|
logo
Live
Argus News App
GET APP

Argus News - ଯୁଦ୍ଧକୁ ମାସେ, ବ୍ୟାକଫୁଟ୍‌ରେ ଟ୍ରମ୍ପ; ମୁଣ୍ଡବିନ୍ଧା ବଢ଼ାଉଛି ଇରାନର ପାଲଟା ଆକ୍ରମଣ

National

US Iran War / ଯୁଦ୍ଧକୁ ମାସେ, ବ୍ୟାକଫୁଟ୍‌ରେ ଟ୍ରମ୍ପ; ମୁଣ୍ଡବିନ୍ଧା ବଢ଼ାଉଛି ଇରାନର ପାଲଟା ଆକ୍ରମଣ

Sushanta Sahoo
Browse all articles by Sushanta Sahoo
·3 days ago·2 min read
ଯୁଦ୍ଧକୁ ମାସେ, ବ୍ୟାକଫୁଟ୍‌ରେ ଟ୍ରମ୍ପ; ମୁଣ୍ଡବିନ୍ଧା ବଢ଼ାଉଛି ଇରାନର ପାଲଟା ଆକ୍ରମଣ
Trump on Backfoot

Key Points

ଆମେରିକା, ଇସ୍ରାଏଲ ଓ ଇରାନ ଯୁଦ୍ଧକୁ ୩୦ ଦିନ ପୂରିଥିବାବେଳେ ଆମେରିକାର ପୂର୍ବତନ ପ୍ରତିରକ୍ଷା ପଦାଧିକାରୀ କର୍ଣ୍ଣେଲ ଡଗଲାସ୍ ମ୍ୟାକଗ୍ରେଗରଙ୍କ ଏପରି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ଯୁଦ୍ଧରୁ ନିବୃତ୍ତ କରି ଶାନ୍ତି ପ୍ରତିଷ୍ଠା କରିପାରିବେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା, ଇସ୍ରାଏଲ ଓ ଇରାନ ଯୁଦ୍ଧକୁ ୩୦ ଦିନ ପୂରିଥିବାବେଳେ ଆମେରିକାର ପୂର୍ବତନ ପ୍ରତିରକ୍ଷା ପଦାଧିକାରୀ କର୍ଣ୍ଣେଲ ଡଗଲାସ୍ ମ୍ୟାକଗ୍ରେଗରଙ୍କ ଏପରି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ମାସେ ମଧ୍ୟରେ ବ୍ୟାକଫୁଟରେ ଟ୍ରମ୍ପ, ମୁଣ୍ଡବିନ୍ଧା ବଢ଼ାଉଛି ଇରାନର ପାଲଟା ଆକ୍ରମଣ । ତୈଳ ସଙ୍କଟ ନେଇ ଥରହର ହୋଇଛି ବିଶ୍ଵ । ଆମେରିକା ଏବେ ଯୁଦ୍ଧରୁ ବାହାରିବା ପାଇଁ ବାଟ ଖୋଜୁଛି । ଇରାନର ୧୭ଟି ମିସାଇଲ୍ ସବୁଠୁ ବଡ଼ ଯୁଦ୍ଧ ଜାହାଜ 'ଗେରାଲ୍ଡ ଆର ଫୋର୍ଡ'କୁ କ୍ଷତି ପହଞ୍ଚାଇଥିବା ସ୍ଵୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ମଧ୍ୟପ୍ରାଚ୍ୟ ସ୍ଥିତି ସଙ୍ଗୀନ । ଅଳ୍ପ ସମୟ ଓ ସହଜରେ ଇରାନକୁ ଶେଷ କରିଦେବାକୁ ଟ୍ରମ୍ପଙ୍କ ସ୍ଵପ୍ନ ଚୁରମାର ହୋଇଛି । ମାସେ ମଧ୍ୟରେ ଇରାନର ପାଲଟା ଆକ୍ରମଣରେ କ୍ଷତବିକ୍ଷତ ହେବା ପରେ ଟ୍ରମ୍ପଙ୍କ ପଦକ୍ଷେପ, ଆମେରିକାକୁ ବ୍ୟାକଫୁଟକୁ ଟାଣିଛି ।

ଏଥିସହ ପଢ଼ନ୍ତୁ: ଆମେରିକା-ଇସ୍ରାଏଲ୍‌କୁ ପାନେ ଦେବାକୁ ଇରାନର ନୂଆ ରଣନୀତି; ସୃଷ୍ଟି ହେବ ତୈଳ, ବିଦ୍ୟୁତ୍ ଓ ପାଣି ସଂକଟ

ପ୍ରଥମେ ୫ ଦିନ ଓ ପରେ ୧୦ ଦିନର ଯୁଦ୍ଧବିରତି ଘୋଷଣା ସତ୍ତ୍ଵେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୩, ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ତୈଳ ସଂକଟକୁ ନେଇ ଥରଥର ହୋଇଛି ବିଶ୍ୱ ଅର୍ଥନୀତି ।

ଏପରି ମହାସଙ୍କଟ କାଳରେ ମୋଦିଙ୍କ ହସ୍ତକ୍ଷେପ ହିଁ ଏକମାତ୍ର ବାସ୍ତବବାଦୀ ସମାଧାନ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର ପୂର୍ବତନ ପ୍ରତିରକ୍ଷା ପଦାଧିକାରୀ କର୍ଣ୍ଣେଲ ଡଗଲାସ୍ ମ୍ୟାକଗ୍ରେଗର । ମୋଦିଙ୍କର ଗୋଟିଏ ଫୋନ୍ କଲ୍ ଟ୍ରମ୍ପଙ୍କୁ ଯୁଦ୍ଧ ରୋକିବା ପାଇଁ ବାଧ୍ୟ କରିପାରେ ବୋଲି ସେ କହିଛନ୍ତି ।

ଆମେରିକା ଏବେ ଯୁଦ୍ଧରୁ ବାହାରିବା ପାଇଁ ବାଟ ଖୋଜୁଛି । ଇରାନର ୧୭ଟି ମିସାଇଲ୍ ସବୁଠୁ ବଡ଼ ଯୁଦ୍ଧ ଜାହାଜ 'ଗେରାଲ୍ଡ ଆର ଫୋର୍ଡ'କୁ କ୍ଷତି ପହଞ୍ଚାଇଥିବା ସ୍ଵୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଇରାନର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣକୁ ଏପ୍ରିଲ ୬ ଯାଏ ଟ୍ରମ୍ପ ସ୍ଥଗିତ କରିଛନ୍ତି । ୭ ଦିନ ମଧ୍ୟରେ ଯୁଦ୍ଧ ସରିବ ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ।

ଶାନ୍ତି ବଦଳରେ ବଢୁଛି ମଧ୍ୟପ୍ରାଚ୍ୟରେ ଅଶାନ୍ତି । ସୁପ୍ରିମ ଲିଡରଙ୍କ ମୃତ୍ୟୁ ପରେ ବି ନଇଁ ନାହିଁ ଇରାନ । ଗତ ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ କରିଥିଲେ ପ୍ରଚଣ୍ଡ ଆକ୍ରମଣ ।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର

ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୧୫୦୦ରୁ ଅଧିକ ସ୍ଥାନରେ ବୋମାବର୍ଷା ସହ ଅୟାତୁଲ୍ଲା ଖାମେନେଇଙ୍କ ସମେତ ଇରାନର ଶୀର୍ଷ ନେତୃତ୍ୱ ନିପାତ ହୋଇଥିଲେ । କିନ୍ତୁ ମାସେ ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।

ଇରାନ ଭାଙ୍ଗିବା ପରିବର୍ତ୍ତେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ସାହାଯ୍ୟରେ ଦେଉଛି ମୁହଁତୋଡ଼ ଜବାବ । ଇରାନ ଏବେ ହର୍ମୁଜ୍ ପ୍ରଣାଳୀକୁ ଏକ ଦୁର୍ଗରେ ପରିଣତ କରି ସେଠାରୁ ଯାଉଥିବା ଜାହାଜ ଗୁଡ଼ିକ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Iran War: ଯୁଦ୍ଧକୁ ମାସେ, ବ୍ୟାକଫୁଟ୍‌ରେ ଟ୍ରମ୍ପ; ମୁଣ୍ଡବିନ୍ଧା ବଢ଼ାଉଛି ଇରାନର ପାଲଟା ଆକ୍ରମଣ | Argus News