ପ୍ରକୃତରେ ମଦ୍ୟପାନ କରି ପ୍ରଥମ ଶ୍ରେଣୀରେ ବସିଥିବା ଜଣେ ଯାତ୍ରୀ ଧୈର୍ଯ୍ୟ ହରାଇବା ସହ ହଠାତ୍ ଉତ୍ତେଜିତ ହୋଇ ଉଠିଥିଲେ। ସେ ବିନା କାରଣରେ ତାଙ୍କ ଚାରିପାଖରେ ଥିବା ଲୋକଙ୍କ ସହିତ ଯୁକ୍ତିତର୍କ କରିବାକୁ ଲାଗିଲେ। ଏପରିକି ସେ ନିଜର ସହଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ। ଯଦି ପରିସ୍ଥିତି କେବଳ ଯୁକ୍ତିତର୍କରେ ସୀମିତ ରହିଥାନ୍ତା, ତାହେଲେ ଏଭଳି ପରିସ୍ଥିତିକୁ ହୁଏତ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା। ହେଲେ ଯେତେବେଳେ ସେହି ମଦ୍ୟପ ଯାତ୍ରୀ ଜଣଙ୍କ, ବିମାନ କର୍ମଚାରୀ ଏବଂ ମହିଳା ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ, ସେତେବେଳେ ଚାଳକ ଦଳ ସଦସ୍ୟ ତାଙ୍କୁ ତାଙ୍କ ସିଟ୍ ସହିତ ଟେପ୍ ସହ ବାନ୍ଧି ତାଙ୍କୁ ହଙ୍ଗାମା କରିବାରୁ ଅଟକାଇ ଦେଇଥିଲେ।
ଏହା ସହ ପଢନ୍ତୁ: ମଝି ଆକାଶରେ ବିଫଳ ହେଲା ବିମାନ ଇଞ୍ଜିନ୍; ବେଳାଭୂମିରେ କରାଗଲା ଜରୁରୀକାଳୀନ ଅବତରଣ
ବିମାନ ଅବତରଣ କରିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ
ବିମାନର ଚାଳକ ଦଳ ସଦସ୍ୟଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ବାକି ଯାତ୍ରୀ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ। ଏହି ବିମାନ ଅବତରଣ କରିବା ମାତ୍ରେ ପୂର୍ବରୁ ସତର୍କ ରହିଥିବା ପୋଲିସ ଦଳ ତୁରନ୍ତ ମଦ୍ୟପ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ଏହି ଘଟଣାର ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଲୋକେ ସୁରକ୍ଷା ଜନିତ ସତର୍କତା ସ୍ୱରୂପ ବିମାନ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories