Crime In Odisha / ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ; କଏଦୀଙ୍କ ଆକ୍ରମଣରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୪ ୱାର୍ଡର ଆହତ
·8 months ago·2 min read

Key Points
ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲ୍ରେ କଏଦୀଙ୍କ ସଂଘର୍ଷରେ ଆହତ ହୋଇଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ।
ନୟାଗଡ଼: ଜେଲ୍ରେ ଗ୍ୟାଙ୍ଗ ୱାର । ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ୪ ୱାର୍ଡର ଆହତ । ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲ୍ରେ କଏଦୀଙ୍କ ସଂଘର୍ଷରେ ଆହତ ହୋଇଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ।
କୌଣସି କାରଣକୁ ନେଇ ହଠାତ୍ ଜେଲ୍ରେ ଥିବା କଏଦୀଙ୍କ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । କଏଦୀ ୨ ଗୋଷ୍ଠୀ ହାତାହାତି ହୋଇଥିବା ବେଳେ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଜେଲ୍ ଅଧୀକ୍ଷକ ଓ ୱାର୍ଡର । ସଂଘର୍ଷ ଶାନ୍ତ କରିବାକୁ ଯାଇ ଜେଲ୍ ଅଧୀକ୍ଷକଙ୍କ ସହ ୪ ଜଣ ୱାର୍ଡର ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ମୁହାଁ ମୋନ୍ଥା, ୧୩ କିଲୋମିଟର ବେଗରେ ଗତି କରୁଛି ବାତ୍ୟା
କଏଦୀଙ୍କ ୨ ଗୋଷ୍ଠୀ ମୁହାଁମୁହିଁରେ ଏକାଧିକ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଜେଲ୍ ପରିସରରେ ଗୋଷ୍ଠୀ ସଂଘର୍ଷର ନେଇ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲ୍ ଅଧୀକ୍ଷକ ବାବୁଲି ବାରିକ । ଏତଲା ପରେ ଜେଲ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ନୟାଗଡ଼ ସଦର ଥାନା ପୋଲିସ ।
ଏହା ପୂର୍ବରୁ ଦଶହରା ରାତିରେ କଟକ ଚୌଦ୍ଵାର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିଲେ ୨ ବିହାରୀ କଏଦୀ । କଏଦୀ ଫେରାର୍ ଘଟଣା ତଦନ୍ତ ପରେ ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଡିଆଇଜି । ରିପୋର୍ଟରେ ଅଧୀକ୍ଷକ ଓ ଜେଲରଙ୍କ ଅବହେଳା କଥା ରିପୋର୍ଟରେ କୁହାଯାଇଥିବା ସୂଚନା ମିଳିଛି ।
ଚୌଦ୍ଵାର ମଣ୍ଡଳ କାରାଗାରରୁ ଦୁଇ କୁଖ୍ୟାତ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଖସି ପଳାଇବା ପରେ ପୋଲିସ ଛାନଭିନ୍ ଜାରି ରଖିଛି । କଏଦୀ କେଉଁ ପରିସ୍ଥିତିରେ କିଭଳି ଖସିଗଲା ଏହାର ତଦନ୍ତ ଦାୟିତ୍ଵ ଡିଆଇଜି ଅନସୂୟା ଜେନାଙ୍କୁ ଦିଆଯାଇଥିଲା ।
ଏଥିସହ ପଢ଼ନ୍ତୁ: ଚୌଦ୍ଵାର ଜେଲ୍ରୁ କିଭଳି ଖସିଗଲେ ଦୁଇ ବିହାରୀ କଏଦୀ ? ତଦନ୍ତ ରିପୋର୍ଟରେ ଏମାନଙ୍କୁ ଦାୟୀ କଲେ ଡିଆଇଜି
ଏବେ ଡିଆଇଜି ଅନସୂୟା ଜେନା ତଦନ୍ତ ରିପୋର୍ଟ ଦେଇଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ କଏଦୀ ଫେରାର ଘଟଣାରେ ଜେଲ୍ ଅଧୀକ୍ଷକ ଓ ଜେଲର୍ଙ୍କ ଅବହେଳା ରହିଛି । ଚୌଦ୍ଵାର ଜେଲ୍ରେ ଜେଲ୍ ଡିଆଇଜି ୮ଟି ଦିଗକୁ ନେଇ ତଦନ୍ତ କରିଥିବା ବେଳେ ସାମ୍ନାକୁ ଆସିଛି ବେଶ ରୋଚକ ତଥ୍ୟ ।
କଡ଼ା ସୁରକ୍ଷା ଭେଦି ଦଶହରା ରାତିରେ ଚମ୍ପଟ୍ ମାରିଥିବା ୨ କୁଖ୍ୟାତ ଅପରାଧୀ ୪ ଓ ୭ନମ୍ବର ସେଲ୍ରେ ରହୁଥିଲେ । ୭ନମ୍ବର ସେଲ୍ର ସିସିଟିଭିକୁ ବୁଲାଇ ଦିଆଯାଇଥିବା ବେଳେ ୪ ନମ୍ବର ସେଲ୍ ସିସିଟିଭିକୁ ଅଭିଯୁକ୍ତ କପଡ଼ା ପକାଇ ଘୋଡ଼ାଇ ଦେଉଥିବା ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: