Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପେଟ୍ରୋଲ-ଡିଜେଲ୍‌ରୁ ନେଇ LPG ପର୍ଯ୍ୟନ୍ତ; ଆମେରିକା-ଇରାନ ଡିଲ୍‌ରୁ ଭାରତକୁ ମିଳିବ ୫ ବଡ଼ ଲାଭ

International

Big Relief for India / ପେଟ୍ରୋଲ-ଡିଜେଲ୍‌ରୁ ନେଇ LPG ପର୍ଯ୍ୟନ୍ତ; ଆମେରିକା-ଇରାନ ଡିଲ୍‌ରୁ ଭାରତକୁ ମିଳିବ ୫ ବଡ଼ ଲାଭ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପେଟ୍ରୋଲ-ଡିଜେଲ୍‌ରୁ ନେଇ LPG ପର୍ଯ୍ୟନ୍ତ; ଆମେରିକା-ଇରାନ ଡିଲ୍‌ରୁ ଭାରତକୁ ମିଳିବ ୫ ବଡ଼ ଲାଭ
Oil Prices Fall After US-Iran Deal

Key Points

ଆମେରିକା-ଇରାନ ଶାନ୍ତି ଚୁକ୍ତି ସହ ଭାରତ ପାଇଁ ଅନେକ ଆଶ୍ଵସ୍ତି ଆଣିଛି । ଫେବ୍ରୁଆରୀ ୨୮ରେ ଇରାନ ଉପରେ ଆମେରିକା, ଇସ୍ରାଏଲ୍‌ର ଆକ୍ରମଣ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି କରିଥିଲା ।
ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ଥମିଛି । ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି ଶାନ୍ତି ଚୁକ୍ତିକୁ ନେଇ । ଏଥିସହ ପଶ୍ଚିମ ଏସିଆରେ ଦୀର୍ଘ ଦିନରୁ ବନ୍ଦ ରହିଥିବା ହର୍ମୁଜ ପ୍ରଣାଳୀରୁ ଆମେରିକା ଘେରାବନ୍ଦୀ ହଟାଇବା ସହ ଖୋଲିବାକୁ ଅନୁମତି ଦେଇଛି । ଆମେରିକା-ଇରାନ ଶାନ୍ତି ଚୁକ୍ତି ସହ ଭାରତ ପାଇଁ ଅନେକ ଆଶ୍ଵସ୍ତି ଆଣିଛି ।

ଫେବ୍ରୁଆରୀ ୨୮ରେ ଇରାନ ଉପରେ ଆମେରିକା, ଇସ୍ରାଏଲ୍‌ର ଆକ୍ରମଣ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି କରିଥିଲା । ଆଉ ବିଶ୍ଵରେ ଖେଳାଇ ଦେଇଥିଲା ଆତଙ୍କ । ଯୁଦ୍ଧ ପାଇଁ ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାରୁ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଫଳରେ ବିଭିନ୍ନ ଦେଶରେ ପେଟ୍ରୋଲ୍, ଡିଜେଲ୍ ଦର ବଢ଼ିଥିଲା ।

ଏଥିସହ ପଢ଼ନ୍ତୁ: ଆମେରିକା ସହ ୧୦୭ ଦିନର ଯୁଦ୍ଧ; ଶାନ୍ତି ଚୁକ୍ତିରେ ଇରାନକୁ ମିଳିଲା କ'ଣ ? 

ଏବେ ଶାନ୍ତି ଚୁକ୍ତି ଫଳରେ ହର୍ମୁଜ ଖୋଲିବାକୁ ଯାଉଛି । ଫଳରେ ଅଶୋଧିତ ତୈଳଦର ଖସିବା ସହ ଯୋଗାଣ ସ୍ଵାଭାବିକ ହେବ । ଯାହା ଭାରତ ପାଇଁ ଆର୍ଥିକ ଓ ରଣନୀତିକ ଭାବେ ଫଳଦାୟୀ ହେବ । ଭାରତକୁ ମିଳିବ ୫ ବଡ଼ ଫାଇଦା ।

