China Overseas Police Stations / ଚର୍ଚ୍ଚାରେ ଚୀନ୍ କାରନାମା; ଆମେରିକାରେ ପରିଚାଳିତ ହେଉଥିଲା 'ଗୁପ୍ତ ଥାନା'
·4 months ago·3 min read

Key Points
ଆମେରିକାରେ ଚୀନ୍ ଏକ ପୋଲିସ ଥାନା ପରିଚାଳନା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା।
Secret Chinese police station USA: ସଦ୍ୟ ଆମେରିକାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଗୁଇନ୍ଦାଗିରି, ରାଜନୀତି ଏବଂ ଆନ୍ତର୍ଜାତୀୟ ଉତ୍ତେଜନାକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି କରିଛି। ନ୍ୟୁୟର୍କ ସ୍ଥିତ ଚାଇନା ଟାଉନ୍ ଅଞ୍ଚଳରେ ଜଣେ ବ୍ୟକ୍ତି ଚୀନ୍ ର ଏକ ଗୁପ୍ତ ପୋଲିସ ଷ୍ଟେସନ ଚଳାଉଥିବାର ଅଭିଯୋଗ ହୋଇଥିଲା। ଏବେ ଏହି ମାମଲାରେ ଏକ ଆମେରିକୀୟ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆମେରିକୀୟ ଏଜେନ୍ସି ପକ୍ଷରୁ ହୋଇଥିବା ଦାବି ଅନୁସାରେ ଏହି କେନ୍ଦ୍ର ମାଧ୍ୟମରେ ଚୀନ୍ ଏହାର ବିରୋଧିଙ୍କ ଉପରେ ନଜର ରଖୁଥିଲା। ଆମେରିକାରେ ରହୁଥିବା ଗଣତନ୍ତ୍ର ସମର୍ଥକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲା।
ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବୁଧବାର (ମେ ୧୩) ନ୍ୟୁୟର୍କର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସରକାରଙ୍କ ଅଣ ପଞ୍ଜୀକୃତ ଏଜେଣ୍ଟ ଭାବରେ କାର୍ଯ୍ୟ କରିବା ପାଇଁ ଏକ ଆମେରିକୀୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ମାନହାଟନ (Manhattan) ସ୍ଥିତ ଚାଇନା ଟାଉନ୍ (China Town) ଅଞ୍ଚଳରେ ସେହି ବ୍ୟକ୍ତିଙ୍କ ଦ୍ୱାରା ଚୀନ୍ ପକ୍ଷରୁ ଏକ ଗୁପ୍ତ ପୋଲିସ ଥାନା ପରିଚାଳନା କରୁଥିବାର ଅଭିଯୋଗ ହୋଇଥିଲା। ବ୍ରୁକଲିନ୍ (Brooklyn) ସ୍ଥିତ ସଂଘୀୟ ସରକାରୀ ଓକିଲ (Federal Prosecutor) କହିଛନ୍ତି ଯେ ୬୪ ବର୍ଷୀୟ ଲୁ ଜିଆନୱାଙ୍ଗ (Lu Jianwang) ଗତ ୨୦୨୨ ରେ ଏହି କଥିତ ପୋଲିସ ଷ୍ଟେସନ ଖୋଲିବା ସମୟରେ ଆମେରିକୀୟ ଆଟର୍ଣ୍ଣି ଜେନେରାଲ୍ ଙ୍କୁ ଜଣାଇବା ଉଚିତ ଥିଲା ଯେ ସେ ଜଣେ ଚୀନ୍ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି।
ବ୍ରୁକଲିନ୍ ଫେଡେରାଲ୍ କୋର୍ଟରେ ପ୍ରାୟ ଏକ ସପ୍ତାହ ଧରି ବିଚାର ଚାଲିବା ପରେ, ବିଚାରପତି ଲୁ ଜିଆନୱାଙ୍ଗ ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ଏବେ ସର୍ବାଧିକ ୩୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାର ରାୟ ଆସିବା ପରେ ସଂଘୀୟ ତଦନ୍ତ ବ୍ୟୁରୋ (ଏଫବିଆଇ) ସହାୟକ ନିର୍ଦ୍ଦେଶକ ଜେମ୍ସ ବାର୍ନାକେଲ କହିଛନ୍ତି, ବୁଧବାର କୋର୍ଟ ଦେଇଥିବା ରାୟ ଅନ୍ୟ ବିଦେଶୀ ଗୁପ୍ତଚରଙ୍କୁ ଏକ ବାର୍ତ୍ତା ପଠାଉଛି ଯେ ଏଫବିଆଇ ଶତ୍ରୁ ରାଷ୍ଟ୍ର ଦ୍ୱାରା ହେଉଥିବା ଗୁପ୍ତ କାର୍ଯ୍ୟକଳାପକୁ ପର୍ଦ୍ଦାଫାଶ ଏବଂ ଏହାକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଚୀନୀ ସୁନ୍ଦରୀ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍
ଗତ ୬ ତାରିଖରେ ତାଙ୍କ ପ୍ରାରମ୍ଭିକ ଯୁକ୍ତିରେ ସରକାରୀ ଓକିଲ (Public Prosecutor) ଲିଣ୍ଡସେ ଓକାନ କହିଥିଲେ ଯେ ଲୁ ଜିଆନୱାଙ୍ଗ ବର୍ତ୍ତମାନ ଜଣେ ଆମେରିକୀୟ ନାଗରିକ ହୋଇ ଚୀନ୍ ଆଇନ ପ୍ରବର୍ତ୍ତନ ସଂସ୍ଥା ସହିତ ସମ୍ପର୍କ ରଖିଥିଲା। ସେ କହିଥିଲେ ଯେ ଗତ ୨୦୨୨ ରେ ଚୀନ୍ ଗସ୍ତ ସମୟରେ ଚୀନୀ ଅଧିକାରୀ ତାଙ୍କୁ ଆମେରିକାରେ ପୋଲିସ ଷ୍ଟେସନ୍ ଖୋଲିବାର ଦାୟିତ୍ୱ ଦେଇଥିଲେ। ଓକାନ କହିଛନ୍ତି ଯେ ଲୁ ଚାଇନା ଟାଉନ ଅଞ୍ଚଳରେ ଏକ ଅଫିସ ବିଲ୍ଡିଂ ମଧ୍ୟରେ ଏହି କଥିତ ପୋଲିସ କେନ୍ଦ୍ର ପରିଚାଳନା କରୁଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯିଏପ୍ରାରମ୍ଭରେ ସେ ନ୍ୟୁୟର୍କରେ ରହୁଥିବା ଚୀନ୍ ନାଗରିକଙ୍କୁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ନବୀକରଣ କରିବାରେ ସାହାଯ୍ୟ କରିଥିଲେ। ଆମେରିକା ସରକାରଙ୍କୁ ନ ଜଣାଇ ଏପରି କାମ କରିବା ମଧ୍ୟ ଏକ ଅପରାଧ ବୋଲି ବିବେଚନା କରାଯାଏ। ଲୁ ଜିଆନୱାଙ୍ଗଙ୍କ ସହିତ ଗିରଫ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ଚେନ୍ ଜିନପିଙ୍ଗ (Chen Jinping) ଗତ ୨୦୨୪ ରେ ଏକ ଅଣପଞ୍ଜିକୃତ ଚୀନ୍ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ନେଇ ସ୍ୱୀକାର କରିଥିଲେ। ଯିଏ ପରେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଅଭିଯୋଗକୁ ମିଥ୍ୟା କହିଲା ଚୀନ୍
ଚୀନ ସରକାର ଏହି ମାମଲାରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଛି। ଏହା ଚୀନ୍ର ପ୍ରତିଛବିକୁ ଖରାପ କରିବା ପାଇଁ ଏକ ପ୍ରୟାସ ବୋଲି କହିଛି। ବେଜିଂ କହିଛି ଯେ ଚୀନ ବାହାରେ କିଛି କେନ୍ଦ୍ର ସ୍ଥାନୀୟ ସ୍ୱେଚ୍ଛାସେବକଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଚୀନ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହୋଇନଥାଏ। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ବିଦେଶରେ ରହୁଥିବା ଚୀନ ନାଗରିକଙ୍କୁ ଦସ୍ତାବିଜ ନବୀକରଣ ଭଳି ସେବାରେ ସାହାଯ୍ୟ କରିବା।

Related Topics
Explore more stories