Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪୦ ବର୍ଷ ଧରି ସମୁଦ୍ରରେ ନଷ୍ଟ କରୁଥିଲା ବାରୁଦ ସୁଡ଼ଙ୍ଗ; ଏବେ ସେବାରୁ ଅବସର ନେବ ଏମଏଚ-୫୩

International

US Navy MH 53E Helicopter / ୪୦ ବର୍ଷ ଧରି ସମୁଦ୍ରରେ ନଷ୍ଟ କରୁଥିଲା ବାରୁଦ ସୁଡ଼ଙ୍ଗ; ଏବେ ସେବାରୁ ଅବସର ନେବ ଏମଏଚ-୫୩

Subhramjit Ray
Browse all articles by Subhramjit Ray
·1 hour ago·3 min read
୪୦ ବର୍ଷ ଧରି ସମୁଦ୍ରରେ ନଷ୍ଟ କରୁଥିଲା ବାରୁଦ ସୁଡ଼ଙ୍ଗ; ଏବେ ସେବାରୁ ଅବସର ନେବ ଏମଏଚ-୫୩
US Navy MH-53E Helicopter

Key Points

ପ୍ରାୟ ୪୦ ବର୍ଷ ଧରି ସେବା ଯୋଗାଇବା ପରେ ଆମେରିକା ନୌସେନାରୁ ଅବସର ନେବାକୁ ଯାଉଛି MH-53E Helicopter।

US Navy MH-53E Helicopter Service History: ପ୍ରାୟ ୪୦ ବର୍ଷର ସେବା ପରେ ଆମେରିକୀୟ ନୌସେନରୁ ଅବସର ନେବ ଏମଏଚ-୫୩
ହେଲିକପ୍ଟର। ଏହି ହେଲିକପ୍ଟର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀରେ ଇରାନ୍ ଦ୍ୱାରା ବିଛା ଯାଇଥିବା ଅନେକ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିଛି। ଏହି ହେଲିକ୍ୟାପ୍ଚର ପାଇଁ ହର୍ମୁଜ ଜଳମାର୍ଗକୁ ସୁରକ୍ଷିତ କରାଯାଇଥିବା ଆମେରିକା ଦାବି କରିଛି। ଯିଏ ପ୍ରାୟ ୪୦ ବର୍ଷର ସେବା ପରେ ଅବସର ନେବାକୁ ଯାଉଛି।

୪୦ ବର୍ଷ ଆମେରିକା ସେନା ବ୍ୟବହାର କରୁଥିଲା ଏମଏଚ-୫୩ଇ ସି ଡ୍ରାଗନ୍ (MH-53E Sea Dragon)
ଆମେରିକୀୟ ନୌସେନାର ଏମଏଚ-୫୩ଇ ସି ଡ୍ରାଗନ୍ ହେଉଛି ଏକ ବିଶାଳ ହେଲିକପ୍ଟର। ଯିଏ ପ୍ରାୟ ୪୦ ବର୍ଷ ଧରି ବାୟୁ ମାର୍ଗରୁ ସମୁଦ୍ରରେ ବିଛା ଯାଇଥିବା ବାରୁଦ ସୁଡ଼ଙ୍ଗକୁ (Airborne Mine Countermeasure) ହଟାଇବା ପାଇଁ ବ୍ୟବହୃତ ହୋଇ ଆସୁଥିଲା। ଏହି ହେଲିକପ୍ଟର ବାଣିଜ୍ୟିକ ଜାହାଜ ଏବଂ ସାମରିକ ଜାହାଜ ପାଇଁ ବିପଦ ସୃଷ୍ଟି କରୁଥିବା ସାମୁଦ୍ରିକ ବାରୁଦ ସୁଡ଼ଙ୍ଗକୁ (Naval Mines) ଚିହ୍ନଟ କରି ଏହାକୁ ହଚାଇଥିଲା।

ଉନ୍ନତ ସେନ୍ସର (Advanced Sensor) ସହ Mine Countermeasure ବ୍ୟବହାର କରି ଏହି ହେଲିକପ୍ଟର ପାଣି ତଳେ ରହିଥିବା ବାରୁଦ ସୁଡ଼ଙ୍ଗକୁ ଚିହ୍ନଟ କରି ଏହାକୁ ହଟାଇ ଦେଇପାରିବ। ଏପରିକି ଏହି ସୁଡଙ୍ଗକୁ ସମୁଦ୍ରରେ ନିଷ୍କ୍ରିୟ କରିବା କାର୍ଯ୍ୟ କରିପାରିବ ଏମଏଚ-୫୩ଇ ସି ଡ୍ରାଗନ୍।

ଏହି ହେଲିକ୍ୟାପ୍ଟର ପାଣିରେ ବଡ଼ ଧରଣର ମାଇନ୍-ହଣ୍ଟିଂ ସ୍ଲେଜ୍ (Mine-Hunting Sledge) କୁ ଟାଣି, ଏହି ହେଲିକପ୍ଟର ଅନେକ ସାମୁଦ୍ରିକ ଜାହାଜ ତୁଳନାରେ ବହୁତ ଦ୍ରୁତ ଗତିରେ ଏକ ବଡ଼ରେ ସମୁଦ୍ରରେ ବିଛା ଯାଇଥିବା ବାରୁଦ ସୁଡଙ୍ଗକୁ ଖୋଜି ସଫା କରିପାରିବ। ଏହାର ଏହି କ୍ଷମତା ଏହାକୁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ Airborne Mine Clearing Platform ରୂପରେ ବିକଶିତ କରିଥିଲା।

ଏହା ସହ ପଢନ୍ତୁ: ସମୁଦ୍ରରେ କିପରି ତାଣ୍ଡବ କରିଥାଏ Underwater Mines?

ଅନ୍ୟ କେଉଁ କାମ କରିପାରିବ ଏହି ଶକ୍ତିଶାଳୀ ହେଲିକପ୍ଟର?

MH-53E ହେଉଛି ଆମେରିକା ନୌସେନା ଦ୍ୱାରା ପରିଚାଳିତ ସବୁଠାରୁ ବଡ଼ ହେଲିକପ୍ଟର ମଧ୍ୟରୁ ଅନ୍ୟତମ। ଏହାର ମୋଟ ଲମ୍ବ ୯୯ ଫୁଟ, ଯେତେବେଳେ ଏହାର ଶରୀର କେବଳ ୭୩ ଫୁଟ୍ରୁ ଅଧିକ ଲମ୍ବା। ୨୮ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏହି ହେଲିକପ୍ଟରର ସର୍ବାଧିକ ଓଜନ ପ୍ରାୟ ୭୦,୦୦୦ ପାଉଣ୍ଡ।

ତିନୋଟି ଜେନେରାଲ ଇଲେକ୍ଟ୍ରିକ୍ T64-GE-419 ଟର୍ବୋସାଫ୍ଟ ଇଞ୍ଜିନ ଦ୍ୱାରା ପରିଚାଳିତ ହୋଇଥାଏ ଏହି ହେଲିକପ୍ଟର। ଏହାର ପ୍ରତ୍ୟେକ ଇଞ୍ଜିନ୍ ପ୍ରାୟ ୪୭୫୦ ଶାଫ୍ଟ ହର୍ସପାୱାର ଉତ୍ପାଦନ କରିଥାଏ। ଏହି ଇଞ୍ଜିନ ଏହି ହେଲିକପ୍ଟର କୁ ଭାରୀ ପେଲୋଡ୍ ବହନ କରିବା କିମ୍ବା ସମୁଦ୍ରରେ ବିଛା ଯାଇଥିବା ବାରୁଦ ସୁଡ଼ଙ୍ଗକୁ ଟଣିବା ସମୟରେ ପ୍ରାୟ ୧୫୦ ନଟ୍ (ପ୍ରାୟ 278 କିଲୋମିଟର ପ୍ରତି ଘଣ୍ଟା) ବେଗରେ ପହଞ୍ଚିବାକୁ ଅନୁମତି ଦେଇଥାଏ। MH-53E Sea Dragon ଭାରୀ ମାଲବାହୀ ଏବଂ ଭୂଲମ୍ବ ଅନବୋର୍ଡ ଡେଲିଭରି (Vertical On-Board Delivery) ଅଭିଯାନରେ ମଧ୍ୟ ସାମିଲ ହୋଇପାରିବ। ଏହି ହେଲିକପ୍ଟର ଜାହାଜ ଏବଂ ଉପକୂଳରେ ରହିଥିବା ସୈନ୍ୟ ଘାଟିରେ ସୈନ୍ୟ, ଯାନବାହାନ, ଉପକରଣ ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ପରିବହନ କରିବାରେ ମଧ୍ୟ ସକ୍ଷମ।

କାହିଁକି MH-53E କୁ କାହିଁକି ଅବସର ଦେଉଛି ଆମେରିକୀୟ ନୌସେନା?
MH-53E Sea Dragon ହେଲିକପ୍ଟର ଏହାର ଅନନ୍ୟ କ୍ଷମତା ସତ୍ତ୍ୱେ ଧିରେ ଧିରେ ଆମେରିକା ନୌସେନା ଦ୍ୱାରା ପର୍ଯ୍ୟାୟକ୍ରମେ ବନ୍ଦ କରାଯାଉଛି। କାରଣ ଆମେରିକା ଏହାର ସମୁଦ୍ରରେ ବିଛା ଯାଇଥିବା ବାରୁଦ ସୁଡ଼ଙ୍ଗ ହଟାଉଥିବା ବାହିନୀରେ (Mine Warfare Force) ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ନୌସେନା MH-53E ଦ୍ୱାରା ପୂର୍ବରୁ କରାଯାଇଥିବା ଅନେକ କାର୍ଯ୍ୟକୁ ଏମଏଚ-୬୦ଏସ୍ ସିହକ୍ (MH-60S Seahawk) ହେଲିକପ୍ଟର ସହିତ ବଦଳାଇବାକୁ ଯୋଜନା କରୁଛି। ଯାହା ଉନ୍ନତ ମାଇନ୍ କାଉଣ୍ଟର ମେଜର ସିଷ୍ଟମ (Advanced Mine Countermeasure Systems), ବିନା ଚାଳକ ଦଳ ରହିଥିବା ପାଣି ତଳେ ଚାଲୁଥିବା ଯାନ (Unmanned Underwater Vehicles) ଏବଂ ବିନା ଚାଳକ ଦଳ ରହିଥିବା ସର୍ଫେସ୍ ଭେସେଲ୍ (Unmanned Surface Vessels) ସହଯୋଗ ମିଳିବ।

ଏମଏଚ-୫୩ଇ ସି ଡ୍ରାଗନ୍ ହଟାଇବାକୁ ନେଇ ତେଜୁଛି ବିବାଦ
ଆମେରିକୀୟ ନୌସେନା ଦ୍ୱାରା ସେବାରୁ ଏମଏଚ-୫୩ଇ ସି ଡ୍ରାଗନ୍ ହେଲିକପ୍ଟର କୁ ସେବାରୁ ହଟାଇବାକୁ ନେଇ ତେଜିଛି ବିବାଦ। କିଛି ପ୍ରତିରକ୍ଷା ବିଶେଷଜ୍ଞ ଏବଂ ଏହାକୁ ବ୍ୟବହାର କରିଥିବା ପୂର୍ବତନ ଅପରେଟର ପ୍ରଶ୍ନ କରିଛନ୍ତି ଯେ ଏକ ବଡ଼ ସଂଘର୍ଷ ସମୟରେ ସମୁଦ୍ରରେ ବିଛା ଯାଇଥିବା ବାରୁଦ ସୁ଼ଡଙ୍ଗକୁ ଶୀଘ୍ର ହଟାଇବା ପାଇଁ ନୂତନ ବ୍ୟବସ୍ଥା ସି ଡ୍ରାଗନ୍ କ୍ଷମତା ସହିତ ଖାପ ଖାଇପାରିବ ନାଁ ନାହିଁ।

ଅବସର ନିକଟତର ହେବା ସତ୍ତ୍ୱେ MH-53E ଏପର୍ଯ୍ୟନ୍ତ ନିର୍ମିତ ହୋଇଥିବା ସବୁଠାରୁ ସକ୍ଷମ Airborne Mine Clearing Platform ମଧ୍ୟରୁ ଅନ୍ୟତମ। ଯିଏ ପ୍ରଭାବଶାଳୀ ଢଙ୍ଗରେ ସମୁଦ୍ରରେ ବିଛା ଯାଇଥିବା ବାରୁଦ ସୁ଼ଡଙ୍ଗକୁ ଶୀଘ୍ର ହଟାଇପାରେ। କାରଣ ହର୍ମୁଜ୍ ପ୍ରଣାଳୀ ଭଳି ଜଳମାର୍ଗରେ ଇରାନ୍ ଦ୍ୱାରା ବିଛା ଏପରି ସୁଡଙ୍ଗ ଆମେରିକା ଏବଂ ଅନ୍ୟାନ୍ୟ ଅନେକ ରାଷ୍ଟ୍ର ପାଇଁ ଜାହାଜ ଯୋଗେ ହେଉଥିବା ବିୈଶ୍ୱିକ ପରିବହନ ଏବଂ ସାମରିକ କାର୍ଯ୍ୟ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Navy to Retire MH-53E Helicopter After 40 Years of Service | Argus News