|
logo
Live

Argus News - ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର?

International

White House US Bunker / ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର?

Subhramjit Ray
Browse all articles by Subhramjit Ray
·2 hours ago·3 min read
ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର?
White House US Bunker

Key Points

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ୪୦୦୦ କୋଟି ଖର୍ଚ୍ଚ କରି ଏକ ସୁରକ୍ଷିତ ବଙ୍କର ଏବଂ ଏକ ବିଶାଳ ବଲ୍ରୁମ୍ ନିର୍ମାଣ କରୁଛନ୍ତି। ବଲ୍ରୁମ୍ ବ୍ୟକ୍ତିଗତ ଦାନ ମାଧ୍ୟମରେ ନିର୍ମିତ ହେବ। ଅନ୍ୟପଟେ ସୁରକ୍ଷା ଉପକରଣ ପାଇଁ ସାଧାରଣ ଆମେରିକୀୟ କରଦାତା ଦେୟ ପ୍ରଦାନ କରିବେ।
White House US Bunker:  ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବେଳେ ସେ ତାଙ୍କର ସରକାରୀ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପରିସରରେ ନିଜ ପାଇଁ ଏକ ବଙ୍କର ନିର୍ମାଣ କରୁଛନ୍ତି। ଏକ ପ୍ରକଳ୍ପର ଆକାର ଏବଂ ସୁରକ୍ଷା ବ୍ୟବସ୍ଥା ଏବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପ୍ରାୟ ୪୦୦ ମିଲିୟନ ଡଲାର (୪୦୦୦ କୋଟି ଟଙ୍କା) ମୂଲ୍ୟର ଏହି ପ୍ରକଳ୍ପରେ ଏକ ଅତ୍ୟନ୍ତ ସୁରକ୍ଷିତ ବଙ୍କର ଏବଂ ଏକ ବିଶାଳ "ବଲ୍ ରୁମ୍" ଅନ୍ତର୍ଭୂକ୍ତ ରହିଛି। ଯଦିଓ ଏହାର ନିର୍ମାଣ ଆଇନଗତ ବିବାଦର ସମ୍ମୁଖୀନ ହେଉଛି, ହେଲେ ତଥାପି ଆମେରିକାର ଆପିଲ୍ କୋର୍ଟ ବର୍ତ୍ତମାନ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି।

ଏହି ପ୍ରକଳ୍ପକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ, ଟ୍ରମ୍ପ ପ୍ରଶାସନ (Trump Administration) "ହ୍ୱାଇଟ୍ ହାଉସ୍ ଇଷ୍ଟ ୱିଙ୍ଗ" (White House East Wing) କୁ ଭାଙ୍ଗି ସେଠାରେ ନିର୍ମାଣ ଆରମ୍ଭ କରିଥିଲା। ଏହି ପ୍ରକଳ୍ପର ଲକ୍ଷ୍ୟ ସୁରକ୍ଷାକୁ ମଜବୁତ କରିବ ସହ ହ୍ୱାଇଟ୍ ହାଉସ୍ (White House) ର ଆତିଥ୍ୟ ମାନଦଣ୍ଡକୁ ବୃଦ୍ଧି କରିବା। ରାଷ୍ଟ୍ରପତି ଟ୍ରମ୍ପ ଯୁକ୍ତି ଦର୍ଶାଇଛନ୍ତି ଯେ ହ୍ୱାଇଟ୍ ହାଉସ୍ ପାଇଁ ଦୀର୍ଘ ଦିନ ଧରି ଏକ ଆଧୁନିକ ଏବଂ ପ୍ରଶସ୍ତ "ବଲ୍ ରୁମ୍" (White House Ballroom) ଆବଶ୍ୟକ ରହିଥିଲା।

ଏହା ସହ ପଢନ୍ତୁ: ସେହି ଆମେରିକୀୟ ରାଷ୍ଟ୍ରପତି ଯାହାଙ୍କ କାର୍ଯ୍ୟକାଳରେ ଲଢାଯାଇଛି ସର୍ବାଧିକ ଯୁଦ୍ଧ

କୋର୍ଟ ଦେଲେ ଆଶ୍ୱସ୍ତି

ୱାଶିଂଟନ ସ୍ଥିତ ଏକ ଫେଡ଼େରାଲ୍ ଅପିଲ୍ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ଯେଉଁଥିରେ ଟ୍ରମ୍ପ ପ୍ରଶାସନକୁ ୪ ବିଲିୟନ ଡଲାର ମୂଲ୍ୟର ପ୍ରକଳ୍ପ କାମ ଜାରି ରଖିବାକୁ ଅନୁମତି ଦେଇଥିଲା। ପୂର୍ବରୁ ଏକ ନିମ୍ନ ଅଦାଲତର ବିଚାରପତି ରିଚାର୍ଡ ଲିଓନ୍ ଏହି ପ୍ରକଳ୍ପର ନିର୍ମାଣ ଉପରେ ସ୍ଥଗିତ ରଖିଥିଲେ। ବିଚାରପତି ଭାବୁଥିଲେ ଯେ ଏହି ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାର୍ଯ୍ୟ ଆବଶ୍ୟକୀୟ ଅନୁମୋଦନ ବିନା କରାଯାଇ ପାରିବ ନାହିଁ। ହେଲେ ତଥାପି ଏକ ତିନି ଜଣିଆ ପ୍ୟାନେଲ ବର୍ତ୍ତମାନ ଏହା ଉପରେ ସ୍ଥଗିତାଦେଶ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୫ ତାରିଖରେ ହେବ।

ଏହା ସହ ପଢନ୍ତୁ:
 କିଏ ଏହି ଆମେରିକୀୟ ସୈନ୍ୟ; ଯାହାଙ୍କୁ ନେଇ ଇଣ୍ଟରନେଟ୍ ଦୁନିଆରେ ପଡ଼ିଥିଲା ଚହଳ

୯୦,୦୦୦ ବର୍ଗ ଫୁଟ୍ ର "ବଲ୍ ରୁମ୍"
ଏହି ପ୍ରକଳ୍ପର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏକ ବିଶାଳ ୯୦,୦୦୦ ବର୍ଗ ଫୁଟ୍ ର "ବଲ୍ ରୁମ୍"। ଏହାକୁ ନିର୍ମାଣ କରିବା ପାଇଁ ପୂର୍ବରୁ "ହ୍ୱାଇଟ୍ ହାଉସ୍ ଇଷ୍ଟ ୱିଙ୍ଗ" କୁ ଗତ ବର୍ଷ ଭଙ୍ଗା ଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପଙ୍କ କହିବା ଅନୁଯାୟୀ ଏହି ମହାନ ପ୍ରକଳ୍ପ ପାଇଁ ପାଣ୍ଠି ଧନୀ ଦାତା ଏବଂ ବଡ଼ କର୍ପୋରେଟ୍ ହାଉସ୍ ପାଖରୁ ଆସିବ। ଏହାର ଅର୍ଥ ହେଉଛି ମୁଖ୍ୟ ନିର୍ମାଣ ଖର୍ଚ୍ଚ ବ୍ୟକ୍ତିଗତ ଦାନ ଦ୍ୱାରା ବହନ କରାଯିବ। ହେଲେ ତଥାପି ସମଗ୍ର ପରିସର ପାଇଁ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସହ ଜଡ଼ିତ ଉପକରଣ ସରକାରୀ ପାଣ୍ଠିରୁ ଯୋଗାଇ ଦିଆଯିବ।

ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?

ଏହି ପ୍ରକଳ୍ପ ନିର୍ମାଣକୁ ନେଇ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି। ଆମେରିକାର "ନେସନାଲ ଟ୍ରଷ୍ଟ ଫର୍ ହିଷ୍ଟୋରିକ୍ ପ୍ରଜିର୍ଭେସନ" (National Trust for Historic Preservation) ଟ୍ରମ୍ପ ପ୍ରଶାସନ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛି। ଏହି ସଙ୍ଗଠନ ଅଭିଯୋଗ କରିଛି ଯେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି। ସେ କଂଗ୍ରେସ କିମ୍ବା କୌଣସି ପ୍ରାସଙ୍ଗିକ ସଂଘୀୟ ଏଜେନ୍ସି ଠାରୁ ଅନୁମୋଦନ ନ ନେଇ ଏହି ଐତିହାସିକ କୋଠାକୁ ଭାଙ୍ଗିବା ଆରମ୍ଭ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
White House US Bunker: ବାହୁବଳୀ ଟ୍ରମ୍ପଙ୍କୁ ଘାରିଛି କାହାର ଭୟ? କାହିଁକି ହ୍ୱାଇଟ୍ ହାଉସ୍ ରେ ନିର୍ମିତ ହେଉଛି ଅଭେଦ୍ୟ ବଙ୍କର? | Argus News