Trump Walkout / 'ବହୁତ ହୋଇଗଲା, ଥ୍ୟାଙ୍କ ୟୁ ଡାର୍ଲିଙ୍ଗ'; ଇଣ୍ଟରଭ୍ୟୁ ଅଧାରୁ ପଳେଇଲେ ଟ୍ରମ୍ପ
·2 hours ago·2 min read

Key Points
ସାମ୍ବାଦିକାଙ୍କ ପ୍ରଶ୍ନବାଣରେ ଘାଇଲା ଟ୍ରମ୍ପ
ମାଇକ୍ ଫିଙ୍ଗି ଅଧାରୁ ଛାଡ଼ିଲେ ସାକ୍ଷାତାକାର
କହିଲେ 'ବହୁତ ହୋଇଗଲା, ଥ୍ୟାଙ୍କ ୟୁ ଡାର୍ଲିଙ୍ଗ'
ମାଇକ୍ ଫିଙ୍ଗି ଅଧାରୁ ଛାଡ଼ିଲେ ସାକ୍ଷାତାକାର
କହିଲେ 'ବହୁତ ହୋଇଗଲା, ଥ୍ୟାଙ୍କ ୟୁ ଡାର୍ଲିଙ୍ଗ'
ଆମେରିକାରେ ଏକ ସାକ୍ଷାତାକାରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏତେ ରାଗ ଆସିଥିଲା ଯେ କ୍ୟାମେରା ସାମ୍ନାରେ ସେ ଉଠି ପଳାଇଥିଲେ । ଉକ୍ତ ଇଣ୍ଟରଭ୍ୟୁରେ ତାଙ୍କୁ ଇରାନ ଯୁଦ୍ଧ, ଦଙ୍ଗାକାରୀଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି ଓ ୨୦୨୦ ନିର୍ବାଚନରେ ଘୋଟାଲା ଭଳି କଡ଼ା ପ୍ରଶ୍ନ କରିଥିଲେ ସାମ୍ବାଦିକା । ସାକ୍ଷାତକାର ଆରମ୍ଭରୁ ଟ୍ରମ୍ପ ଶାନ୍ତ ଥିଲେ, କିନ୍ତୁ ଯେମିତି ଇଣ୍ଟରଭ୍ୟୁ ସମୟ ବଢୁଥିଲା ଆଉ ପ୍ରଶ୍ନକୁ ହଜମ କରିପାରୁନଥିଲେ ଟ୍ରମ୍ପ । ଶେଷରେ ସାମ୍ବାଦିକାଙ୍କ ପ୍ରଶ୍ନରେ ଘାଇଲା ହୋଇ ଅଧାରୁ ଉଠି ପଳାଇଲେ ।
୨୦୨୦ ନିର୍ବାଚନ ବେଳେ ଘୋଟାଲା ହୋଇଥିବା ଟ୍ରମ୍ପଙ୍କ ଅଭିଯୋଗ ଉପରେ ଯେତେବେଳେ ତାଙ୍କୁ ସାମ୍ବାଦିକା ଜଣକ ପ୍ରମାଣ ମାଗିଥିଲେ, ସେତେବେଳେ ହଠାତ୍ କ୍ରୋଧିତ ହୋଇଯାଇଥିଲେ ଟ୍ରମ୍ପ । ସେ ଚ୍ୟାନେଲକୁ ଭ୍ରଷ୍ଟାଚାର ନେଟୱାର୍କ କହିବା ସହ ଇଣ୍ଟରଭ୍ୟୁ ଛାଡ଼ି ଚାଲିଯାଇଥିଲେ । NBC ପକ୍ଷରୁ ଏକ ଶୋ' 'ମିଟ୍ ଦ ପ୍ରେସ୍'ରେ ଉପସ୍ଥାପିକା କ୍ରିଷ୍ଟନ୍ ୱେଲକର ଟ୍ରମ୍ପଙ୍କ ଏହି ସାକ୍ଷାତକାର ନେଉଥିଲେ । ଏହି ଇଣ୍ଟରଭ୍ୟୁଟି ଶୁକ୍ରବାର ୱିସ୍କନସିନର ଏକ ଫାର୍ମରେ ରେକର୍ଡ କରାଯାଇଥିଲା ଏବଂ ରବିବାର ପ୍ରସାରିତ ହୋଇଥିଲା ।
ପଢନ୍ତୁ ଏହି ଖବର: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...
ଏହାପରେ ଟ୍ରମ୍ପ କ୍ୟାମେରା ସାମ୍ନାରୁ ଉଠି ପଳାଇଥିଲେ । ସେତେବେଳେ ଉପସ୍ଥାପିକା ଜଣକ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ରବିବାର ୱେଲକର ଦର୍ଶକଙ୍କୁ କହିଥିଲେ ଯେ ସେ ଶନିବାର ଟ୍ରମ୍ପଙ୍କ ସହିତ ପାଣିପାଗକୁ ନେଇ ହୋଇଥିବା ସମସ୍ୟା ଉପରେ କଥା ହୋଇଥିଲେ ଓ ଟ୍ରମ୍ପ ପୁଣିଥରେ ସାକ୍ଷାତକାର ଦେବାକୁ ସହମତି ପ୍ରକାଶ କରିଛନ୍ତି ।

- ଇଣ୍ଟରଭ୍ୟୁରେ କଣ ହେଲା ?
WOW -- Trump crashes out and cuts his interview with Welker short as she presses him on his lack of evidence for claiming elections are rigged
— Aaron Rupar (@atrupar) June 7, 2026
"You're either crooked or you're stupid. Let's call it quits. Because I've had enough. Thank you darling," he tells her."
"I traveled… pic.twitter.com/qQaNIDnX4y
- କେଉଁ ପ୍ରଶ୍ନରେ ମାଇକ୍ ଫିଙ୍ଗିଲେ ଟ୍ରମ୍ପ ?
ପଢନ୍ତୁ ଏହି ଖବର: ସୀମା ଟପିଗଲେ ଟ୍ରମ୍ପ; ନେତାନ୍ୟାହୁଙ୍କୁ କହିଲେ...
ଏହାପରେ ଟ୍ରମ୍ପ କ୍ୟାମେରା ସାମ୍ନାରୁ ଉଠି ପଳାଇଥିଲେ । ସେତେବେଳେ ଉପସ୍ଥାପିକା ଜଣକ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି । ରବିବାର ୱେଲକର ଦର୍ଶକଙ୍କୁ କହିଥିଲେ ଯେ ସେ ଶନିବାର ଟ୍ରମ୍ପଙ୍କ ସହିତ ପାଣିପାଗକୁ ନେଇ ହୋଇଥିବା ସମସ୍ୟା ଉପରେ କଥା ହୋଇଥିଲେ ଓ ଟ୍ରମ୍ପ ପୁଣିଥରେ ସାକ୍ଷାତକାର ଦେବାକୁ ସହମତି ପ୍ରକାଶ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories