Vladimir Putin Special Plane / କାହିଁକି ଦୁଇଟି ସମାନ ସୁପର ବିମାନ ସହିତ ଉଡ଼ିଥାନ୍ତି ଋଷୀୟ ରାଷ୍ଟ୍ରପତି? କ'ଣ ରହିଛି ଏହାର ବିଶେଷତ୍ୱ
·43 mins ago·3 min read

Key Points
ଋଷୀୟ ରାଷ୍ଟ୍ରପତିଙ୍କ ବିମାନ କୌଣସି ସାଧାରଣ ବିମାନ ନୁହେଁ। ଭ୍ଲାଦିମିର ପୁତିନ ବିଶ୍ୱର ଯେକୌଣସି ସ୍ଥାନରୁ ଦେଶର ପରମାଣୁ ଶକ୍ତିକୁ ନିୟନ୍ତ୍ରଣ କରିପାରିବେ। ମସ୍କୋରେ କେବଳ ଗୋଟିଏ ନୁହେଁ, ବରଂ ଚାରୋଟି ଏପରି ବିମାନ ଅଛି।
BRICS Summit 2026 India: ଚଳିତ ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ (BRICS Summit 2026 India) ଗସ୍ତରେ ଆସିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ସେ ମଜବୁତ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମସ୍କୋରୁ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଏତେ ମଜବୁତ ସୁରକ୍ଷା ମଧ୍ୟରେ ଋଷିଆରୁ ଭାରତ ଆସିଥିଲେ ଯେ, କେହି ଜାଣି ପାରିଲେ ନାହିଁ ଯେ ସେ କେଉଁ ବିମାନରେ ଥିଲେ। ତାଙ୍କ ବିମାନର ସୁରକ୍ଷା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ସ୍ୱଦେଶରୁ ଦୁଇଟି ସମାନ ସୁପର ବିମାନ ସହିତ ଉଡ଼ାଣ ଭରିଥିଲେ। ଯିଏ ଏକ ସମୟରେ ଉଡ଼ିଥାଏ। ଏହି ବିମାନର କେବଳ ମଡେଲ ନୁହେଁ ବରଂ ଏହାର ରଙ୍ଗ ଏବଂ ଡିଜାଇନ୍ ମଧ୍ୟ ସମାନ ଥିଲା। ବାହାରୁ କେହି କହିପାରିଲେ ନାହିଁ ଯେ ରାଷ୍ଟ୍ରପତି ପୁତିନ କେଉଁ ବିମାନରେ ଥିଲେ। ଏହା ଦେଶର ରାଷ୍ଟ୍ରପତିକ ସୁରକ୍ଷା ପାଇଁ ଋଷିଆ ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର କୌଶଳ। ଯାହା ଶତ୍ରୁ ପାଇଁ ମଧ୍ୟ ତାଙ୍କୁ ଚିହ୍ନଟ କରିବା ପ୍ରାୟ ଅସମ୍ଭବ କରିଥିଲା।
ଭ୍ଲାଦିମିର ପୁତିନଙ୍କ ସ୍ୱତନ୍ତ୍ର ବିମାନ
ଭ୍ଲାଦିମିର ପୁତିନ ଦୁଇଟି ସମାନ ସୁପର ବିମାନ IL-96-300PU ଯୋଗେ ତାଙ୍କ ସହଯୋଗୀଙ୍କ ସହିତ ମସ୍କୋରୁ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ହେଲେ କାହିଁକି ଋଷୀୟ ରାଷ୍ଟ୍ରପତିଙ୍କ ବିମାନ ଯାତ୍ରା ପାଇଁ ଦୁଇଟି ବ୍ୟବହୃତ ହୋଇଥିଲା ଏବଂ ସେ କେଉଁ ବିମାନରେ ଥିଲେ। ଏହାର ଉତ୍ତର କେବଳ ବ୍ୟକ୍ତିଗତ ଭାବରେ ସେ ନିଜେ କିମ୍ବା ତାଙ୍କ ସୁରକ୍ଷା ଏଜେନ୍ସି ଦେଇପାରିବେ। