Videos
|
International

US Parents Charged / ଛୁଆକୁ ଘଣ୍ଟାଏ ଛାଡି ବନ୍ଧା ହେଲେ ଦମ୍ପତ୍ତି, ଗଣିଲେ ୮୭ ହଜାର....

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଛୁଆକୁ ଘଣ୍ଟାଏ ଛାଡି ବନ୍ଧା ହେଲେ ଦମ୍ପତ୍ତି, ଗଣିଲେ ୮୭ ହଜାର....

Key Points

ଛୁଆକୁ ଗୋଟେ ଘଣ୍ଟା ଛାଡିବାରୁ ବନ୍ଧା ହେଲେ ଦମ୍ପତ୍ତି
ଦେଲେ ୯୦ ହଜାର ଟଙ୍କାର ଜୋରିମାନା
ପୋଲିସ କହିଲା ଏହା ଏକ ଥାର୍ଡ ଡିଗ୍ରୀ ଅପରାଧ
୬ ମାସର ଛୁଆକୁ ଛାଡି ବିଚ୍‌ରେ ବୁଲୁଥିଲେ ବାପା ମାଆ । ହେଲେ ସମୟ ଏକଘଣ୍ଟା ପାଖାପାଖି ହୋଇଯିବାରୁ ଏହାକୁ ଅପରାଧ ବୋଲି କହି ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡାରେ ।

ଫ୍ଲୋରିଡାର ଜଣେ ୩୭ ବର୍ଷୀୟ ମହିଳା ସାରା ସୋମର ୱିକ୍ସ, ଏବଂ ତାଙ୍କର ସ୍ଵାମୀ ବ୍ରିଆନ୍ ୱିକ୍ସ ଛୁଟି କାଟିବା ପାଇଁ ଫ୍ଲୋରିଡାର ମିରାମାର୍ ବିଚ୍‌କୁ ଯାଇଥିଲେ । ତାଙ୍କ ସହ ଥିଲେ ତାଙ୍କର ୩ଟି ଛୁଆ । ସମୁଦ୍ରକୂଳରେ ବୁଲିବା ବେଳେ ସେ ତମ୍ବୁ ତଳେ ନିଜର ୬ ମାସର ଛୁଆକୁ ଛାଡି ଅନ୍ୟ ଦୁଇଜଣ ଛୁଆଙ୍କ ସହ ଚାଲିବାକୁ ଯାଇଥିଲେ ।

ଅଧିକ ପଢନ୍ତୁ : 10 କେଜି ସୁନାରେ ତିଆରି ଡ୍ରେସ୍

ସେମାନେ ପାଖାପାଖି ୧ ଘଣ୍ଟା ତାଙ୍କର ୬ ମାସର ଛୁଆକୁ ଛାଡି ଚାଲି ଯାଇଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ସେହି ଛୁଆର ସୁରକ୍ଷା ପାଇଁ ତା ପାଖରେ ରହିଥିଲେ । ତେବେ ସେହି ଦମ୍ପତ୍ତି ନିଜ ଫୋନକୁ ତମ୍ବୁରେ ଛାଡି ଯାଇଥିବାରୁ ପୋଲିସ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଅସମର୍ଥ ଥିଲା । ପ୍ରାୟ ୧ ଘଣ୍ଟା ପରେ ତମ୍ବୁକୁ ଫେରିଥିଲେ ବାପା ମାଆ । ସେମାନେ କହିଛନ୍ତି, ସେମାନଙ୍କ ପାଖରେ ଫୋନ ନଥିବାରୁ ଫେରିବାର ସମୟ ସୀମା ସେ ଭୁଲି ଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଘଟଣାକୁ ନେଇ ଉଭୟ ପତି ପତ୍ନୀଙ୍କୁ ଗିରଫ କରାଯାଇଥିଲା । ଏବଂ ନିଜ ଛୁଆକୁ ଅବହେଳିତ ଅବସ୍ଥାରେ ଛାଡି ଚାଲି ଯାଇଥିବାରୁ ସେମାନଙ୍କ ଠାରୁ ୧୦୦୦ ଡଲାର ଯାହା ଭାରତୀୟ ମୁଦ୍ରାରେ ୮୭ ହଜାର ୯୦୦ ଟଙ୍କା ନିଆଯାଇଥିଲା । ଏବଂ ପରେ ତାଙ୍କୁ ଛଡାଯାଇଥିଲା । ଫ୍ଲୋରିଡା କାନୁନ ମୁତାବକ ଛୁଆଙ୍କୁ ଏପରି ଅବହେଳିତ ଅବସ୍ଥାରେ ଛାଡିବା ଏକ ଥାର୍ଡ ଡିଗ୍ରୀ ଅପରାଧ ।

ଅଧିକ ପଢନ୍ତୁ : ୯୩ ବର୍ଷରେ ବାପା ହେଲେ ଡାକ୍ତର, କହିଲେ ଆଉ ଏକ ଛୁଆର ଅଛି ଯୋଜନା..

ତେବେ ଦମ୍ପତ୍ତି ଆସିବା ଯାଏଁ ଛୁଆକୁ ସୁରକ୍ଷା ଦେଉଥିବା ବ୍ୟକ୍ତି କହିଥିଲେ, ସେ କୃତଜ୍ଞ ଯେ ସେଠାକୁ ଅନେକ ଜଣ ତାଙ୍କ ଛୁଆର ଯତ୍ନ ନେବାପାଇଁ ଆଉ ସୁରକ୍ଷା ଦେବାପାଇଁ ଆଗେଇ ଆସିଥିଲେ ।

ସାରା ୱିଲକ୍ସ ୟୁଏସ୍ ହାର୍ଟ ଆଣ୍ଡ ଭାସ୍କୁଲାରର ଆଞ୍ଚଳିକ ସଭାପତି ଭାବରେ କାର୍ଯ୍ୟ କରନ୍ତି, ଏହା ଏକ କମ୍ପାନୀ ଯାହା ସ୍ୱାଧୀନ ହୃଦ୍‌ରୋଗ ଅଭ୍ୟାସ ପାଇଁ ସହାୟତା ସେବା ପ୍ରଦାନ କରେ।

Related Topics

Explore more stories

US Parents Charged for neglect child at beach | Argus News