Videos
|
International

US Attack on Iran / ୨୪ ଘଣ୍ଟାରେ ପୁଣି ଥରେ ଇରାନ ଉପରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼, ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆକ୍ରମଣ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
୨୪ ଘଣ୍ଟାରେ ପୁଣି ଥରେ ଇରାନ ଉପରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼, ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆକ୍ରମଣ
America

Key Points

US-Iran ତିକ୍ତତା ବଢ଼ିଲା
ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନରେ ବଡ଼ ଆକ୍ରମଣ
ଇରାନର ଡ୍ରୋନ ବେସ୍ ଓ ପ୍ରତିରକ୍ଷା କେନ୍ଦ୍ରକୁ ଟାର୍ଗେଟ୍ କଲା ଆମେରିକା
୨୪ ଘଣ୍ଟାରେ ପୁଣି ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ । ଇରାନର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ । ହର୍ମୁଜରେ ପାନାମା ପତାକା ଯୁକ୍ତ ତୈଳ ଜାହାଜ ଉପରେ ଇରାନର ଆକ୍ରମଣକୁ ଜବାବ ଦେବାକୁ ଯାଇ ଏହି ଆକ୍ରମଣ କରିଛି ଆମେରିକା ।

ଜାହାଜକୁ ଟାର୍ଗେଟ୍ କରି ଇରାନ ଶାନ୍ତି ଚୁକ୍ତିର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି US । ତେବେ ଗତ ୨୪ ଘଣ୍ଟାରେ ଏହା ଆମେରିକାର ଇରାନ ଉପରେ ଦ୍ବିତୀୟ ଆକ୍ରମଣ । ଯାହା ପରେ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିବା ନେଇ ସୂଚନା ଦେଇଛି ଆମେରିକାର ସେଣ୍ଟ୍ରାଲ କମାଣ୍ଡ ।

ଅଧିକ ପଢ଼ନ୍ତୁ: ୬ ବର୍ଷ ପରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ; ସୂଚନା ଦେଲେ ରୁବିୟୋ


ଇରାନର ସାମରିକ ନିରୀକ୍ଷଣ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ, ଡ୍ରୋନ ସଂରକ୍ଷଣ ସୁବିଧା ଏବଂ ସମୁଦ୍ର-ଭିତ୍ତିକ ମାଇନ୍ ବିଛାଇବା କ୍ଷମତାକୁ ଟାର୍ଗେଟ କରିଛି ଆମେରିକୀୟ ସେନା । ଦକ୍ଷିଣ ସିରିକ୍ ସହର ନିକଟରେ ବିସ୍ଫୋରଣ ଶୁଣାଯାଇଥିଲା । ଅନେକ ପ୍ରୋଜେକ୍ଟାଇଲ୍ ଏକ ଟେଲିକମ୍ୟୁନିକେସନ୍ ଟାୱାର ଏହି ଆକ୍ରମଣରେ ଧ୍ବଂସ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ପରେ ୱାସିଂଟନ ଏବଂ ତେହେରାନ ଭିତରେ ଉତ୍ତେଜନା ବୃଦ୍ଧି ପାଇଛି। ଯାହା ଅଞ୍ଚଳରେ ସ୍ଥିରତାକୁ ପୁଣି ଭଙ୍ଗ କରିଛି । ସେପଟେ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆକ୍ରମଣ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯୁଦ୍ଧବିରତି ଚୁକ୍ତିନାମାର ବାରମ୍ବାର ଉଲ୍ଲଂଘନ ପାଇଁ ଆମେରିକୀୟ ବିମାନ ଇରାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଷ୍ଟକ୍ପାଇଲ୍ ଏବଂ ରାଡାର ସାଇଟ ଉପରେ ଆକ୍ରମଣ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପ ଆହୁରି କହିଛନ୍ତି ଯେ ଯଦି ଇରାନ ତା'ର କାର୍ଯ୍ୟକଳାପ ବନ୍ଦ ନ କରେ, ତେବେ ଆମେରିକା ଆହୁରି ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେ ଚେତାବନୀ ଦେଇଛନ୍ତି ଯେ ଯଦି ଆଗକୁ ଇରାନ ଏମିତି କରେ ତେବେ ଇରାନର ଅସ୍ତିତ୍ବ ସମାପ୍ତ ହୋଇପାରେ ।