Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦକ୍ଷିଣ ଚୀନ୍ ସାଗରରେ ରହସ୍ୟମୟ ଦୁର୍ଘଟଣା; ଆମେରିକାର ହେଲିକପ୍ଟର ଓ ଯୁଦ୍ଧ ବିମାନକୁ କିଏ ଖସାଇଲା ?

International

US Navy / ଦକ୍ଷିଣ ଚୀନ୍ ସାଗରରେ ରହସ୍ୟମୟ ଦୁର୍ଘଟଣା; ଆମେରିକାର ହେଲିକପ୍ଟର ଓ ଯୁଦ୍ଧ ବିମାନକୁ କିଏ ଖସାଇଲା ?

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଦକ୍ଷିଣ ଚୀନ୍ ସାଗରରେ ରହସ୍ୟମୟ ଦୁର୍ଘଟଣା; ଆମେରିକାର ହେଲିକପ୍ଟର ଓ ଯୁଦ୍ଧ ବିମାନକୁ  କିଏ ଖସାଇଲା ?

Key Points

ଦକ୍ଷିଣ ଚୀନ ସାଗରରେ ଆମେରିକା ନୌସେନାକୁ ଝଟ୍‌କା ଲାଗିଛି । ମାତ୍ର ଅଧ ଘଣ୍ଟା ଭିତରେ ଆମେରିକା ନୌସେନାର ହେଲିକପ୍ଟର ଓ ଯୁଦ୍ଧ ବିମାନ କ୍ରାଶ୍ ହୋଇଛି ।

ନୂଆଦିଲ୍ଲୀ: ଅଧ ଘଣ୍ଟା... କ୍ରାଶ୍ ହୋଇଗଲା ଆମେରିକାର ହେଲିକପ୍ଟର ଓ ଯୁଦ୍ଧ ବିମାନ । ଦକ୍ଷିଣ ଚୀନ ସାଗରରେ ଆମେରିକା ନୌସେନାକୁ ଝଟ୍‌କା ଲାଗିଛି । ମାତ୍ର ଅଧ ଘଣ୍ଟା ଭିତରେ ଆମେରିକା ନୌସେନାର ହେଲିକପ୍ଟର ଓ ଯୁଦ୍ଧ ବିମାନ କ୍ରାଶ୍ ହୋଇଛି । ଯାହାକୁ ନେଇ ୱାଶିଂଟନ୍ କହିଛି, "ରବିବାର ନିୟମିତ ଅପରେସନ୍ ସମୟରେ ଏହି ଦୁର୍ଘଟଣା ହୋଇଛି ।"

ହେଲିକପ୍ଟର ଓ ଯୁଦ୍ଧ ବିମାନ କ୍ରାଶ୍ ହୋଇଥିବା ବେଳେ ସମୟ ପୂର୍ବରୁ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆମେରିକା ପକ୍ଷରୁ କୁହାଯାଇଛି, ଦକ୍ଷିଣ ଚୀନ ସାଗରରେ MH-60R ହକ୍ ହେଲିକପ୍ଟର କ୍ରାଶ୍ ହୋଇଛି । ଯାହାକୁ 'ବ୍ୟାଟେଲ୍ କ୍ୟାଟ୍ସ' ନାମରେ ମଧ୍ୟ ଜଣାଯାଏ ।

ଏଥିସହ ପଢ଼ନ୍ତୁ: ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ; କଏଦୀଙ୍କ ଆକ୍ରମଣରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୪ ୱାର୍ଡର ଆହତ

ସୋସିଆଲ୍ ମିଡିଆରେ ଆମେରିକା ଜାରି କରିଥିବା ବୟାନ ଅନୁସାରେ, ଏହି ଦୁର୍ଘଟଣା ଦକ୍ଷିଣ ଚୀନ ସାଗରରେ ହୋଇଛି । ଅକ୍ଟୋବର ୨୬ ତାରିଖ ସ୍ଥାନୀୟ ସମୟ ଦିନ ୨ଟା ୪୫ ମିନିଟ୍ ସମୟରେ କ୍ରାଶ୍ ହୋଇଛି ହକ୍ ହେଲିକପ୍ଟର । ଏୟାରକ୍ରାଫ୍ଟ କ୍ଯାରିୟର ୟୁଏସଏସ ନିମିତଜ୍‌ରୁ ଉଡ଼ାଣ ଭରିଥିଲା ହକ୍ ହେଲିକପ୍ଟର । ସେଥିରେ ଥିବା ସମସ୍ତ ୩ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।



ହେଲିକପ୍ଟର କ୍ରାଶର ପ୍ରାୟ ଅଧ ଘଣ୍ଟା ପରେ ଏକ ଯୁଦ୍ଧ ବିମାନ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି । ଯୁଦ୍ଧ ବିମାନ ବନ୍ଧ ସମାନ ଏୟାରକ୍ରାଫ୍ଟ କ୍ୟାରିୟରରୁ ଉଡ଼ାଣ ଭରିବାର କିଛି ସମୟ ପରେ ସମୁଦ୍ରକୁ ଖସି ପଡ଼ିଥିଲା । ଆମେରିକା ଅନୁସାରେ, ବୋଇଂ F/A-18F ସୁପର୍ ହର୍ଣ୍ଣେଟ୍ ବିମାନ ଉଡ଼ାଣର କିଛି ସମୟ ପରେ ସମୁଦ୍ର ଗର୍ଭକୁ ଖସି ପଡ଼ିଛି । ସେଥିରେ ଥିବା ୨ କ୍ରିଉ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରତିରକ୍ଷା ସଚିବ ପେଟେ ହେୁସେଥ୍ ଏସୀୟ ରାଷ୍ଟ୍ର ଗସ୍ତରେ ଆସିଥିବା ବେଳେ ଦକ୍ଷୀଣ ଚୀନ ସାଗରରେ ଏସବୁ ଘଟି ଚାଲିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ବର୍ଷ ଆରମ୍ଭରେ ମଧ୍ୟ ଏସିଆ ଅପରେସନ୍‌ର ସାମିଲ୍ ଏକ ଆମେରିକୀୟ ବିମାନ କ୍ରାଶ୍ ହୋଇ ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored
US Navy Helicopter and Fighter Jet Crash in South China Sea | Argus News | Argus News