US Tests Missile / ଇରାନ ଯୁଦ୍ଧ ଭିତରେ 'ଡୁମ୍ସଡେ' ମିସାଇଲ୍ର ପରୀକ୍ଷଣ କଲା ଆମେରିକା; ପୃଥିବୀର କେଉଁଠି ବି କରି ପାରିବ ପ୍ରହାର
·1 month ago·2 min read

Key Points
ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ୍ର ପରୀକ୍ଷଣ କରି ଆମେରିକା, ଇରାନକୁ ବଡ଼ ଚେତାବନୀ ଦେଇଛି । ଇରାନ ସହ ଯୁଦ୍ଧର ଷଷ୍ଠ ଦିନରେ ଆମେରିକା ମିନିଟମ୍ୟାନ-୩ 'ଡୁମ୍ସଡେ' ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍ର ପରୀକ୍ଷଣ କରିଛି ।
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ସଂଘର୍ଷ ଭିତରେ ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ଆସିଲା ବଡ଼ ଖବର । ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ୍ର ପରୀକ୍ଷଣ କରି ଆମେରିକା, ଇରାନକୁ ବଡ଼ ଚେତାବନୀ ଦେଇଛି । ଇରାନ ସହ ଯୁଦ୍ଧର ଷଷ୍ଠ ଦିନରେ ଆମେରିକା ମିନିଟମ୍ୟାନ-୩ 'ଡୁମ୍ସଡେ' ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍ (ICBM)ର ପରୀକ୍ଷଣ କରିଛି ।
ଏହି ମିସାଇଲ୍ ହିରୋସୀମାରେ ପକା ଯାଇଥିବା ପରମାଣୁ ବୋମା ଠାରୁ ପ୍ରାୟ ୨୦ ଗୁଣ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି । ଏକ ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ କାର୍ଲିଫର୍ଣିଆର ବେଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସରୁ ଏୟାର ଫୋର୍ସ ଗ୍ଲୋବାଲ ଷ୍ଟ୍ରାଇକ୍ କମାଣ୍ଡ ମିନିଟମ୍ୟାନ-୩ ମିସାଇଲ୍ ପରୀକ୍ଷଣ କରିଛି । ଏଥିସହ ଏହି ମିସାଇଲ୍ ଭୂ-ପୃଷ୍ଠରେ ହିଟ୍ କରିବା ପୂର୍ବରୁ ସ୍ଵୟଂ ତିନି ପାର୍ଶ୍ଵକୁ ଉଡ଼ି ପାରିବ ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ, ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍
ଯେଉଁଥିରେ ଦୁଇଟି ଟେଷ୍ଟ ରି-ଏଣ୍ଟି ଭେଇକିଲ୍ ଯୋଡ଼ା ଯାଇଥିଲା । ଆମେରିକା ସ୍ପେସ୍ ଫୋର୍ସ ଅନୁସାରେ, "ଏହି ପରୀକ୍ଷଣ ଦୀର୍ଘ ଦିନର ଚାଲୁଛି, ଯାହାକି ନିୟମିତ ମୂଲ୍ୟାଙ୍କନ କାର୍ଯ୍ୟକ୍ରମର ଅଂଶ ବିଶେଷ ଅଟେ ।"
ସ୍ପିଡ୍ ଉଡ଼ାଇବ ହୋଶ୍
ମିନିଟମ୍ୟାନ-୩ ଆମେରିକା ରଣନୀତିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଯାହା ପ୍ରାୟ ୬ ହଜାର ମାଇଲ୍ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ । ଏହା ଘଣ୍ଟାପ୍ରତି ୧୫ ହଜାର ମାଇଲ୍ ସ୍ପିଡ୍ରେ ଉଡ଼ି ପାରିବ । ଫଳରେ ଏହା କିଛି ମିନିଟ୍ରେ ଗୋଟିଏ ମହାଦ୍ଵୀପରୁ ଅନ୍ୟ ମହାଦ୍ଵୀପକୁ ଯାଇ ପାରିବ । ପୃଥିବାର ଯେ କୌଣସି ସ୍ଥାନରେ ପ୍ରହାର ପାଇଁ ସକ୍ଷମ ଅଟେ ।
ଏଥିସହ ପଢ଼ନ୍ତୁ: ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?
ଆମେରିକା ସ୍ପେସ୍ ଫୋର୍ସ ଅନୁସାରେ, "ବିଗତ କିଛି ଦଶନ୍ଧି ଧରି ଏଭଳି ୩୦୦ରୁ ଅଧିକ ପରୀକ୍ଷଣ ସରିଛି । ଫଳରେ ଭୂ-ପୃଷ୍ଠ ଆଧାରିତ ପରମାଣୁ ପ୍ରତିରୋଧକ କ୍ଷମତାର ବିଶ୍ଵସନୀୟତା, ସଠିକତା ଓ ପ୍ରସ୍ତୁତି ଯାଞ୍ଚ କରାଯାଇ ପାରିବ । ଏହି ପରୀକ୍ଷଣ ଅନେକ ବର୍ଷ ପୂର୍ବରୁ ନିର୍ଦ୍ଧାରିତ ଥିଲା ।"
ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରି ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ନିହତ ହୋଇଛନ୍ତି । ଯାହାପରେ ଇରାନ ରକ୍ତମୁଖା ହୋଇ ଉଠିଛି । ଏହି ସମୟରେ ଆମେରିକା ପରମାଣୁ ମିସାଇଲ୍ ପରୀକ୍ଷଣ କରିବା ଯୁଦ୍ଧକୁ ନୂଆ ଇନ୍ଧନ ଦେଇପାରେ ।
🚨🇺🇸U.S. just tested a Minuteman III ballistic missile off the California coast while war rages in Iran.
— Mario Nawfal (@MarioNawfal) March 5, 2026
The ICBM can carry nuclear warheads 20x more powerful than Hiroshima and travel 6,000 miles at 15,000 mph.
It hit its target near the Marshall Islands.
Pentagon says it was… https://t.co/0Xqjtatg7T pic.twitter.com/xYUN2yGOvj
ଏହି ମିସାଇଲ୍ ହିରୋସୀମାରେ ପକା ଯାଇଥିବା ପରମାଣୁ ବୋମା ଠାରୁ ପ୍ରାୟ ୨୦ ଗୁଣ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି । ଏକ ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ କାର୍ଲିଫର୍ଣିଆର ବେଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସରୁ ଏୟାର ଫୋର୍ସ ଗ୍ଲୋବାଲ ଷ୍ଟ୍ରାଇକ୍ କମାଣ୍ଡ ମିନିଟମ୍ୟାନ-୩ ମିସାଇଲ୍ ପରୀକ୍ଷଣ କରିଛି । ଏଥିସହ ଏହି ମିସାଇଲ୍ ଭୂ-ପୃଷ୍ଠରେ ହିଟ୍ କରିବା ପୂର୍ବରୁ ସ୍ଵୟଂ ତିନି ପାର୍ଶ୍ଵକୁ ଉଡ଼ି ପାରିବ ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ, ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍
ଯେଉଁଥିରେ ଦୁଇଟି ଟେଷ୍ଟ ରି-ଏଣ୍ଟି ଭେଇକିଲ୍ ଯୋଡ଼ା ଯାଇଥିଲା । ଆମେରିକା ସ୍ପେସ୍ ଫୋର୍ସ ଅନୁସାରେ, "ଏହି ପରୀକ୍ଷଣ ଦୀର୍ଘ ଦିନର ଚାଲୁଛି, ଯାହାକି ନିୟମିତ ମୂଲ୍ୟାଙ୍କନ କାର୍ଯ୍ୟକ୍ରମର ଅଂଶ ବିଶେଷ ଅଟେ ।"
ସ୍ପିଡ୍ ଉଡ଼ାଇବ ହୋଶ୍
ମିନିଟମ୍ୟାନ-୩ ଆମେରିକା ରଣନୀତିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଯାହା ପ୍ରାୟ ୬ ହଜାର ମାଇଲ୍ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ । ଏହା ଘଣ୍ଟାପ୍ରତି ୧୫ ହଜାର ମାଇଲ୍ ସ୍ପିଡ୍ରେ ଉଡ଼ି ପାରିବ । ଫଳରେ ଏହା କିଛି ମିନିଟ୍ରେ ଗୋଟିଏ ମହାଦ୍ଵୀପରୁ ଅନ୍ୟ ମହାଦ୍ଵୀପକୁ ଯାଇ ପାରିବ । ପୃଥିବାର ଯେ କୌଣସି ସ୍ଥାନରେ ପ୍ରହାର ପାଇଁ ସକ୍ଷମ ଅଟେ ।
ଏଥିସହ ପଢ଼ନ୍ତୁ: ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?
ଆମେରିକା ସ୍ପେସ୍ ଫୋର୍ସ ଅନୁସାରେ, "ବିଗତ କିଛି ଦଶନ୍ଧି ଧରି ଏଭଳି ୩୦୦ରୁ ଅଧିକ ପରୀକ୍ଷଣ ସରିଛି । ଫଳରେ ଭୂ-ପୃଷ୍ଠ ଆଧାରିତ ପରମାଣୁ ପ୍ରତିରୋଧକ କ୍ଷମତାର ବିଶ୍ଵସନୀୟତା, ସଠିକତା ଓ ପ୍ରସ୍ତୁତି ଯାଞ୍ଚ କରାଯାଇ ପାରିବ । ଏହି ପରୀକ୍ଷଣ ଅନେକ ବର୍ଷ ପୂର୍ବରୁ ନିର୍ଦ୍ଧାରିତ ଥିଲା ।"
ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରି ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ନିହତ ହୋଇଛନ୍ତି । ଯାହାପରେ ଇରାନ ରକ୍ତମୁଖା ହୋଇ ଉଠିଛି । ଏହି ସମୟରେ ଆମେରିକା ପରମାଣୁ ମିସାଇଲ୍ ପରୀକ୍ଷଣ କରିବା ଯୁଦ୍ଧକୁ ନୂଆ ଇନ୍ଧନ ଦେଇପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories