War Debt 2026 / ଯୁଦ୍ଧରେ କେତେ ଟଙ୍କା ଖର୍ଚ୍ଚ କରିଲାଣି ଆମେରିକା; ଏବେ କିପରି କରିବ କ୍ଷତିର ଭରଣା
·4 days ago·3 min read

Key Points
ଇରାନ ସହିତ ଜାରି ରହିଥିବା ଯୁଦ୍ଧରେ ଆମେରିକା ପୂର୍ବରୁ କୋଟି କୋଟି ଡଲାର ଖର୍ଚ୍ଚ କରିସାରିଛି। ପ୍ରତିଦିନ ବୃଦ୍ଧି ପାଉଥିବା ଏହି ବିଶାଳ ଖର୍ଚ୍ଚକୁ ଭରଣା କରିବା ପାଇଁ, ଆମେରିକା ଏବେ ପ୍ରତିରକ୍ଷା ବଜେଟ୍ ଏବଂ ଅତିରିକ୍ତ ପାଣ୍ଠି ଚାହୁଁଛି।
US Military Spending: ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଏବେ ଦୋଦୁଲ୍ୟମାନ ଅବସ୍ଥାରେ ରହିଛି ଆମେରିକୀୟ ଅର୍ଥନୀତି। ଇରାନ ସହ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପ୍ରତିଦିନ ବିଲିୟନ ବିଲିୟନ ଡଲାର ପାଣି ଭଳି ଖର୍ଚ୍ଚ କରୁଛି। ଯାହା ଦ୍ୱାରା ଦେଶର ସରକାରୀ ରାଜକୋଷ ଉପରେ ଆର୍ଥିକ ବୋଝ ବଢିବାରେ ଲାଗିଛି। ଏବେ ପ୍ରଶ୍ନ ଉଠୁଛି ଯେ ଆମେରିକା ଏ ପର୍ଯ୍ୟନ୍ତ ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଯେତେ ଟଙ୍କା ଖର୍ଚ୍ଚ କରିସାରିଛି ତାହାର ଭରଣା କରିବା ପାଇଁ କିପରି ପ୍ରସ୍ତୁତି କରିଛି ଟ୍ରମ୍ପ ପ୍ରଶାସନ।
ଯୁଦ୍ଧରେ କେତେ ଆରବ ଡଲାର ଖର୍ଚ୍ଚ କରିଛି ଆମେରିକା
ଇରାନ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୁଇ ମାସ ପୂରଣ ହେବାକୁ ଯାଉଛି। ଯୁଦ୍ଧ କାରଣରୁ ଆମେରିକୀୟ ଅର୍ଥନୀତି ପାଇଁ ସମସ୍ୟା ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଆମେରିକା ଏହି ଯୁଦ୍ଧରେ ପୂର୍ବରୁ ୨୫ ରୁ ୫୦ ବିଲିୟନ ଡଲାର ଖର୍ଚ୍ଚ କରିସାରିଛି। ଏହି ଟଙ୍କା ଆମେରିକା ସେନା ପାଇଁ ପ୍ରତିରକ୍ଷା ଉପକରଣ, ନିୟୋଜନ ଏବଂ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇସାରିଛି। ଏହି ଯୁଦ୍ଧ ଏତେ ମହଙ୍ଗା ସାବ୍ୟସ୍ତ ହୋଇଛି ଯେ ଏଥିପାଇଁ ହାରାହାରି ଦୈନିକ ପ୍ରାୟ ୧ ବିଲିୟନ ଡଲାର ଖର୍ଚ୍ଚ ହେଉଛି।
ଏହା ସହ ପଢନ୍ତୁ: ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର?
କେଉଁଠି ଖର୍ଚ୍ଚ ହେଉଛି ଆମେରିକୀୟ ଡଲାର?
ଏହି ଯୁଦ୍ଧରେ ହେଉଥିବା ବ୍ୟୟର ସବୁଠାରୁ ବଡ଼ ଅଂଶ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଛି। ପରିସଂଖ୍ୟାନ ଅନୁଯାୟୀ ଟମାହକ୍ ମିସାଇଲ୍ ଏବଂ ଗୋଳାବାରୁଦ କ୍ରୟ ପାଇଁ ଦୈନିକ ୩୨୦ ମିଲିୟନ୍ ଡଲାର ଖର୍ଚ୍ଚ ହେଉଛି। ଏହା ସହିତ ଆକାଶ ମାର୍ଗରେ ହେଉଥିବା ପାଟ୍ରୋଲିଂ ଏବଂ ଅନ୍ୟ ଅଭିଯାନ ପାଇଁ ପ୍ରତିଦିନ ପ୍ରାୟ ୨୪୫ ମିଲୟନ୍ ଡଲାର ଖର୍ଚ୍ଚ ହେଉଛି। ନୌସେନା ଅଭିଯାନ ଏବଂ ସାମୁଦ୍ରିକ ସୀମା ସୁରକ୍ଷାରେ ମଧ୍ୟ ବିପୁଳ ପରିମାଣର ସମ୍ବଳ ବିନିଯୋଗ ହେଉଛି। ଯାହା ଏହି ଯୁଦ୍ଧକୁ ଆହୁରି ମହଙ୍ଗା କରିଦେଉଛି।
ଅତିରିକ୍ତ ପାଣ୍ଠି ପାଇଁ କଂଗ୍ରେସକୁ ଆବେଦନ
ଟ୍ରମ୍ପ ପ୍ରଶାସନ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିଛି। ଯାହାର ପରିମାଣ ହେଉଛି ୧.୫ ଟ୍ରିଲିୟନ ଡଲାର। କେବଳ ପ୍ରସ୍ତାବିତ ପ୍ରତିରକ୍ଷା ବଜେଟ୍ ଯୁଦ୍ଧ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏଥିପାଇଁ ପେଣ୍ଟାଗନ୍ ଅଧିକ ପାଣ୍ଠି ଯୋଗାଇବା ପାଇଁ କଂଗ୍ରେସ ପାଖରେ ଦାବି ଉପସ୍ଥାପନ କରିଛି। ଏପରିକି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ଯୁଦ୍ଧ ପାଇଁ ଅତିରିକ୍ତ ୨୦୦ ବିଲୟନ ଡଲାର ପାଣ୍ଠି ଯୋଗାଇ ଦେବା ପାଇଁ କଂଗ୍ରେସ ପାଖରେ ନିବେଦନ ଜଣାଇଛି। ଏହି ପାଣ୍ଠି ଯୋଗାଣକୁ ମଞ୍ଜୁରୀ ଦେବାକୁ ନେଇ ସରଗରମ ହୋଇଉଠିଛି ଆମେରିକୀୟ ରାଜନୀତି। ଗୋଟିଏ ପଟେ ଯୁଦ୍ଧର ଆବଶ୍ୟକତା ରହିଥିବା ବେଳେ ଅନ୍ୟପଟେ ଦେଶର ଅର୍ଥନୀତି ଉପରେ ଋଣର ପାହାଡ଼ ରହିଛି। ଏହି ସମସ୍ୟାର ସମାଧାନ କରିବା ପାଇଁ କଂଗ୍ରେସ କୌଣସି ଏକ କଷ୍ଟକର ନିଷ୍ପତ୍ତି ନେଇପାରେ।
ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?
କିପରି ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ହୋଇଥିବା ଖର୍ଚ୍ଚର ଭରଣା?
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ହୋଇଥିବା ଖର୍ଚ୍ଚର ଭରଣା କରିବା ପାଇଁ ଆମେରିକା କେବଳ ଟିକସ କିମ୍ବା ବଜେଟ୍ ଉପରେ ନିର୍ଭର କରୁନାହିଁ। ବରଂ କୂଟନୈତିକ ରଣନୀତି ମଧ୍ୟ ବ୍ୟବହାର କରୁଛି। ଏହା ମଧ୍ୟରୁ ଗୋଟିଏ ବିକଳ୍ପ ହେଉଛି ଅନ୍ତର୍ଜାତୀୟ ପ୍ରତିବନ୍ଧକ ଅଧିନରେ ଆମେରିକା ଦ୍ୱାରା ଜବତ କରି ରଖାଯାଇଥିବା ଇରାନ ସମ୍ପତ୍ତିକୁ ବ୍ୟବହାର କରିବା। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଅଧିନରେ ଜବତ ହୋଇଥିବା ଇରାନ ସମ୍ପତ୍ତିକୁ ଯୁଦ୍ଧ ଜନିତ କ୍ଷତିପୂରଣ ଭାବରେ ବ୍ୟବହାର କରିବା ଏକ ପ୍ରମୁଖ କୂଟନୈତିକ ପଦକ୍ଷେପ ହେବ। ଯଦି ଏହା ହୁଏ ତାହେଲେ ଏହା ଇରାନ ଉପରେ ଚାପ ଆହୁରି ବୃଦ୍ଧି କରିବ।
ସରକାରୀ ଖର୍ଚ୍ଚ କାଟ ପାଇଁ ନାରାଜ ହୋଇଉଠିବେ ସାଧାରଣ ଆମେରିକୀୟ ନାଗରିକ
ଯୁଦ୍ଧର ସିଧାସଳଖ ପ୍ରଭାବକୁ ନିଜେ ସାଧାରଣ ଆମେରିକୀୟ ନାଗରିକ ଅନୁଭବ କରିବେ। ସରକାରୀ ଖର୍ଚ୍ଚକୁ ପରିଚାଳନା ପାଇଁ ହ୍ୱାଇଟ୍ ହାଉସ ଘରୋଇ ସାମାଜିକ କାର୍ଯ୍ୟକ୍ରମକୁ ହ୍ରାସ କରିପାରେ। ଯାହା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିପାରେ। ଏହା ବ୍ୟତୀତ ସମ୍ଭାବ୍ୟ ଟିକସ ବୃଦ୍ଧି ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବା ପାଇଁ ଆଲୋଚନା ଚାଲିଛି। ଯୁଦ୍ଧର ଏହି ଆର୍ଥିକ ଚକ୍ର ଏବେ ଏତେ ଗଭୀର ଭାବରେ ସ୍ଥାପିତ ହୋଇଯାଇଛି ଯେ ଏଥିରୁ ମୁକ୍ତ ହେବା ପାଇଁ ଆମେରିକାକୁ ଏହାର ଘରୋଇ ବିକାଶ ଏବଂ ସାମରିକ ମହତ୍ତ୍ୱାକାଂକ୍ଷା ମଧ୍ୟରେ ଏକ କଷ୍ଟକର ସନ୍ତୁଳନ ରକ୍ଷା କରିବାକୁ ହେବ। ଯାହାର ପରିଣାମ ଆଗାମୀ ଅନେକ ବର୍ଷ ପାଇଁ ଦୃଶ୍ୟମାନ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories