Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Allies Reject Trump / ଆମେରିକାକୁ ମହଙ୍ଗା ପଡ଼ୁଛି ଇରାନ ଯୁଦ୍ଧ ! ଟ୍ରମ୍ପଙ୍କୁ ବନ୍ଧୁ ରାଷ୍ଟ୍ର କହିଲେ 'ଏହା ଆମ ଯୁଦ୍ଧ ନୁହେଁ'

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଆମେରିକାକୁ ମହଙ୍ଗା ପଡ଼ୁଛି ଇରାନ ଯୁଦ୍ଧ ! ଟ୍ରମ୍ପଙ୍କୁ ବନ୍ଧୁ ରାଷ୍ଟ୍ର କହିଲେ 'ଏହା ଆମ ଯୁଦ୍ଧ ନୁହେଁ'
Global Crisis Deepens

Key Points

ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ୍‌କୁ ଜର୍ମାନୀ, ଇଟାଲୀ, ସ୍ପେନ୍ ସମେତ ଅନେକ ବନ୍ଧୁ ରାଷ୍ଟ୍ର ଅଗ୍ରାହ୍ୟ କରି ଦେଇଛନ୍ତି । ସେମାନଙ୍କ କହିବା କଥା "ଏହି ଯୁଦ୍ଧ ଆମର ନୁହେଁ ।"
ନୂଆଦିଲ୍ଲୀ: ଇରାନ ସହିତ ଆମେରିକା-ଇସ୍ରାଏଲ୍‌ର ସଂଘର୍ଷ ବିଶ୍ଵ ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଅଶୋଧିତ ତୈଳ ପରିବହନ ମାର୍ଗ ହର୍ମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଦେବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇ ପଡ଼ିଛି ।

ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସମସ୍ତଙ୍କ ଲାଗି ଖୋଲା ରଖିବା ପାଇଁ ସହଯୋଗୀ ୟୁକେ, ଜାପାନ, ଅଷ୍ଟ୍ରେଲିଆ ସହ ଚୀନର ସହଯୋଗ ଲୋଡ଼ିଥିଲେ । ଯୁଦ୍ଧ ଜାହାଜ ପଠାଇବା ଲାଗି ନିବେଦନ କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ।

କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ଅପିଲ୍‌କୁ ଜର୍ମାନୀ, ଇଟାଲୀ, ସ୍ପେନ୍ ସମେତ ଅନେକ ବନ୍ଧୁ ରାଷ୍ଟ୍ର ଅଗ୍ରାହ୍ୟ କରି ଦେଇଛନ୍ତି । ସେମାନଙ୍କ କହିବା କଥା "ଏହି ଯୁଦ୍ଧ ଆମର ନୁହେଁ ।" ଯାହାକୁ ନେଇ ଟ୍ରମ୍ପଙ୍କ ଉପରେ ଘରୋଇ ଚାପ ବଢ଼ିବା ସହ ଆମେରିକାର ଆର୍ଥିକ କ୍ଷତି ବଢ଼ି ଚାଲିଛି ।

ଏଥିସହ ପଢ଼ନ୍ତୁ: ଫୋର୍-ଡେ ୱାର୍କିଂ ୱିକ୍'; ଯୁଦ୍ଧ ଭିତରେ ଏହି ସରକାରଙ୍କ ବଡ଼ ଘୋଷଣା

ଅଶୋଧିତ ତୈଳଦର ବୃଦ୍ଧି ପାଉଛି । ୧୮ ଦିନ ଧରି ଯୁଦ୍ଧ ଜାରି ରହିଥିବାରୁ ଆମେରିକା ସୈନ୍ୟ ଶକ୍ତି ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛି । ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଆଗକୁ କ'ଣ ହେବ ଏବଂ ଏହାର ପ୍ରଭାବ ଆମେରିକା ଉପରେ କିଭଳି ରହିବ ।...

ଯୁଦ୍ଧ ଓ ହର୍ମୁଜ ପ୍ରଣାଳୀ

ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଆରମ୍ଭ କରିଥିଲେ । ଇରାନର ପରମାଣୁ କାର୍ଯ୍ୟକ୍ରମ ରୋକିବା ଏବଂ ତୃତୀୟ ବିଶ୍ଵଯୁଦ୍ଧ ଟାଳିବା ପାଇଁ ଏହି ଆକ୍ରମଣ ଆବଶ୍ୟକ ଥିଲା ବୋଲି ଦାବି କରିଥିଲେ ଟ୍ରମ୍ପ ।

ଏହା ପରେ ଇରାନ ପ୍ରତି ଆକ୍ରମଣ ଆରମ୍ଭ କରିଥିଲା । ହର୍ମୁଜ ପ୍ରଣାଳୀକୁ ଡ୍ରୋନ୍‍, ମିସାଇଲ୍ ଦ୍ଵାରା ବନ୍ଦ କରି ଦେଇଥିଲା ଇରାନ । ହର୍ମୁଜ ଦେଇ ଦୁନିଆର ୨୦ ପ୍ରତିଶତ ଅଶୋଧିତ ତୈଳ ଓ LNGର ପରିବହନ ହୋଇଥାଏ । ତୈଳବାହୀ ଜାହାଜ ଉପରେ ଇରାନର ଆକ୍ରମଣ ଫଳରେ ସିପିଂ ବନ୍ଦ ହୋଇଛି । ଫଳରେ ଅଶୋଧିତ ତୈଳ ବ୍ଯାରେଲ୍ ପ୍ରତି ୧୦୦ ଡଲାର୍ ଅତିକ୍ରମ କରିଛି । ଗ୍ଯାସ୍ ଦର ବଢ଼ିବା ସହ ଷ୍ଟକ ମାର୍କେଟ୍ ଖସୁଛି ।

ଯୁଦ୍ଧ ଜାହାଜ ପଠାଇବାକୁ ଟ୍ରମ୍ପଙ୍କ ଅପିଲ୍

ହର୍ମୁଜ ପ୍ରଣାଳୀକୁ ଖୋଲା ରଖିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୭ଟି ଦେଶକୁ ଯୁଦ୍ଧ ଜାହାଜ ପଠାଇବାକୁ ଅପିଲ୍ କରିଥିଲେ । ଯଦିଓ ଟ୍ରମ୍ପ ପ୍ରଥମେ ଦାବି କରିଥିଲେ, "ଆମେରିକାକୁ ଅନ୍ୟ କାହାରି ସାହାଯ୍ୟ ଆବଶ୍ୟକତା ନାହିଁ । ଆମେ ଦୁନିଆର ସବୁଠୁ ଶକ୍ତିଶାଳୀ ସେନା ।"

କିନ୍ତୁ ହର୍ମୁଜ ବନ୍ଦ ହେବା ଫଳରେ ତୈଳ ଯୋଗାଣ ଓ ପରିବହନ ବାଧାପ୍ରାପ୍ତ ହେବା ପରେ ଟ୍ରମ୍ପଙ୍କ ଉପରେ ଚାପ ବଢ଼ିଥିଲା । ଯାହାପରେ ୟୁରୋପୀୟ ଦେଶ, ଏସିଆର ସହଯୋଗୀ ସହ ଚୀନ-ଜାପାନକୁ ଯୁଦ୍ଧ ଜାହାଜ ପଠାଇବାକୁ ଅପିଲ୍ କରିଥିଲେ ଟ୍ରମ୍ପ ।

ଏପରିକି ତୈଳ ଆମଦାନୀ କରୁଥିବା ଦେଶ ନିଜେ ନିଜର ସୁରକ୍ଷା କରିବା ଦରକାର ବୋଲି କହିଥିଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇ କହିଥିଲେ, "ମନେ ରଖ କିଛି ଦେଶର ଭବିଷ୍ୟତ ଅନ୍ଧାର ହୋଇଯିବ ।" ଏହା ପରେ ମାର୍ଚ୍ଚ ୧୬ରେ ଟ୍ରମ୍ପ ପୁଣି କହିଥିଲେ- କିଛି ଦେଶ ସାହାଯ୍ୟ ପାଇଁ ରାସ୍ତାରେ ଅଛନ୍ତି, କିଛି ପହଞ୍ଚି ସାରିଛନ୍ତି । କିନ୍ତୁ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ ।

ଏଥିସହ ପଢ଼ନ୍ତୁ: କାହିଁକି ନୀରବିଗଲା ସାଉଦି ଆରବର ରମଜାନ ତୋପ? କ'ଣ ରହିଛି ଏହାର ଇତିହାସ?

ବନ୍ଧୁ ରାଷ୍ଟ୍ର କ'ଣ କହିଲେ ?

ଆମେରିକାର ଅଧିକାଂଶ ସହଯୋଗୀ ରାଷ୍ଟ୍ର ସଫା ସଫା ଯୁଦ୍ଧ ଜାହାଜ ପଠାଇବାକୁ ମନା କରି ଦେଇଛନ୍ତି । ଜର୍ମାନୀର ପ୍ରତିରକ୍ଷା ମନ୍ତ୍ରୀ ବୋରିସ ପିଷ୍ଟୋରିୟସ୍ କହିଛନ୍ତି, "ଆମେରିକୀୟ ନୌସେନା ଯାହା କରି ନପାରିଲା ୟୁରୋପ କଣ କରିବ ? ଏହା ଆମର ଯୁଦ୍ଧ ନୁହେଁ, ଆମେ ଆରମ୍ଭ କରି ନାହୁଁ । ଯୁଦ୍ଧ ଆରମ୍ଭ ପୂର୍ବରୁ ଆମେରିକା ପରାମର୍ଶ ନେଇ ନଥିଲା କି ୟୁରୋପକୁ ସାହାଯ୍ୟ ମାଗି ନଥିଲା ।"

ସେହିଭଳି ଇଟାଲିର ଉପ ପ୍ରଧାନମନ୍ତ୍ରୀ ମାଟିୟୋ କହିଛନ୍ତି, "ଇଟାଲି କୌଣସି ଯୁଦ୍ଧ ଲଢ଼ୁ ନାହିଁ । ଯୁଦ୍ଧ କ୍ଷେତ୍ରକୁ ଜାହାଜ ପଠାଇବା ଅର୍ଥ ଯୁଦ୍ଧକୁ ଡେଇଁବା ।" ସ୍ପେନ୍‍, ପୋଲାଣ୍ଡ, ସ୍ଵିଡେନ୍, ଅଷ୍ଟ୍ରେଲିଆ, ଜାପାନ ମଧ୍ୟ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ୟୁକେ ଓ ଡେନମାର୍କ ବିଚାର କରୁଥିବା ପୂର୍ଣ୍ଣ ସୈନ୍ୟ ଅଭିଯାନ ଠାରୁ ଦୂରେଇ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allies Refuse Trump’s Call as Iran War Turns Costly for US | Argus News | Argus News