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଥିଲା ଯେପରି କେହି ଜାଣି ପାରିବେ ନାହିଁ ଯେ ରାଷ୍ଟ୍ରପତି ପୁତିନ କେଉଁ ବିମାନରେ ଭାରତ ଯାତ୍ରା କରିଥିଲେ।
ଋଷୀୟ ରାଷ୍ଟ୍ରପତିଙ୍କ ପାଇଁ ଉଡ଼ାଣ ଭରିଥିଲା ସମାନ ଧରଣର ଦୁଇଟି ସୁପର ବିମାନ
ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ପୁତିନଙ୍କ ବିଦେଶ ଯାତ୍ରା ବେଳେ ସମାନ ଧରଣର ସୁପର ବିମାନ ବ୍ୟବହାର କରିବା ମସ୍କୋର ଗୁପ୍ତ ସୁରକ୍ଷା କୌଶଳ। ଯାହା ସାରା ବିଶ୍ୱରେ "ଡିକୟ ଫ୍ଲାଇଟ୍" (Decoy Flights) ଭାବରେ ଜଣାଶୁଣା। ଯାହାର ଅର୍ଥ ହେଉଛି ଗୋଟିଏ ଅସଲି ଏବଂ ଅନ୍ୟଟି ନକଲି ବିମାନ। ବିଶେଷ କଥା ହେଉଛି ଉଭୟ ବିମାନ ଏକସଙ୍ଗେ ଉଡ଼ାଣ ଭରିଥାନ୍ତି। ହେଲେ ତଥାପି ଏହି ବିମାନ ମଧ୍ୟରୁ କେଉଁଥିରେ ଋଷୀୟ ରାଷ୍ଟ୍ରପତି ରହିଥାନ୍ତି, ସେକଥା ତାଙ୍କ ସୁରକ୍ଷା ଏଜେନ୍ସି ବ୍ୟତୀତ ଅନ୍ୟ କେହି ଜାଣନ୍ତିନାହିଁ।
ଏହା ସହ ପଢନ୍ତୁ: ଭାରତ ଗସ୍ତରେ ଆସୁଛନ୍ତି ପୁତିନ୍; BRICS ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ
ଡବଲ୍ ସିଲ୍ଡ ପ୍ରୋଟୋକଲ୍ ଡ୍ରିଲ୍ ନୂଆ ନୁହେଁ
ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସୁରକ୍ଷା ଦେବା ପାଇଁ, ଋଷିଆ ପାଇଁ ଡବଲ୍ ସିଲ୍ଡ ପ୍ରୋଟୋକଲ୍ (Double Shield Protocol Drill) ଏକ ନୂତନ କୌଶଳ ନୁହେଁ। ମସ୍କୋ ସୁରକ୍ଷା ଏଜେନ୍ସି ପୂର୍ବରୁ ଏହି କୌଶଳ ବ୍ୟବହାର କରି ସାରିଛନ୍ତି। ଶତ୍ରୁ ଆକ୍ରମଣ କରିବାକୁ ଚାହୁଁଥିଲେ ମଧ୍ୟ, ସେମାନଙ୍କୁ ପ୍ରଥମେ ଏହା ନିର୍ଣ୍ଣୟ କରିବାକୁ ହେବ ଯେ ରାଷ୍ଟ୍ରପତି ପୁତିନ କେଉଁ ବିମାନରେ ଅଛନ୍ତି। ଯାହା ଏକ କଷ୍ଟକର କାର୍ଯ୍ୟ। ପ୍ରତି କିଛି ମିନିଟ୍ ବ୍ୟବଧାନରେ ଉଭୟ ବିମାନରୁ ସିଗନାଲ୍ ଚାଲୁ ହେବା ସହ ବନ୍ଦ ହୋଇଥାଏ। ଏପରିକି ରାଡାର ଏହାକୁ ଏକକାଳୀନ ଦେଖିପାରେ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ'ଣ ରହିଛି ଏହି ବିମାନର ବିଶେଷତ୍ୱ?
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ବିମାନ ଏକାଠି ଉଡ଼ାଣ ଭରିଥାନ୍ତି। କେତେବେଳେ ଜଣଙ୍କର ରାଡାର ସିଗନାଲ ବନ୍ଦ ହୋଇଯାଏ, ଆଉ କେତେବେଳେ ଅନ୍ୟଟି କାମ କରିବା ବନ୍ଦ କରିଦିଏ। ଉଭୟ ବିମାନ ମଧ୍ ମଝିରେ ମଝିରେ ଆକାଶରେ ଗାଏବ ହୋଇଯାନ୍ତି। ସେମାନେ କେଉଁଠାରେ ଉଡୁଛନ୍ତି ତାହାର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଛାଡି଼ନଥାନ୍ତି। ୟୁକ୍ରେନ ସହିତ ଯୁଦ୍ଧ ଏବଂ ୟୁରୋପୀୟ ଦେଶ ସହ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁତିନଙ୍କୁ ସୁରକ୍ଷା ଦେବା ପାଇଁ ଋଷୀୟ ସୁରକ୍ଷା ସଂସ୍ଥା ଏହି ପଦକ୍ଷେପ ନେଇଛି।
"ଡିକଏ ଡ୍ରିଲ୍" (Decoy Drill) କୌଶଳ କ'ଣ?
ରାଷ୍ଟ୍ରପତି ପୁତିନ ଯେତେବେଳେ କାଜାଖସ୍ତାନ ଠାରେ ପହଞ୍ଚିଲେ, ସେତେବେଳେ ଆକାଶରେ ତାଙ୍କ ଦୁଇଟି ବିମାନ ମଧ୍ୟରେ ଏକ "ଡିକଏ ଡ୍ରିଲ" କରାଯାଇଥିଲା। "ଫ୍ଲାଇଟ୍ ଟ୍ରାକର୍" (Flight Tracker) ମଧ୍ୟ ଉଭୟ ବିମାନ ସମାନ ଗତିରେ ଏବଂ ସମାନ ସ୍ଥାନରେ ଉଡ଼ୁଥିବା ଦେଖାଇଥିଲା। ସେମାନଙ୍କ ମଧ୍ୟରେ ବହୁତ କମ୍ ଦୂରତା ଥିଲା। ଗୋଟିଏର ନାମ RSD221 ଏବଂ ଅନ୍ୟଟି RSD369 ଥିଲା। ପୁତିନ କେଉଁ ବିମାନରେ ବସିଥିଲେ ତାହା ନିର୍ଣ୍ଣୟ କରିବା ବହୁତ କଷ୍ଟକର ଥିଲା।
ଏହା ସହ ପଢନ୍ତୁ: ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ଦେଲେ ପୁତିନ୍; ଭାରତକୁ ନେଇ କହିଲେ ଏକଥା
ରାଷ୍ଟ୍ରପତି ପୁତିନଙ୍କ IL-96 ବିମାନର କ'ଣ ରହିଛି ବିଶେଷ ବୈଶିଷ୍ଟ୍ୟ
ଋଷିଆର ରାଷ୍ଟ୍ରପତିଙ୍କ ବିମାନ କୌଣସି ସାଧାରଣ ବିମାନ ନୁହେଁ। ସେ ଏଥିରେ ଉଡ଼ୁଥିବା ସମୟରେ ବିଶ୍ୱର ଯେକୌଣସି ସ୍ଥାନରୁ ଦେଶର ପରମାଣୁ ଶକ୍ତିକୁ ନିୟନ୍ତ୍ରଣ କରିପାରିବେ। ମସ୍କୋରେ କେବଳ ଗୋଟିଏ ନୁହେଁ ବରଂ ଏପରି ଚାରୋଟି ଏପରି ବିମାନ ରହିଛି। ଏହି ବିମାନ ବହୁତ ସ୍ୱତନ୍ତ୍ର। ଏଥିରେ ସାଟେଲାଇଟ୍ ଫୋନ୍ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ଉପକରଣ ଭଳି ଅନେକ ବୈଶିଷ୍ଟ୍ୟ ରହିଛି। ପୁତିନଙ୍କ ବିମାନର ଇନ୍ଧନ ଟାଙ୍କି ଏତେ ବଡ଼ ଯେ ଗୋଟିଏ ଥର ଇନ୍ଧନ ଭରିବା ପରେ ଏହା କୌଣସି ଅସୁବିଧା ବିନା ୧୩୦୦୦ ହଜାର ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ। ଯାହା ଦ୍ୱାରା ଯାତ୍ରା ମଝିରେ କୌଣସି ସ୍ଥାନରେ ଅବତରଣ କରିବାର ଆବଶ୍ୟକତା ନାହିଁ।

Related Topics
Explore more stories