Videos
|
International

Tariff War / ଭାରତ ସହ ୫ ଦେଶ ଉପରେ ଆମେରିକା ଲଗାଇବ ୧୦୦% ଟାରିଫ୍; ସିନେଟ୍‌ରେ ବିଲ୍ ପାସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭାରତ ସହ ୫ ଦେଶ ଉପରେ ଆମେରିକା ଲଗାଇବ ୧୦୦% ଟାରିଫ୍; ସିନେଟ୍‌ରେ ବିଲ୍ ପାସ୍
US Imposes 100% Tax on 5 Nations

Key Points

ଆମେରିକା ଆଦାୟ କରିବ ୧୦୦ ପ୍ରତିଶତ ଟାରିଫ୍ । ଋଷ ଠାରୁ ତୈଳ କିଣିଥୁବା ଦେଶ ଉପରେ ଆର୍ଥିକ ପ୍ରହାର ପାଇଁ ଆମେରିକା ପ୍ରକ୍ରିୟା ଆରମ୍ଭ କରିଛି ।
ନୂଆଦିଲ୍ଲୀ: ପୁଣି ଟ୍ରମ୍ପ ଆରମ୍ଭ କଲେ ଟାରିଫ୍ ୱାର୍ । ଆମେରିକାର ସିନେଟ୍‌ରେ ପାସ୍ ହେଲା ବିଲ୍ । ଏଣିକି ଆମେରିକା ଆଦାୟ କରିବ ୧୦୦ ପ୍ରତିଶତ ଟାରିଫ୍ । ଋଷ ଠାରୁ ତୈଳ କିଣିଥୁବା ଦେଶ ଉପରେ ଆର୍ଥିକ ପ୍ରହାର ପାଇଁ ଆମେରିକା ପ୍ରକ୍ରିୟା ଆରମ୍ଭ କରିଛି । ଆଉ ଆମେରିକା ସିନେଟରେ ଋଷ ଓ ତାର ପ୍ରମୁଖ ତୈଳ କ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଦିଷ୍ଟ ବିଲ୍‌କୁ ୮୬-୧୧ ଭୋଟ୍‌ରେ ମଞ୍ଜୁରୀ ମିଳିଛି ।

ବିଲ୍‌ରେ ରହିଥିବା ପ୍ରସ୍ତାବ ଅନୁସାରେ, ଋଷ ଠାରୁ ତୈଳ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ଶତ ପ୍ରତିଶତ ଟାରିଫ୍ ଲାଗୁ କରାଯିବ । ଏବେ ଏହି ବିଲ୍ ଆମେରିକା ପ୍ରତିନିଧି ସଭାକୁ ଯିବ । ସେଠାରେ ଅନୁମୋଦନ ପରେ ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ।

ଏଥିସହ ପଢ଼ନ୍ତୁ: ଜେଜେବାପାଙ୍କୁ ହତ୍ୟା ପରେ ସ୍କୁଲରେ ଭୟଙ୍କର ଗୁଳିକାଣ୍ଡ…. ଅଷ୍ଟମ ଶ୍ରେଣୀ ଛାତ୍ରର ଗୁଳିରେ ୮ ମୃତ

ଆମେରିକା ସିନେଟରେ ପାରିତ ବିଲ୍ ଲାଗୁ ହେଲେ ଭାରତ, ଚୀନ ଅନ୍ୟ ଦେଶ ପ୍ରଭାବିତ ହେବେ । ଋଷ ଠାରୁ ପେଟ୍ରୋଲିୟମ୍ ଉତ୍ପାଦ କିଣି ୟୁକ୍ରେନ୍ ଯୁଦ୍ଧକୁ ପ୍ରୋତ୍ସାହନ ଯୋଗାଉଥିବା ଆମେରିକା ଯୁକ୍ତି ବାଢ଼ି ଆସୁଛି ।