ତୈଳ-ଗ୍ୟାସ୍ ସଂକଟ କମିବ

ଆମେରିକା-ଇରାନ ଡିଲ୍‌ର ପ୍ରଭାବ ସୋମବାର ଅନ୍ତର୍ଜାତୀୟ ଜାରରେ ଦେଖିବାକୁ ମିଳିଛି । ସୋମବାର ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି । ବ୍ରେଣ୍ଟ କ୍ରୁଡ୍ ଅଏଲ୍ ୫ ପ୍ରତିଶତ ଖସି ୮୩ ଡଲାର୍ ପ୍ରତି ବ୍ଯାରେଲ୍‌ରେ କାରବାର କରୁଛି । ଭାରତ, ଇରାନ ସହ ହର୍ମୁଜ ଉପରେ ଅଶୋଧିତ ତୈଳ ଆମଦାନୀ ପାଇଁ ନିର୍ଭର କରେ । ଆବଶ୍ୟକତା ୮୫ ପ୍ରତିଶତ ଏହି ରାସ୍ତାରେ ଯୋଗାଣ ହୋଇଥାଏ । ତେଣୁ ଆଗାମୀ ଦିନରେ ତୈଳ ସହ ଗ୍ୟାସ୍ ସଂକଟ କମ୍ ହେବ ।

ଶସ୍ତା ହେବ ପେଟ୍ରୋଲ୍, ଡିଜେଲ୍

ହର୍ମୁଜ ପ୍ରଣାଳୀ ଖୋଲିବା ଦ୍ଵାରା ତୈଳ ଓ ଗ୍ଯାସ୍ ଯୋଗାଣରେ ସୁଧାର ଆସିବ । ଆମଦାନୀ ବଢ଼ିବ । ଫଳରେ ସଂକଟ କମବା ସହ ଦର ଶସ୍ତା ହେବ । ଆଗକୁ ପେଟ୍ରୋଲ୍-ଡିଜେଲ୍ ସହ ଗ୍ୟାସ୍ ଦର ହ୍ରାସ ପାଇପାରେ । ଯାହା ପ୍ରତିଟି ଭାରତୀୟଙ୍କୁ ଆଶ୍ଵସ୍ତି ଦେବ ।

ସେୟାର୍ ବଜାରରେ ଆସିବ ସ୍ଥିତାବସ୍ଥା

ବୈଶ୍ଵିକ ଅସ୍ଥିରତା, ଯୁଦ୍ଧ, ଭୂ-ରାଜନୈତିକ ସ୍ଥିତି ଆଦି ସେୟାର୍ ବଜାରକୁ ସିଧାସଳଖ ପ୍ରଭାବିତ କରିଥାଏ । ଯାହାର ପ୍ରଭାବ ଭାରତୀୟ ସେୟାର୍ ବଜାରରେ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ । ପ୍ରତିଟି ଯୁଦ୍ଧରେ ଏହାର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟରେ ପଡ଼ିଥାଏ । ଏବେ ଆମେରିକା-ଇରାନ ଶାନ୍ତି ଚୁକ୍ତି ପରେ ସେୟାର୍ ବଜାରରେ ଉତ୍ସାହ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ପୁଣି ହେବ କି ଯୁଦ୍ଧ ? ଇସ୍ରାଏଲକୁ ନାପସନ୍ଦ ଆମେରିକା-ଇରାନର ଶାନ୍ତି ଚୁକ୍ତି 

ମଜଭୁତ୍ ହେବ ମୁଦ୍ରା

ଅଶୋଧିତ ତୈ ଦର କମିବା ଦ୍ଵାରା ଭାରତୀୟ ମୁଦ୍ରାକୁ ଲାଭ ମିଳିବ । ବୈଶ୍ଵିକ ଅସ୍ଥିରତା ଭିତରେ ଆମେରିକୀୟ ଡଲାର୍ ତୁଳନାରେ ଲଗାତାର ଦୁର୍ବଳ ହୋଇଥିବା ଭାରତୀୟ ଟଙ୍କାର ସ୍ଥିତିରେ ସୁଧାର ଆସିବ ।

ପ୍ରବାସୀ ଭାରତୀୟ ଆଶ୍ଵସ୍ଥ

ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଆମଦାନୀ-ରପ୍ତାନୀ ପ୍ରଭାବିତ ହୋଇ ନାହିଁ । ବରଂ ଉପସାଗରୀୟ ଦେଶରେ ରହି ପେଟ ପୋଷୁଥିବା ଲୋକେ ଭାରତୀୟ ସଂକଟରେ ପଡ଼ିଥିଲେ । ପ୍ରାୟ ୯୦ ଲକ୍ଷ ଭାରତୀୟ ଉପସାଗରୀୟ ରାଷ୍ଟ୍ରରେ କାର୍ଯ୍ୟ କରୁଛନ୍ତି । ଏବେ ଶାନ୍ତି ଚୁକ୍ତି ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ରୋଜଗାର ସୁନିଶ୍ଚିତ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored