Videos
|
International

US DOJ action / ମୂଲ୍ୟ ବଢାଇ ଫସିଲେ ୩ କମ୍ପାନୀ; ଏବେ ମାଗଣା ବାଣ୍ଟିବେ ୫ କୋଟି ଅଣ୍ଡା

Subhramjit Ray
Browse all articles by Subhramjit Ray
·2 weeks ago·2 min read
ମୂଲ୍ୟ ବଢାଇ ଫସିଲେ ୩ କମ୍ପାନୀ; ଏବେ ମାଗଣା ବାଣ୍ଟିବେ ୫ କୋଟି ଅଣ୍ଡା
US DOJ Action

Key Points

ଅଣ୍ଡାର ମୂଲ୍ୟ ବୃଦ୍ଧି କରି ଲୋକଙ୍କୁ ଠକିବା ଅଭିଯୋଗରେ ଆମେରିକାର ତିନୋଟି ପ୍ରମୁଖ କମ୍ପାନୀ ବିରୋଧରେ ସ୍ଥାନୀୟ ନ୍ୟାୟ ବିଭାଗ ୩୧ କୋଟି ଟଙ୍କାର ଏକ ବଡ଼ ଜରିମାନା ଲଗାଇଛି। ଦଣ୍ଡ ସ୍ୱରୂପ, ସେମାନଙ୍କୁ ଏବେ ଲୋକଙ୍କୁ ୫ କୋଟି ଅଣ୍ଡା ମାଗଣାରେ ବଣ୍ଟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
Action against egg companies for price hike by US DOJ: ଆମେରିକୀୟ ବଜାରରେ କୃତ୍ରିମ ଅଭାବ ରହିଥିବା ଦର୍ଶାଇ ଅଣ୍ଡା ମୂଲ୍ୟରେ ୭୦ ପ୍ରତିଶତ ବୃଦ୍ଧି କରିଥିବା ୩ ପ୍ରମୁଖ କମ୍ପାନୀ ବିରୋରେ ସ୍ଥାନୀୟ ପ୍ରଶାସନ ଗ୍ରହଣ କରିଛି କଠୋର କାର୍ଯ୍ୟାନୁଷ୍ଠାନ। ଆମେରିକାର ନ୍ୟାୟ ବିଭାଗ (DOJ) ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କଠୋର କାର୍ଯ୍ୟାନୁଷ୍ଠାନ ପରେ, ଏହି କମ୍ପାନୀ ଏବେ ମୋଟା ଅଙ୍କର ଜରିମାନା ଗଣିବାକୁ ଯାଉଛି। କ୍ଷତିପୂରଣ ସ୍ୱରୂପ ଏହି ୩ କମ୍ପାନୀ ଏବେ ଲକ୍ଷ ଲକ୍ଷ ଅଣ୍ଡା ମାଗଣାରେ ଗ୍ରାହକଙ୍କୁ ବଣ୍ଟନ କରିବେ।

କେବେ ଏବଂ କିପରି ହୋଇଥିଲା ଠକେଇ?
"ଦି ନ୍ୟୁୟର୍କ ଟାଇମ୍ସ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ୨୦୨୨ ଜୁନ୍ରୁ ୨୦୨୫ ମାର୍ଚ୍ଚ ମଧ୍ୟରେ, ତିନୋଟି ପ୍ରମୁଖ ଆମେରିକୀୟ ଅଣ୍ଡା ଉତ୍ପାଦନକାରୀ କମ୍ପାନୀ "କାଲ୍-ମେନ୍ ଫୁଡ୍ସ" (Cal-Maine Foods), ଭର୍ସୋଭା (Versova), "ହିକମ୍ୟାନ୍ସ ଏଗ୍ ରାଞ୍ଚ" (Hickman's Egg Ranch) କଥିତ ବାର୍ଡ ଫ୍ଲୁ (Bird Flue) ସଂକଟର ଫାଇଦା ଉଠାଇଥିଲେ।

ଏହି କମ୍ପାନୀ ଗୁପ୍ତ ଯୋଗାଯୋଗ ଏବଂ ଠକେଇ (Secret Communication & Spoofing) ଭଳି କୌଶଳ ବ୍ୟବହାର କରିଥିଲେ। ଯାହାର ଲକ୍ଷ୍ୟ ଥିଲା ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଅଣ୍ଡାର ମୂଲ୍ୟ ବୃଦ୍ଧି କରିବା। ଏହାର ଫଳସ୍ୱରୂପ ଗତ ୨୦୨୫ ଜାନୁଆରୀ ସୁଦ୍ଧା ଅଣ୍ଡାର ମୂଲ୍ୟ ୭୦% ବୃଦ୍ଧି ପାଇଥିଲା। ଯାହା ଦ୍ୱାରା ଏକ ଡଜନ ଅଣ୍ଡାର ମୂଲ୍ୟ ବୃଦ୍ଧି ପାଇ ୯ ଡଲାର ହୋଇ ଯାଇଥିଲା (ଭାରତୀୟ ମୁଦ୍ରାରେ ପ୍ରାୟ ୭୫୦ ଟଙ୍କା)। ସେହି ସମୟରେ ନ୍ୟୁୟର୍କ ବଜାରରେ କାର୍ଟୁନ ବଦଳରେ ଗୋଟିଏ ଗୋଟିଏ କରି ଅଣ୍ଡା ବିକ୍ରି ହେଉଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୧ ଟଙ୍କା ରହିଥିଲା। ଏହି ସଂଖ୍ୟା ଭାରତୀୟଙ୍କ ପାଇଁ ଆଶ୍ଚର୍ଯ୍ୟଜନକ। କାରଣ ଆଜି ମଧ୍ୟ ଦେଶରେ ଏକ ସାଧାରଣ ଅଣ୍ଡାର ଖୁଚୁରା ମୂଲ୍ୟ ପ୍ରାୟ ୭-୮ ଟଙ୍କା ରହିଛି।

ଏହା ସହ ପଢନ୍ତୁ:  ଟ୍ରମ୍ପଙ୍କ ପାଇଁ ବକ୍ରି ଇଦ୍ ବେଳେ ମହଙ୍ଗା ହୋଇଗଲା ଛେଳି; ହେଲେ କାହିଁକି?

ଏବେ କମ୍ପାନୀ ଗଣିବ ୩୧ କୋଟିର ଜରିମାନା
ଯେତେବେଳେ କମ୍ପାନୀ ପାଖରୁ ଲିକ୍ ହୋଇଥିବା ଗୋପନୀୟ ଇମେଲ ମାଧ୍ୟମରେ ଏହି ବଡ଼ ଜାଲିଆତି ସମ୍ପର୍କରେ ଜଣା ପଡ଼ିଥିଲା, ସେତେବେଳେ ଆମେରିକୀୟ ନ୍ୟାୟ ବିଭାଗ ଏହି ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। ବର୍ତ୍ତମାନ ସମାଧାନ ଅନୁଯାୟୀ, ଏହି ତିନୋଟି କମ୍ପାନୀ ମିଳିତ ଭାବରେ ୩.୩ ମିଲିୟନ୍ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩୧.୨ କୋଟି ଟଙ୍କା) କ୍ଷତି ପୂରଣ ଦେବାକୁ ହେବ। ଏହା ସହିତ ଏହି ୩ କମ୍ପାନୀ ଏବେ ଫୁଡ୍ ବ୍ୟାଙ୍କ (Food Bank) ମାଧ୍ୟମରେ ଦୀନ ହୀନ, ଅସହାୟ, ଦରିଦ୍ର, ଗରିବ ଲୋକଙ୍କୁ ୫୩ ମିଲିୟନ୍ (୫.୩ କୋଟି) ଅଣ୍ଡା ମାଗଣାରେ ବଣ୍ଟନ କରିବାକୁ ହେବ।

ଜରିମନା ଲଗାଯିବା ପରେ କ'ଣ ରହିଛି କମ୍ପାନୀ ଆଭିମୁଖ୍ୟ
ଜରିମାନା ଭରିବା ସତ୍ତ୍ୱେ, ଏହି ୩ କମ୍ପାନୀ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏନେଇ ସେମାନେ କହିଛନ୍ତି ଯେ ସେମାନେ ଆଇନଗତ ସୀମା ମଧ୍ୟରେ ରହି ଯୋଗାଣ ସୁନିଶ୍ଚିତ କରିଛନ୍ତି। ସେମାନଙ୍କ ବିରୋଧରେ ଆସିଥିବା ଦାବି ଭିତ୍ତିହୀନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Egg Price Scam: 3 Companies Fined, Forced to Donate 53 Million Eggs | Argus News