ଏବେ ସିନେଟରେ ଆସିଥିବା ବିଲ୍‌ର ନାଁ ବଦଳାଇ ଲିଣ୍ଡସେ ଓ. ଗ୍ରାହମ ସାଙ୍କସନିଂ ଏସିଆ ଏଣ୍ଡ୍ ଇରାନ୍ ଆକ୍ଟ ଅଫ୍ -୨୦୨୬ କରାଯାଇଛି । ଯାହାକୁ ସିନେଟ୍ ଅନୁମୋଦନଦେଇଛି । ଏହି ବିଲ୍ ଦ୍ଵାରା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ, ଋଷ ଠାରୁ ତୈଳ କିଣୁଥିବା ପ୍ରମୁଖ ଶ୍ରେଷ୍ଠ ୫ ଦେଶ ଉପରେ ଶତ ପ୍ରତିଶତ ଟାରିଫ୍ ଲଗାଇ ପାରିବେ ।

ଋଷ ଠାରୁ ତୈଳ କିଣୁଥିବା ଶୀର୍ଷ ୫ ରାଷ୍ଟ୍ର ହେଉଛନ୍ତି ଚୀନ, ଭାରତ, ଅଜରବୈଜାନ, ହଙ୍ଗରେ ଓ ସ୍ଲୋଭାକିଆ । ଋଷ ଉପରେ ପ୍ରତିବନ୍ଧକ ସହ ଏହି ବିଲ୍ ଇରାନ ସ୍ୟାଙ୍କସନ ଆକ୍ଟ ଅଫ୍ ୧୯୯୬ର ସମୟ ସୀମା ୨୦୩୧ ପର୍ଯ୍ୟନ୍ତ ବୃଦ୍ଧି କରିବ । ଏହି ଆଇନ୍ ବଳରେ ଇରାନର ଇନ୍ଧନ କ୍ଷେତ୍ରରେ ନିବେଶ କରୁଥିବା ଉପରେ ଫାଇନ ଲଗାଯାଇ ପାରିବ ।

ଆମେରିକା ସିନେଟରେ ଏହି ବିଲକୁ ଉଭୟ ଦଳର ସମର୍ଥନ ରହିଛି । ଯାହାକୁ ରିପବ୍ଲିକନ ସିନେଟର ଲିଣ୍ଡେସ୍ ଗ୍ରାହମ (ଜୁଲାଇ ୧୧ରେ ଦେହାନ୍ତ) ଓ ଡେମୋକ୍ରାଟ ରିଚର୍ଡ ବ୍ଲୁମେଥନ ଆଣିଥିଲେ । କିଭ୍ ଗସ୍ତ ବେଳେ ଗ୍ରାହମଙ୍କ ଅଚାନକ ଦେହାନ୍ତ ପରେ ଦୁଇ ଦଳର ନେତା ଉତ୍ସାହର ସହ ବିଲ୍ ପାସ୍ କରିଛନ୍ତି । ଯାହାକି ଦିବଙ୍ଗତ ସିନେଟରଙ୍କ ପ୍ରତି ସମ୍ମାନ ହେବ ।

ଏଥିସହ ପଢ଼ନ୍ତୁ: ୪୦ ଡିଗ୍ରୀ ଗରମ; 'କୁକୁର ସୁପ୍' ପିଇବାକୁ କାହିଁକି ଲୋକଙ୍କୁ କହୁଛନ୍ତି ଉତ୍ତର କୋରିଆ ସରକାର ? 

ଦିବଙ୍ଗତ ସିନେଟର ଗ୍ରାହମଙ୍କ ସଦେହାନ୍ତ ପରେ ତାଙ୍କ ଭଉଣୀ ଡାର୍ଲିନ ଗ୍ରାହମଙ୍କୁ ସିନେଟର ନିଯୁକ୍ତ କରାଯାଇଛି । ବିଲ୍‌କୁ ନେଇ ସେ କହିଛନ୍ତି, "ଋଷର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରି ରଖିଥିବା ପ୍ରମୁଖ ଦେଶଗୁଡ଼ିକୁ ଏକ ସରଳ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ବିକଳ୍ପ ବାଛିବା ଲାଗି ବିଲ୍ ବାଧ୍ୟ କରିବ । ଆମେରିକା ସହ ବ୍ୟବସାୟ କିମ୍ବା ଋଷ ଠାରୁ ଶସ୍ତା ତୈଳ କିଣିବାର ବିକଳ୍ପ ଦେବ ।" ଏବେ ଏହି ବିଲ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସକୁ ପଠାଯାଇଛି । ଅଗଷ୍ଟ ୩୧ରେ ପୁଣି ଥରେ ବୈଠକ ବସିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: