Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆମେରିକାର ବଡ଼ ନିଷ୍ପତ୍ତି; କରୋନା ପରେ ପ୍ରଥମଥର ସ୍ଵାଧୀନତା ଦିବସ ପରେଡ୍ ବାତିଲ୍

International

US Independence Day Parade / ଆମେରିକାର ବଡ଼ ନିଷ୍ପତ୍ତି; କରୋନା ପରେ ପ୍ରଥମଥର ସ୍ଵାଧୀନତା ଦିବସ ପରେଡ୍ ବାତିଲ୍

Argus News
Browse all articles by Argus News
·1 hour ago·2 min read
ଆମେରିକାର ବଡ଼ ନିଷ୍ପତ୍ତି; କରୋନା ପରେ ପ୍ରଥମଥର ସ୍ଵାଧୀନତା ଦିବସ ପରେଡ୍ ବାତିଲ୍
Washington DC Cancels July 4 Parade

Key Points

ଶନିବାର ସକାଳେ ହେବାକୁ ଥିବା ସ୍ଵାଧୀନତା ଦିବସ ପରେଡ୍‌କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବାତିଲ୍ କରି ଦିଆଯାଇଛି । ନ୍ୟାସନାଲ୍ ୱେଦର ସର୍ଭିସ୍ ୱାଶିଂଟନ ଡି.ସି. ପାଇଁ ଭୀଷଣ ଗରମ ଆଲର୍ଟ ଜାରି କରାଯାଇଛି ।
ନୂଆଦିଲ୍ଲୀ: ଜୁଲାଇ ୪ ତାରିଖ । ଆମେରିକା ପାଳୁଛି ୨୫୦ତମ ସ୍ଵାଧୀନତା ଦିବସ । କିନ୍ତୁ ମହାମାରୀ କରୋନା ପରେ ପ୍ରଥମଥର ପାଇଁ ଆମେରିକା ସ୍ଵାଧୀନତା ଦିବସ ପରେଡ୍‌କୁ ବାତିଲ୍ କରି ଦେଇଛି । ଏହାର କାରଣ ହେଉଛି ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଲୁ ।

ପୂର୍ବ ଆମେରିକାର ଅନେକ ରାଜ୍ୟରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି । ସ୍ଥିତି ଏଭଳି ହୋଇଛି ଯେ ଏବେ ଆମେରିକାର ପ୍ରାୟ ୧୬ କୋଟି ଲୋକ ଭୀଷଣ ଗରମ ଓ ଲୁ ସହ ସଂଘର୍ଷ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ଭାରତ ଭଳି ଜଳୁଛି ଫ୍ରାନ୍ସ; ୟୁରୋପରେ ୪ ଦିନରେ ହଜାରେ ମୃତ୍ୟୁ ପରେ ବୈଜ୍ଞାନିକଙ୍କ ବଡ଼ ଚେତାବନୀ 

ୱାଶିଂଟନ୍ ଡିସିର ନ୍ୟାସନାଲ୍ ମଲ୍‌ରେ ଆୟୋଜିତ ହେବାକୁ ଥିବା ଗ୍ରେଟ୍ ଆମେରିକାନ ଷ୍ଟେଟ କେୟାରକୁ ପ୍ରଚଣ୍ଡ ଗରମ ପାଇଁ ବନ୍ଦ କରିଦିଆ ଯାଇଛି । କାର୍ଯ୍ୟକ୍ରମ ସମୟରେ ଅନେକ ଲୋକଙ୍କ ସ୍ଵାସ୍ଥ୍ୟ ଖରାପ ହୋଇ ପଡ଼ିଥିଲା ।

ଜଣେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାରାମେଡିକ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଆୟୋଜକଙ୍କ ଅନୁସାରେ, ଅନେକ ଲୋକଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି ।

ଏଥିସହ ଶନିବାର ସକାଳେ ହେବାକୁ ଥିବା ସ୍ଵାଧୀନତା ଦିବସ ପରେଡ୍‌କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବାତିଲ୍ କରି ଦିଆଯାଇଛି । ନ୍ୟାସନାଲ୍ ୱେଦର ସର୍ଭିସ୍ ୱାଶିଂଟନ ଡି.ସି. ପାଇଁ ଭୀଷଣ ଗରମ ଆଲର୍ଟ ଜାରି କରାଯାଇଛି । ତାପମାତ୍ରା ୪୩.୩ ଡିଗ୍ରୀ ସେଲସିୟସ୍‌ରୁ ନେଇ ୪୬.୧ ଡିଗ୍ରୀ ସେଲସିୟସ୍ ରହିବା ଆକଳନ କରାଯାଇଛି ।

ଗରମ ପାଇଁ ପ୍ରଥମଥର ପରେଡ୍ ବାତିଲ୍

ମାର୍ଚ୍ଚିଂ ବ୍ୟାଣ୍ଡ ସଦସ୍ୟ, ସେନା ୟୁନିଟ୍ ଓ ଦର୍ଶକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଆୟୋଜକ ସ୍ଵାଧୀନତା ଦିବସ ପରେଡ୍ ବାତିଲ୍ କରି ଦେଇଛନ୍ତି । ଓଜନିଆ ବର୍ଦ୍ଦି ପିନ୍ଧି ପରେଡ୍‌ରେ ଛିଡ଼ା ହେବା ଦ୍ଵାରା ଅଂଶୁଘାତ ହେବାର ଆଶଙ୍କା ରହିଥିଲା ।

ଏଥିସହ ପଢ଼ନ୍ତୁ: ବିଏଲଏ ଆକ୍ରମଣରେ କମ୍ପିଉଠିଲା ପାକିସ୍ତାନ ତଟରକ୍ଷୀ ବାହିନୀ ଶିବିର; ଟଳିପଡ଼ିଲେ ୩୦ ସୈନ୍ୟ 

ତେବେ ପ୍ରଥମଥର ପାଇଁ ସ୍ଵାଧୀନତା ଦିବସ ପରେଡ୍ ଆମେରିକା ବାତିଲ୍ କରି ନାହିଁ । ପୂର୍ବରୁ ଜାତୀୟ ଓ ବୈଶ୍ଵିକ ସ୍ତରରେ ବଡ଼ ବିପର୍ଯ୍ୟୟ ପାଇଁ ପରେଡ୍‌ରେ ପରିବର୍ତ୍ତନ ସହ ସଂଖ୍ୟା ହ୍ରାସ୍ କିମ୍ବା ବାତିଲ୍ କରାଯାଇଥାଏ । ଏବେ ପ୍ରଥମଥର ପାଇଁ ଭୀଷଣ ଗରମ ପାଇଁ ପରେଡ୍ ବାତିଲ୍ ହୋଇଛି ।

୨୦୨୦ ଓ ୨୦୨୧ରେ ମହାମାରୀ କୋଭିଡ୍ ପାଇଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଵାଧୀନତା ଦିବସ ପରେଡ୍ ବାତିଲ୍ ହୋଇଥିଲା । ଏପରିକି ଭର୍ଚୁଆଲ୍ ମୋଡ୍‌ରେ ଅନେକ ପ୍ରତିବନ୍ଧକ ଲଗାଯାଇ ଆୟୋଜନ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored