Videos
|
International

Khoi Nguyen 18 Sinking / ଦକ୍ଷିଣ ଚୀନ୍ ସାଗରରେ ବୁଡ଼ିଲା ଭିଏତନାମ ଜାହାଜ; ୪୫ ଉଦ୍ଧାର

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦକ୍ଷିଣ ଚୀନ୍ ସାଗରରେ ବୁଡ଼ିଲା ଭିଏତନାମ ଜାହାଜ; ୪୫ ଉଦ୍ଧାର
Khoi Nguyen 18 Sinking

Key Points

ବଞ୍ଚିଥିବା ଲୋକଙ୍କୁ ଠାବ କରିବା ପାଇଁ ସାଟେଲାଇଟ୍ ଫଟୋ ମଧ୍ୟ ବ୍ୟବହାର କରାଯାଇଥିଲା। ଘଟଣାସ୍ଥଳରେ ଏବେ ମଧ୍ୟ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Khoi Nguyen 18 Rescue Operation: ଶନିବାର ଦକ୍ଷିଣ ଚୀନ୍ ସାଗରରେ ବୁଡ଼ି ଯାଇଥିଲା ଏକ ମାଲବୋଝେଇ ଭିଏତନାମ ଜାହାଜ। ଏହି ଘଟଣା ୟୋଙ୍ଗସୁ ରିଫ୍ ନିକଟରେ ଘଟିଥିଲା। "ଗ୍ଲୋବାଲ୍ ଟାଇମ୍ସ" ରିପୋର୍ଟ ଅନୁସାରେ ଜାହାଜ ବୁଡ଼ିଯିବା ଘଟଣାରେ ଏପର୍ଯ୍ୟନ୍ତ ୪୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଲୋକଙ୍କ ମଧ୍ୟରୁ ଶେଷ ବ୍ୟକ୍ତିଙ୍କୁ ରବିବାର ଦିନ ୧:୪୨ ସମୟରେ ଚୀନ୍ ଦ୍ୱାାରା ଉଦ୍ଧାର କରାଯାଇଥିଲା। ଏହି କାର୍ଯ୍ୟରେ ସହାୟତା ପାଇଁ ଚୀନ୍ ୬ ଜାହାଜ ଏବଂ ଗୋଟିଏ ଉଦ୍ଧାରକାରୀ ହେଲିକ୍ୟାପ୍ଟର ପଠାଇଥିଲା। ଏହି ଉଦ୍ଧାର ଅଭିଯାନରେ ୭ ଭିଏତନାମ ଜାହାଜ ସାମିଲ ହୋଇଥିଲେ। ଯିଏ ଏବେ ଘଟଣାସ୍ଥଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ଅଂଶଗ୍ରହଣ କରିଛି।

ସାଂଶା ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କେନ୍ଦ୍ର (Sansha Maritime Search & Rescue Center China) ଅଧିକାରୀଙ୍କ ଅନୁଯାୟୀ, ଏହି ଜାହାଜର ନାଁ "ଖୋଆଇ ନ୍ଗୁଏନ୍ ୧୮" (Khoi Nguyen 18)। ଯେଉଁଥିରେ ଭିଏତନାମ ପତାକ (Vietnam Flagged Cargo Vessel) ରହିଥିଲା। ଯାହାର ଲମ୍ବ ୬୯.୯ ମିଟର ଏବଂ ଏହା ୧୦.୮ ମିଟର ଚଉଡ଼ା ରହିଥିଲା। ଏହି ମାଲବୋଝେଇ ଜାହାଜରେ ୬୨ ଜଣ ଲୋକ ରହିଥିଲେ।

ଏହା ସହ ପଢନ୍ତୁ: ବଙ୍ଗୋପସାଗରରେ ବୁଡ଼ିଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା; ୫ ଶହରୁ ଅଧିକ ମୃତ୍ୟୁ ଆଶଙ୍କା

ଚୀନ୍‌-ଭିଏତନାମ ପକ୍ଷରୁ ଜାରି ରହିଛି ମିଳିତ ଉଦ୍ଧାର ଅଭିଯାନ
ଚୀନୀ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଚୀନ୍ ସାଗରରେ ମାଲବୋଝେଇ ଜାହାଜ ବୁଡ଼ିଯିବା ପରେ ଚୀନ୍‌-ଭିଏତନାମ ପକ୍ଷରୁ ଏକ ମିଳିତ ସନ୍ଧାନ ଏବଂ ଉଦ୍ଧାର କେନ୍ଦ୍ର ସ୍ଥାପନ କରିଛନ୍ତି। ଚୀନ୍‌ର ଉଦ୍ଧାର ଜାହାଜ "ନାନହାଇ ଜିଉ ୧୧୫" (Nanhai Jiu 115) ଘଟଣାସ୍ଥଳର ଉଦ୍ଧାର ଅଭିଯାନର ନେତୃତ୍ୱ ନେଉଛି। ଶନିବାର ସନ୍ଧ୍ୟା ୬:୫୩ ସମୟରେ, ସନ୍ଧାନ ଏବଂ ଉଦ୍ଧାର ଅଧିକାରୀ, ହୈନାନ୍ ପ୍ରଦେଶ ସ୍ଥିତ ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କେନ୍ଦ୍ରରୁ (Hainan Provincial Maritime Search & Rescue Center) ଏକ ସତର୍କ ସୂଚନା ପାଇଥିଲେ।

ଏଥିରେ କୁହାଯାଇଥିଲା ଯେ ଗତକାଲି ସନ୍ଧ୍ୟା ୬:୨୩ ସମୟରେ, ସାନ୍ୟା ଫେରୁଥିବା ସମୟରେ, ଚୀନ୍ ଉଦ୍ଧାରକାରୀ ଜାହାଜ "ନାନହାଇ ଜିଉ ୧୧୫" ଏକ ଜୀବନରକ୍ଷକ ଭେଳା (life Raft) ଜୀବନ ରହଣି ଦେଖି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଯେଉଁଥିରେ ୬୨ ଜଣ ଭିଏତନାମ ନାଗରିକ ରହିଥିଲେ ଯେଉଁମାନଙ୍କୁ ତୁରନ୍ତ ସହାୟତା ଆବଶ୍ୟକ ଥିଲା। ବଞ୍ଚିଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ସାଟେଲାଇଟ୍ ଫଟୋ ମଧ୍ୟ ବ୍ୟବହାର କରାଯାଇଥିଲା। ସେହିପରି ଘଟଣାସ୍ଥଳର ଆଖପାଖରେ ଯାତାୟତ କରିବା ସମୟରେ ଜାହାଜକୁ ସତର୍କ ରହିବାକୁ ଏବଂ ତୁରନ୍ତ ଯେକୌଣସି ଘଟଣାର ଖବର ତୁରନ୍ତ ଦେବାକୁ କୁହାଯାଇଥିଲା। ଏବେ ମଧ୍ୟ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored