Videos
|
International

Plane Crash / ଉଡ଼ାଣର ୩୦ ମିନିଟ୍‌ ପରେ ସମୁଦ୍ରରେ ଖସିପଡ଼ିଲା ଆମେରିକାର ବିମାନ

Sushanta Sahoo
Browse all articles by Sushanta Sahoo
·27 mins ago·2 min read
ଉଡ଼ାଣର ୩୦ ମିନିଟ୍‌ ପରେ ସମୁଦ୍ରରେ ଖସିପଡ଼ିଲା ଆମେରିକାର ବିମାନ
Cessna 210 Plane Crashes Into Sea Near Mississippi

Key Points

ହର୍ଣ୍ଣ ଦ୍ଵୀପ ନିକଟରେ ଏକ ଛୋଟ ବିମାନ ସମୁଦ୍ରକୁ ଖସି ପଡ଼ିଛି । ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ତଟ ରକ୍ଷା ବାହିନୀ ୬ ଜଣଙ୍କ ମୃତ୍ୟୁ ତଥ୍ୟ ସ୍ପଷ୍ଟ କରିଛି ।
ୱାଶିଂଟନ: ଆକାଶରେ ଆନନ୍ଦରେ ଉଡ଼ୁଥିଲେ । ସମୁଦ୍ରରେ ମୃତ୍ୟୁ ଛପିଥିଲା । ମାତ୍ର ୩୦ ମିନିଟ୍‌ର ଉଡ଼ାଣ ପରେ ମାତ୍ର କେଇ ସେକେଣ୍ଡରେ ସବୁକିଛି ଓଲଟ ପାଲଟ ହୋଇଗଲା । ସମୁଦ୍ରକୁ ବିମାନ ଏତେ ଦ୍ରୁତ ବେଗରେ ଖସିଲା ଯେ ପାଇଲଟ୍ ମେ ଡେ କଲ୍ ମଧ୍ୟ ଦେଇ ପାରିଲେନି ।

ଆମେରିକାର ମିସିସିପିର ହର୍ଣ୍ଣ ଦ୍ଵୀପ ନିକଟରେ ଏକ ଛୋଟ ବିମାନ ସମୁଦ୍ରକୁ ଖସି ପଡ଼ିଛି । ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକା ତଟ ରକ୍ଷା ବାହିନୀ ୬ ଜଣଙ୍କ ମୃତ୍ୟୁ ତଥ୍ୟ ସ୍ପଷ୍ଟ କରିଛି ।

ଏଥିସହ ପଢ଼ନ୍ତୁ: ଜେନିଫର ବାରେଟୋ ଜିତିଲେ ମିସ୍ ୟୁନିଭର୍ସ ୨୦୨୬, ନିଜ ମାଟିରେ ଇତିହାସ ରଚିଲେ ଜେନିଫର 

ଉଦ୍ଧାରକାରୀ ଏଜେନ୍ସି ଅନୁସାରେ, ଅପରେସନ୍ ବେଳେ ଦୁର୍ଘଟଣାଗ୍ରସ୍ତ ବିମାନରୁ ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ପ୍ରାପ୍ତ ବୟସ୍କଙ୍କ ସହ ଦୁଇ ଜଣ ଛୁଆ ରହିଥିଲେ । ଉଭୟଙ୍କ ବୟସ ୮ ଓ ୧୦ ବର୍ଷ ବୋଲି ଜଣାପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେସନା ସେଣ୍ଟୁରିୟନ୍ ୨୧୦ ବିମାନଟି ମଙ୍ଗଳବାର ଦ୍ଵି ପ୍ରହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମେରିକାର ତଟରକ୍ଷା ବାହିନୀ ଦିନ ୩ଟା ୪୫ରେ ଦୁର୍ଘଟଣା ନେଇ ସୂଚନା ପାଇଥିଲା । ଦୁର୍ଘଟଣାଗ୍ରସ୍ତ ବିମାନର ସମ୍ପର୍କ ଫେଡରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ ଠାରୁ ବିଚ୍ଛିନ୍ନ ହେବ ପରେ ତଟରକ୍ଷା ବାହିନୀକୁ ଆଲର୍ଟ କରାଯାଇଥିଲା ।

ସର୍ଚ୍ଚ ବେଳେ କ'ଣ ମିଳିଲା ?

ଆମେରିକାର ତଟରକ୍ଷା ବାହିନୀ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନ ଖୋଜିବା ବେଳେ ସେଥିରୁ ୩ଟି ଜୀବନ ରକ୍ଷାକାରୀ ଜ୍ୟାକେଟ, ଗୋଟିଏ ରାଫ୍ଟ ମିଳିଛି । ବିମାନର ଅବେଶଷ ମଧ୍ୟରୁ ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

୮, ୮୦୦ ଫୁଟ୍‌ରୁ ସମୁଦ୍ରକୁ ଖସିଲା ବିମାନ

ଫ୍ଲାଇଟ୍ ଟ୍ରାକିଂ ଡାଟା ଅନୁସାରେ, ସେସନ ୨୧୦ ବିମାନଟି ନ୍ୟୁ ଓରଲିନ୍ସରୁ ଫ୍ଳୋରିଡ଼ାର ଫୋର୍ଟ ମାୟର୍ସ ଯାଉଥିଲା । ଉଡ଼ାଣ ଆରମ୍ଭର ପ୍ରାୟ ୩୦ ମିନିଟ୍ ପରେ ବିମାନଟି ମସିସିପିର ପସ୍କାଗୌଲାର ଦକ୍ଷିଣରେ ପ୍ରାୟ ୮, ୮୦୦ ଫୁଟ୍ ଉଚ୍ଚତାରେ ଉଡ଼ାଣ କରୁଥିଲା । ଯାହା ପରେ ହଠାତ୍ ବିମାନ ଅଚାନକ ସମୁଦ୍ରକୁ ଖସିବା ଆରମ୍ଭ କରିଥିଲା ।

ଏଥିସହ ପଢ଼ନ୍ତୁ: Nvidia ଫେରିଲେ ଜେନସେନ ହୁଆଙ୍ଗ, ବଢ଼ିଲା ସେୟାର୍; ଟ୍ରମ୍ପଙ୍କୁ ୧୫ ନିୟୁତ ଡଲାରର ଫାଇଦା 

ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍‌ରାଡାର୨୪ ତଥ୍ୟ ଅନୁସାରେ, ବିମାନଟି ଶେଷ ମୁହୂର୍ତ୍ତରେ ପ୍ରତି ମିନିଟ୍ ୧୮ ହଜାର ଫୁଟ୍ ଖସି ମାତ୍ର କେଇ ସେକେଣ୍ଡରେ ସମୁଦ୍ରରେ ପଡ଼ିଥିଲା । ସେହି ସମୟରେ ବିମାନର ଘଣ୍ଟାପ୍ରତି ବେଗ ୩୦୦ କିମିରୁ ଅଧିକ ଥିଲା । ଯାହା ପରେ ଟ୍ରାକିଂ ଡାଟା ମିଳିବା ବନ୍ଦ ହୋଇ ଯାଇଥିଲା ।