Vnukovo International Airport Moscow / ଋଷିଆରେ ଆମେରିକୀୟ ବିମାନର ଗୁପ୍ତ ଅବତରଣ; ଉଡ଼ାଣ ଟ୍ରାକ୍ କରିନେଲା ଆମେରିକା ଗଣମାଧ୍ୟମ
·26 mins ago·3 min read

Key Points
Flightradar24 ତଥ୍ୟ ଅନୁଯାୟୀ, ରବିବାର ଅପରାହ୍ନ 5ଟା ପୂର୍ବରୁ ବିମାନଟି ମେରିଲ୍ୟାଣ୍ଡର ଏକ ପ୍ରମୁଖ ସାମରିକ ପ୍ରତିଷ୍ଠାନ, ଆମେରିକା ବାୟୁସେନାର ମିଳିତ ଘାଟି ଆଣ୍ଡ୍ରୁଜ୍ ଠାରୁ ଉଡ଼ାଣ ଭରିଥିଲା।
US C-17 Globemaster aircraft landed in Russia: ଋଷିଆ-ଆମେରିକା ମଧ୍ୟରେ ଜାରି ରହିଥିବା ତିକ୍ତ ସମ୍ପର୍କ ମଧ୍ୟରେ ଆସିଛି ଏକ ଚମକାଇ ବେବା ଭଳି ଖବର। ଆମେରିକୀୟ ବାୟୁସେନାର ଏକ ସାମରିକ ବିମାନ ଅପ୍ରତ୍ୟାଶିତ ଭାବରେ ଋଷିଆର ରାଜଧାନୀ ମସ୍କୋ ସ୍ଥିତ ଭନୁକୋଭୋ ବିମାନବନ୍ଦରରେ ଅବତରଣ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ବିଶ୍ୱବ୍ୟାପୀ ଏହାକୁ ନେଇ ଆରମ୍ଭ ହୋଇଯାଇଛି ନାନାଦି କଳ୍ପନାଜଳ୍ପନା। ଫ୍ଲାଇଟ୍-ଟ୍ରାକିଂ ୱେବସାଇଟ୍ (Flight Tracking Website) ଫ୍ଲାଇଟରାଡ଼ାର୨୪ (Flightradar24) ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆମେରିକୀୟ ବିମାନ C-17 ଗ୍ଲୋବମାଷ୍ଟର ବିମାନ (US C-17 Globemaster Aircraft) ମଙ୍ଗଳବାର ( ୨୫ ଅଗଷ୍ଟ) ମସ୍କୋ ଠାରେ ଅବତରଣ କରିଥିଲା।
ହେଲେ ତଥାପି ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ କହିଛି ଯେ, ରାଜଧାନୀ ମସ୍କୋ ଠାରେ କୌଣସି ଆମେରିକୀୟ ବିମାନ ଅବତରଣ କରିଥିବା ନେଇ ଖବର ମିଳିନାହିଁ। ଅନ୍ୟପଟେ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଭିନ୍ନ କଥା କହୁଛି। ସିବିଏସ୍ ନ୍ୟୁଜ୍ (CBS News) ରିପୋର୍ଟ ଅନୁସାରେ ଆମେରିକୀୟ ଗୁଇନ୍ଦା ମୁଖ୍ୟ ଜନ୍ ରାଟକ୍ଲିଫ୍ (CIA Chief John Ratcliffe) କୌଣସି ପୂର୍ବ ସୂଚନା ବିନା ମସ୍କୋ ଯାତ୍ରା କରିଥିଲେ। ହେଲେ ଏହି ଯାତ୍ରାର ଉଦ୍ଦେଶ୍ୟ କ'ଣ ତାହା ଜଣା ପଡ଼ିନାହିଁ। ଉଭୟ ଦେଶ ଆନୁଷ୍ଠାନିକ ଭାବରେ ଏହାକୁ ନିଶ୍ଚିତ କରିନାହାଁନ୍ତି।
ମସ୍କୋ ଠାରେ ପହଞ୍ଚିଲା C-17 ଗ୍ଲୋବମାଷ୍ଟର
ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, ଆମେରିକୀୟ ଟେଲ୍ ନମ୍ବର ସହିତ ଏହି C-17 ଗ୍ଲୋବମାଷ୍ଟର ବିମାନ ରବିବାର ସନ୍ଧ୍ୟା ପ୍ରାୟ ପାଞ୍ଚଟାରେ (05:00) ଆମେରିକାର ମେରିଲ୍ୟାଣ୍ଡ ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍ ଠାରୁ ଉଡ଼ାଣ ଭରିଥିଲା। ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍ ହେଉଛି ସେହି ସମାନ ସାମରିକ ଘାଟି (Joint Base Andrews Air Base Maryland US) ଯାହାକୁ ଆମେରିକୀୟ ରାଷ୍ଟ୍ରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀ ସେମାନଙ୍କର ସରକାରୀ ଗସ୍ତ ପାଇଁ ବ୍ୟବହାର କରୁଥାନ୍ତି। ଏହା ପରେ ଏହି ବିମାନ ଅଗଷ୍ଟ ୨୩ ତାରିଖରେ ଲାଟଭିଆ ରାଜଧାନୀ ରିଗା ଠାରେ ପହଞ୍ଚିଲା। ମଙ୍ଗଳବାର ରାଜଧାନୀ ରିଗା ଠାରୁ ଉଡ଼ାଣ ଆରମ୍ଭ କରି ସକାଳ ସାତଟାରେ ମସ୍କୋ ସ୍ଥିତ ଭନୁକୋଭୋ ବିମାନବନ୍ଦରରେ ଅବତରଣ କରିଥିଲା।
ଏହା ସହ ପଢନ୍ତୁ: ଆମେରିକା-ଇରାନ ଯୁଦ୍ଧକୁ ନେଇ କ'ଣ ଥିଲା ବାବା ବେଙ୍ଗାଙ୍କ ପୂର୍ବାନୁମାନ?
କୌଣସି ବୈଠକ ହୋଇଥିବା ନେଇ କ୍ରେମଲିନ୍ ପକ୍ଷରୁ କରାଗଲା ଖଣ୍ଡନ
ରାଜଧାନୀ ମସ୍କୋ ସ୍ଥିତ ଭନୁକୋଭୋ ବିମାନବନ୍ଦରରେ ଆମେରିକୀୟ ବିମାନ ଅବତରଣ କରିବା ଘଟଣାରେ ପ୍ରତିକ୍ରିୟା ରଖିଛି ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍। ଏନେଇ ପ୍ରତିକ୍ରିୟା ରଖି କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଥିଲେ ଯେ ଚଳିତ ସପ୍ତାହରେ ଆମେରିକୀୟ ପ୍ରଶାସନିକ ପ୍ରତିନିଧିଙ୍କ ସହ କୌଣସି ବୈଠକ ସ୍ଥିର ହୋଇନାହିଁ। ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ମୁଖ୍ୟ ଜନ୍ ରାଟକ୍ଲିଫ୍ ଙ୍କ ଗସ୍ତ ବିଷୟରେ କୌଣସି ସୂଚନା ମଧ୍ୟ ପ୍ରଦାନ କରିନଥିଲେ। ଗତ ଜାନୁଆରୀରେ, ୟୁରୋପରୁ ଏକ ଆମେରିକୀୟ ବିମାନ ସିଧାସଳଖ ଋଷିଆରେ ଅବତରଣ କରିଥିଲା। ସେତେବେଳେ ସ୍ୱତନ୍ତ୍ର ଦୂତ ଷ୍ଟିଭେନ୍ ୱିଟକଫ୍ ଏବଂ ଜାରେଡ୍ କୁଶନର୍ ୟୁକ୍ରେନ୍ ଯୁଦ୍ଧ ଉପରେ ଶାନ୍ତି ଆଲୋଚନା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବା ପାଇଁ ମସ୍କୋ ଯାତ୍ରା କରିଥିଲେ।
ସୈନ୍ୟ ବିମାନ ଅବତରଣ କରିବାକୁ ନେଇ ବଢିଲା ସନ୍ଦେହ
C-17 ଗ୍ଲୋବମାଷ୍ଟର ହେଉଛି ଏକ ସୈନ୍ୟ ପରିବହନ ବିମାନ। ଯାହାକୁ ଆମେରିକା ମୁଖ୍ୟତଃ ଭାରୀ ସାମରିକ ଉପକରଣ, ଲଜିଷ୍ଟିକ୍ସ ଏବଂ ସୈନ୍ୟ ପରିବହନ ପାଇଁ ବ୍ୟବହାର କରିଥାଏ। ମସ୍କୋ ଠାରେ ଏପରି ବିଶାଳ ସାମରିକ ବିମାନ ଅବତରଣ କରିବା ଅନେକ କଳ୍ପନା ଜଳ୍ପନା ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ, ଏହି ଉଡ଼ାଣକୁ ସାମ୍ପ୍ରତିକ ମାସରେ ଘଟିଥିବା କଏଦୀ ବିନିମୟ ସହିତ ଯୋଡାଯାଉଛି। ୨୦୨୬ ଅଗଷ୍ଟ ପ୍ରାରମ୍ଭରେ ପୂର୍ବତନ ଆମେରିକୀୟ ମେରାଇନ୍ ରବର୍ଟ ଗିଲମ୍ୟାନ୍ ମୁକ୍ତ ହେବା ପରେ, ଏହା ଅନୁମାନ କରାଯାଉଛି ଯେ ଏହି ଯାତ୍ରା ଅନ୍ୟ ଏକ ହାଇ-ପ୍ରୋଫାଇଲ୍ ଅଦଳବଦଳ ସହିତ ଜଡିତ ହୋଇପାରେ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଜେଫ୍ରି ସାକ୍ସ; କ'ଣ କହୁଛି ତାଙ୍କ ପୂର୍ବାନୁମାନ?
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଥିଲେ ମଧ୍ୟ, ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ ପରଦା ପଛରେ ଉଭୟ ଦେଶ ମଧ୍ୟରେ ଆଲୋଚନାର ଏକ ଗୁପ୍ତ ରାସ୍ତା ଖୋଲା ଥାଇପାରେ। ବର୍ତ୍ତମାନ, ୱାଶିଂଟନ୍ କିମ୍ବା ମସ୍କୋ ଏହି ରହସ୍ୟମୟ ଉଡ଼ାଣର ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
US Military Plane MoscowC-17 Globemaster MoscowVnukovo Airport US PlaneUS Russia TensionsWhy did US military plane C-17 land in MoscowFlightradar24 trackingUS Air Force transport aircraftFlightradar24 tracks US military aircraft landing in RussiaUS Air Force C-17 Globemaster lands at Vnukovo airport MoscowUS military aircraft lands in Moscow amid geopolitical tensions