Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିଜ ବଡ଼ ପୁଅ ବାହାଘରକୁ ଯିବେନି ଟ୍ରମ୍ପ; ଖୋଲି କହିଦେଲେ କାରଣ

International

Trump son wedding / ନିଜ ବଡ଼ ପୁଅ ବାହାଘରକୁ ଯିବେନି ଟ୍ରମ୍ପ; ଖୋଲି କହିଦେଲେ କାରଣ

Debashree Debasmita Sahoo
Browse all articles by Debashree Debasmita Sahoo
·11 hours ago·3 min read
ନିଜ ବଡ଼ ପୁଅ ବାହାଘରକୁ ଯିବେନି ଟ୍ରମ୍ପ; ଖୋଲି କହିଦେଲେ କାରଣ
Trump son wedding

Key Points

ମେ ୨୩ ତାରିଖରେ ଟ୍ରମ୍ପଙ୍କ ବଡ଼ ପୁଅର ବାହାଘର
ହେଲେ ଯିବେନି ବାପା ଟ୍ରମ୍ପ, ନିଜେ କହିଲେ କାରଣ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆସନ୍ତାକାଲି (ମେ ୨୩)ରେ ବିବାହ କରିବାକୁ ଯାଉଛନ୍ତି । ବାହାମାସର ଏକ ଘରୋଇ ଦ୍ୱୀପରେ ସେ ନିଜର ବାନ୍ଧବୀ ତଥା ପାମ୍ ବିଚ୍ ସମାଜସେବୀ ବେଟିନା ଆଣ୍ଡରସନଙ୍କୁ ବିବାହ କରିବେ । କିନ୍ତୁ ବିବାହରେ ଯୋଗ ଦେଇପାରନ୍ତି ନାହିଁ ତାଙ୍କ ବାପା ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ବିବାହ ସମାରୋହର ଅତିଥି ତାଲିକାରେ କେବଳ ପରିବାର ଏବଂ ନିକଟତମ ବନ୍ଧୁଙ୍କୁ ମିଶାଇ ମୋଟ ୫୦ ଜଣ ଅଛନ୍ତି ।

ତେବେ ଟ୍ରମ୍ପ ନିଜ ପୁଅ ବାହାଘରରେ ସାମିଲ ନ ହେବାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ହେଉଛି । ଟ୍ରମ୍ପ ନିଜେ ବିବାହ ଉତ୍ସବରେ ସାମିଲ ନ ହେବାର କାରଣ ମଧ୍ୟ କହିଛନ୍ତି । ଇରାନ ଯୁଦ୍ଧ ମଧ୍ୟରେ ତାଙ୍କ ନିକଟରେ ସମୟ ନାହିଁ ଏବଂ ସବୁଠୁ ବଡ଼ କଥା ହେଉଛି ସୁରକ୍ଷା ଚିନ୍ତା । ଏଥିଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପ ବିବାହ ଉତ୍ସବରେ ଯୋଗଦେବେ କି ନାହିଁ ସାର୍ବଜନୀନ ଭାବେ ସ୍ପଷ୍ଟ କରିନାହାନ୍ତି ।

  • 'ମୁଁ ବିବାହ ଉତ୍ସବରେ ଯୋଗଦେଲେ, ମୋତେ ହତ୍ୟା କରାଯିବ'
ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ, ଟ୍ରମ୍ପ ଯୋଗ ଦେବେ ନାହିଁ । ଏକ ପ୍ରେସ କନଫରେନ୍ସରେ ଯୋଗ ଦେଇ ଟ୍ରମ୍ପ ଇରାନ ଭଳି ଅନ୍ତର୍ଜାତୀୟ ପ୍ରସଙ୍ଗକୁ ଉଦ୍ଧୃତ କରି ତାଙ୍କ ପୁଅର ବିବାହ ସମୟକୁ ଚ୍ୟାଲେଞ୍ଜିଂ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, "ଏହା ମୋ ପାଇଁ ଭଲ ସମୟ ନୁହେଁ । ମୋ ନିକଟରେ ଇରାନ ସହିତ ଅନ୍ୟ ଗମ୍ଭୀର ପ୍ରସଙ୍ଗ ଅଛି ।" ଟ୍ରମ୍ପ ଏକ ମିଛ ପ୍ରେସ୍ କଭରେଜ୍ ବିଷୟରେ ଉଲ୍ଲେଖ କରି କହିଛନ୍ତି, "କିଛି ମିଛ ଖବର ଅନୁସାରେ ଯଦି ମୁଁ ଯୋଗ ଦିଏ, ତେବେ ମୋତେ ହତ୍ୟା କରାଯିବ, ଯଦି ମୁଁ ଯୋଗ ନଦିଏ ତଥାପି ମୋତେ ହତ୍ୟା କରାଯିବ ।" ଏଣୁ ଏହି ସମୟ ତାଙ୍କ ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି ଟ୍ରମ୍ପ ।


  • ଦ୍ଵିତୀୟ ବିବାହ କରିବେ ଟ୍ରମ୍ପଙ୍କ ବଡ଼ ପୁଅ
ଏହା ୪୮ ବର୍ଷୀୟ ଟ୍ରମ୍ପ ଜୁନିଅରଙ୍କ ଦ୍ୱିତୀୟ ବିବାହ ହେବ । ସେ ପୂର୍ବରୁ ଭାନେସା ଟ୍ରମ୍ପଙ୍କୁ ବିବାହ କରିଥିଲେ । ବିବାହର ୧୨ ବର୍ଷ ପରେ ଅର୍ଥାତ ୨୦୧୮ରେ ସେ ତାଙ୍କୁ ଛାଡପତ୍ର ଦେଇଥିଲେ । ତାଙ୍କର ଭାନେସାଙ୍କ ସହିତ ୫ଟି ସନ୍ତାନ ଅଛନ୍ତି, ସେମାନେହ ହେଉଛନ୍ତି କାଇ, ଡୋନାଲ୍ଡ, ଟ୍ରିଷ୍ଟାନ, ସ୍ପେନ୍ସର ଏବଂ କ୍ଲୋଇ । ନିକଟରେ ଭାନେସାଙ୍କୁ ସ୍ତନ କର୍କଟ ରୋଗ ହୋଇଥିବା ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ପ୍ରକାଶ କରିଥିଲେ ।

ପଢନ୍ତୁ ଏହି ଖବର: ଇଦ ପୂର୍ବରୁ ବଜାରରେ ବଢୁଛି ଟ୍ରମ୍ପ-ନେତାନ୍ୟାହୁ ମଇଁଷିର ଚାହିଦା; ସେଲ୍ଫି ପାଇଁ ପ୍ରବଳ ଭିଡ଼



  • ଡିସେମ୍ବରରେ ହୋଇଥିଲା ନିର୍ବନ୍ଧ
ଗତ ଡିସେମ୍ବର ମାସରେ ହ୍ୱାଇଟ୍ ହାଉସ୍ ଛୁଟିଦିନର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ୍ ଜୁନିଅର ଏବଂ ବେଟିନା ସେମାନଙ୍କର ନିର୍ବନ୍ଧ ଘୋଷଣା କରିଥିଲେ । ଏହି ଉତ୍ସବରେ ଅତିଥିମାନଙ୍କୁ ସମ୍ବୋଧିତ କରି ଜୁନିଅର ଟ୍ରମ୍ପ କହିଥିଲେ, "ମୁଁ ବେଟିନାଙ୍କୁ ସେହି ଗୋଟିଏ ଶବ୍ଦ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି: ଯାହା ହେଉଛି'ହଁ' ।" ଏହାପରେ ବେଟିନା କହିଥିଲେ, "ଏହା ମୋ ପାଇଁ ସବୁଠାରୁ ଅବିସ୍ମରଣୀୟ ସପ୍ତାହାନ୍ତ ହୋଇଛି । ମୁଁ ମୋ ଜୀବନର ପ୍ରେମକୁ ବିବାହ କରିବାକୁ ଯାଉଛି ଏବଂ ମୁଁ ବିଶ୍ୱର ସବୁଠାରୁ ଭାଗ୍ୟବାନ ଝିଅ ପରି ଅନୁଭବ କରୁଛି।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump Says He Will Try To Attend His Son’s Wedding Amid Busy Schedule | Argus News