xAI Grok Elon Musk / ଟ୍ରମ୍ପ ସରକାରଙ୍କ ସ୍ୱୀକାରୋକ୍ତି: ଯୁଦ୍ଧରେ ବ୍ୟବହୃତ ହୋଇଛି 'ଏକ୍ସ ଏଆଇ ଟୁଲ୍ ଗ୍ରକ୍'
·1 hour ago·3 min read

Key Points
ଆମେରିକୀୟ ସେନା ସ୍ୱୀକାର କରିଛି ଯେ ଇରାନ ଯୁଦ୍ଧ ସମୟରେ ମାତ୍ର ୯୬ ଘଣ୍ଟା ମଧ୍ୟରେ ୨୦୦୦ ଲକ୍ଷ୍ୟସ୍ଥଳରେ ୨ ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବାରେ AI Tool ସାହାଯ୍ୟ ନିଆ ଯାଇଥିଲା।
Trump govts big confession amid war: ଇରାନ ସହ ହୋଇଥିବା ଯୁଦ୍ଧ ବେଳେ ବ୍ୟବହୃତ ହୋଇଥିଲା "ଏକ୍ସ ଏଆଇ ଟୁଲ୍"। ଆଉ ଏକଥା ନିଜେ ସ୍ୱୀକାର କରିଛି ଟ୍ରମ୍ପ ପ୍ରଶାସନ। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି, ଏଲୋନ ମସ୍କଙ୍କ ଦ୍ୱାରା ପରିଚାଳିତ "ଏକ୍ସ ଏଆଇ ଟୁଲ୍", (xAI Tool) "ଗ୍ରୋକ୍" (xAI Grok) ଇରାନ ବିରୋଧରେ ଆକ୍ରମଣ ସମୟରେ ବ୍ୟବହୃତ ହୋଇଥିଲା। ଏ ସମ୍ପର୍କରେ ଆମେରିକା ସରକାର ଏକ ଆଇନଗତ ଦଲିଲରେ କହିଛନ୍ତି। ବୁଧବାର (ଜୁନ୍ ୧୫) ଦାଖଲ ହୋଇଥିବା ଏହି ଦଲିଲରେ ଏଲୋନ ମସ୍କଙ୍କ କମ୍ପାନୀ, "ଏକ୍ସ ଏଆଇ" (xAI) ଡାଟା ସେଣ୍ଟର ଠାରେ ବ୍ୟବହୃତ ଗ୍ୟାସ ଟର୍ବାଇନ୍କୁ ସୁରକ୍ଷା ଦେଇଛନ୍ତି ସରକାର। ଏହି ଟର୍ବାଇନ ବିରୋଧରେ ପରିବେଶକୁ କ୍ଷତି ପହଞ୍ଚାଉଥିବା ନେଇ ଆଇନଗତ ଲଢେଇ ଚାଲିଛି। ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧିନ ପ୍ରଶାସନ ଏଲୋନ ମସ୍କଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଯାଇଛି। ଏଲୋନ ମସ୍କଙ୍କ ଏଆଇ ଉପକରଣର ଆବଶ୍ୟକତା ପ୍ରମାଣ କରିବା ପାଇଁ ପ୍ରମାଣ ସ୍ୱରୂପ, ଟ୍ରମ୍ପ ପ୍ରଶାସନ ଇରାନ ବିରୋଧରେ ହୋଇଥିବା ଆକ୍ରମଣରେ ଏହାର ବ୍ୟବହାରକୁ ଉଲ୍ଲେଖ କରିଛି।
ଏନେଇ କ'ଣ କହିଲେ ଟ୍ରମ୍ପ ସରକାର?
ଏହି ଦଲିଲରେ, ଆମେରିକୀୟ ନ୍ୟାୟ ବିଭାଗ କହିଛି ଯେ "ଏକ୍ସ ଏଆଇ" ବିରୋଧରେ ଚାଲିଥିବା ଆଇନଗତ ଲଢେଇ ଆମେରିକାର ଜାତୀୟ, ଅର୍ଥନୈତିକ ଏବଂ ଶକ୍ତି ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି। ଏହି ମାମଲା ଏଆଇ-ସମ୍ବନ୍ଧୀୟ ନବସୃଜନ (Innovation) କୁ ଶକ୍ତି ଦେଉଥିବା ଏବଂ ଆମେରିକୀୟ ସାମରିକ ଅଭିଯାନକୁ ସମର୍ଥନ କରୁଥିବା ବିଦ୍ୟୁତ ଯୋଗାଣକୁ ବନ୍ଦ କରିବାକୁ ଚାହୁଁଛି।
ସେମାନଙ୍କ ଯୁକ୍ତିକୁ ଆହୁରି ଦୃଢ଼ କରିବା ପାଇଁ, ଟ୍ରମ୍ପ ସରକାରଙ୍କ ଓକିଲ ପେଣ୍ଟାଗନ ଏଆଇ (Pentagon AI) ମୁଖ୍ୟ କ୍ୟାମେରନ ଷ୍ଟାନଲିଙ୍କ ସାକ୍ଷ୍ୟ ଉପସ୍ଥାପନ କରିଥିଲେ। ସେ ଶପଥ ଗ୍ରହଣ କରି ସାକ୍ଷ୍ୟ ଦେଇଥିଲେ ଯେ "ପ୍ରୋଜେକ୍ଟ ମାଭେନ" (US Army Project Maven) ଅଧିନରେ "ଏଆଇ ଟୁଲ୍ ଗ୍ରୋକ୍" (AI Tool Grok) ପୂର୍ବରୁ ବ୍ୟବହୃତ ହେଉଛି। ପ୍ରୋଜେକ୍ଟ ମାଭେନ୍ ହେଉଛି ଆମେରିକୀୟ ସାମରିକ ବାହିନୀର ଏଆଇ ସକ୍ଷମ ଲକ୍ଷ୍ୟ ଚୟନ କାର୍ଯ୍ୟକ୍ରମ (US Army AI-equipped target selection program)। ପ୍ରାରମ୍ଭରେ, ଏହା "ଆନ୍ଥ୍ରୋପିକ କ୍ଲାଉଡ୍ ମଡେଲ୍" (Anthropic Claude Model) ଉପରେ ଆଧାରିତ ଥିଲା।
ଏହା ସହ ପଢନ୍ତୁ: ଗ୍ରକ୍ କୁ ଆପ୍ ଷ୍ଟୋର୍ ରୁ ହଟାଇବାକୁ ଧମକ ଦେଲା ଆପଲ୍; କାହିଁକି ମୁହାଁମୁହିଁ ହେଲେ ଦୁଇ ମହାରଥି?
କ୍ୟାମେରନ ଷ୍ଟାନଲିଙ୍କ ବୟାନ ଅନୁଯାୟୀ, "ପ୍ରୋଜେକ୍ଟ ମାଭେନ୍" ଅଧିନରେ "ମାଭେନ୍ ସ୍ମାର୍ଟ ସିଷ୍ଟମ୍ସ ଟେକ୍ନୋଲୋଜି" (Maven Smart Systems Technology) ଆମେରିକୀୟ ସେନାକୁ "ଅପରେସନ୍ ଏପିକ୍ ଫ୍ୟୁରି" (US Army Operation Epic Fury) କାର୍ଯ୍ୟକାରୀ କରିବା ସମୟରେ ମାତ୍ର ୯୬ ଘଣ୍ଟା ମଧ୍ୟରେ ପାଖାପାଖି ୨୦୦୦ ଲକ୍ଷ୍ୟସ୍ଥଳରେ ୨ ହଜାରରୁ ଅଧିକ ଅସ୍ତ୍ରଶସ୍ତ୍ର ନିକ୍ଷେପ କରିବାରେ ସାହାଯ୍ୟ କରିଥିଲା। ଷ୍ଟାନଲି, ଏଲୋନ୍ ମସ୍କଙ୍କ ଟେକ୍ନୋଲୋଜିକୁ ପ୍ରଶଂସା କରିଥିଲେ।ଏନେଇ କହିଥିଲେ ଯେ "ଗ୍ରକ୍ ଗଭ୍ ମଡେଲ୍" (Grok Gov Model) ସାମରିକ କାର୍ଯ୍ୟର ଦକ୍ଷତା ଏବଂ ଗତିକୁ ଉଲ୍ଲେଖନୀୟ ଭାବରେ ଆଗେଇ ନେଇଛି।
ଏଲୋନ୍ ମସ୍କଙ୍କ ବିରୋଧରେ କିଏ କରିଥିଲା ମାମଲା ଦାୟର?
ଆମେରିକାରେ କୃଷ୍ଣକାୟ (କଳା) ଲୋକଙ୍କ ଅଧିକାର ପାଇଁ କାମ କରୁଥିବା ଏକ ନାଗରିକ ଅଧିକାର ସଂଗଠନ NAACP, xAI ବିରୋଧରେ ଏକ ମାମଲା ଦାୟର କରିଛି। ସଙ୍ଗଠନ ଅଭିଯୋଗ କରିଛି ଯେ xAI ବିନା ଅନୁମତିରେ ଡଜନ ଡଜନ ଗ୍ୟାସ୍ ଟର୍ବାଇନ୍ ବ୍ୟବହାର କରୁଛି। ଯାହା ଶୁଦ୍ଧ ବାୟୁ (Clean Air) ପାଇବା ଆଇନର ଉଲ୍ଲଂଘନ କରୁଛି। ଏହି ଟର୍ବାଇନ୍ ଏପରି ଅଞ୍ଚଳକୁ ପ୍ରଦୂଷିତ କରୁଛି ଯେଉଁଠାରେ ଅଧିକାଂଶ କଳା ଲୋକ ବସବାସ କରିଥାନ୍ତି। ଅନ୍ୟପକ୍ଷରେ, XAI ଯୁକ୍ତି ଦର୍ଶାଇଛି ଯେ ଏହି ଟର୍ବାଇନ ଅସ୍ଥାୟୀ ଏବଂ ସ୍ଥାନାନ୍ତରଯୋଗ୍ୟ। ଏପରି ନିୟମ ଏହି ଟର୍ବାଇନ୍ ପାଇଁ ଲାଗୁ ହୁଏ ନୁହେଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
US military used Grok AI Iran strikesTrump administration Grok AI military operationsElon Musk xAI Project Maven PentagonOperation Epic Fury Grok Gov ModelUS Department of Justice xAI lawsuitPentagon AI chief Cameron Stanley Grok testimonyCommercial AI used in lethal military operationsxAI data center Mississippi lawsuit national securityUS military AI-assisted targeting programPentagon replaced Anthropic Claude with Grok