President Putin Warns Western Countries / ପାଶ୍ଚାତ୍ୟ ଦେଶଙ୍କୁ ଚେତାବନୀ ଦେଲେ ପୁତିନ୍; ଭାରତକୁ ନେଇ କହିଲେ ଏକଥା
·3 months ago·2 min read

Key Points
ଭାରତ ସର୍ବଦା ଏକ ସାର୍ବଭୌମ ଦେଶ ଭାବରେ କାର୍ଯ୍ୟ କରିଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଯଦି କେହି ଭାରତ ଉପରେ ପ୍ରତିବନ୍ଧକ ଲଗାଇ ଧମକ ଦେବାକୁ ଚେଷ୍ଟା କରନ୍ତି, ତାହେଲେ ସେମାନଙ୍କର ଏହି ପଦକ୍ଷେପ ଓଲଟା ପ୍ରଭାବ ପକାଇବ।
Russian President Vladimir Putin on India: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ପୁଣି ଥରେ ଖୋଲାଖୋଲି ଭାରତ ସମର୍ଥନରେ ଆସିଛନ୍ତି। ସେ ଅନ୍ତର୍ଜାତୀୟ ସ୍ତରରେ ଭାରତର ସାର୍ବଭୌମତ୍ୱ ଏବଂ ରଣନୈତିକ ସ୍ୱାୟତ୍ତତାକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ରାଷ୍ଟ୍ରପତି ପୁତିନ୍ ପାଶ୍ଚାତ୍ୟ ଦେଶଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଛନ୍ତି ଯେ ଯେଉଁମାନେ ଭାରତ ପ୍ରତି ନକାରାତ୍ମକ ଦୃଷ୍ଟି ପକାଉଚନ୍ତି ସେମାନଙ୍କୁ ଏହାର ଭାରୀ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଭାରତ ବିରୋଧରେ କୌଣସି ପ୍ରତିବନ୍ଧକ ଲଗାଇବାର ଯେକୌଣସି ପ୍ରୟାସ ଓଲଟା ପ୍ରଭାବ ପକାଇବ। ଏପରିକି ଯେଉଁମାନେ ଏପରି କରିବେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡି଼ବ। ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଯିଏ ଏହାର ଜାତୀୟ ସ୍ୱାର୍ଥ ଉପରେ ଆଧାରିତ ନିଷ୍ପତ୍ତି ନେଇଥାଏ।
ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମ୍ (SPIEF) ରେ ଭାଷଣ ଦେଇ ଏକଥା କହିଛନ୍ତି ଋଷିଆ ରାଷ୍ଟ୍ରପତି। ଏନେଇ ସେ କହିଛନ୍ତି ଯେ ଭାରତ ସର୍ବଦା ଏହାର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇଆସିଛି। ଋଷିଆ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କେବେ ମୁଣ୍ଡ ନୂଆଁଇବ ନାହିଁ।
ଏହା ସହ ପଢନ୍ତୁ: କମ୍ପିଉଠିବେ ଶତ୍ରୁ ପକ୍ଷ; ଭାରତକୁ ଋଷିଆର ମିଳିଲା ଚତୁର୍ଥ ସୁଦର୍ଶନ ଚକ୍ର
ପ୍ରତିରକ୍ଷା ଏବଂ ଅର୍ଥନୈତିକ ନିଷ୍ପତ୍ତିରେ ଭାରତ ସମ୍ପୂର୍ଣ୍ଣ ସ୍ୱାଧିନ: ପୁତିନ୍
ରାଷ୍ଟ୍ରପତି ପୁତିନ୍ କହିଛନ୍ତି ଯେ ବିଶ୍ୱର କୌଣସି ଦେଶ ଏକଥା କହିପାରିବ ନାହିଁ ଯେ ଭାରତ କାହା ସହିତ ବାଣିଜ୍ୟ କାରବାର କରିବ କରିବ କିମ୍ବା କାହାଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବ। ସାର୍ବଭୌମ ଦେଶଙ୍କ ପାଖରେ ସେମାନଙ୍କର ପ୍ରତିରକ୍ଷା ଏବଂ ଅର୍ଥନୈତିକ ଅଂଶୀଦାର ବାଛିବାର ସମ୍ପୂର୍ଣ୍ଣ ସ୍ୱାଧିନତା ରହିଛି। ଭାରତକୁ ସବୁଠାରୁ ଆଧୁନିକ ଏବଂ ଉପଯୋଗୀ ବୋଲି ମନେ ହେଉଥିବା ଉତ୍ପାଦ କିମ୍ବା ପ୍ରଯୁକ୍ତିବିଦ୍ୟା ବାଛିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ବିଶ୍ୱରେ ଯିଏ ଯାହା କହୁ, ଭାରତ ସର୍ବଦା ସ୍ୱାଧିନ ଭାବରେ କାର୍ଯ୍ୟ କରିଆସିଛି।
ଯେତେବେଳେ ତାଙ୍କୁ ପଚରାଗଲା ଯେ ଭାରତ, ଋଷିଆରୁ ଅତ୍ୟାଧୁନିକ Su-57 ଲଢ଼ୁଆ ବିମାନ କିମ୍ବା S-500 ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବା ପାଇଁ ଆମେରିକା କିମ୍ବା ଅନ୍ୟ ପାଶ୍ଚାତ୍ୟ ଦେଶଙ୍କ ଠାରୁ ପ୍ରତିବନ୍ଧକର ସାମ୍ନା କରିବ କି? ଏହି ପ୍ରଶ୍ନର ଉତ୍ତରରେ ସେ ସ୍ପଷ୍ଟ କରିଥିଲେ ଯେ ଭାରତର ବୈଦେଶିକ ନୀତି ସମ୍ପୂର୍ଣ୍ଣ ସ୍ୱାଧିନ। ଏହାର ପ୍ରତିରକ୍ଷା କ୍ରୟ ନିଷ୍ପତ୍ତି କୌଣସି ବାହ୍ୟ ରାଜନୈତିକ ଚାପ ଦ୍ୱାରା ପରିଚାଳିତ ନୁହେଁ। ବରଂ ଭାରତର କାର୍ଯ୍ୟକ୍ଷମ ଆବଶ୍ୟକତା ଏବଂ ଦେଶର ସୁରକ୍ଷା ପ୍ରାଥମିକତା ଦ୍ୱାରା ପରିଚାଳିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ବଢିବ ଦେଶର ବାୟୁସୀମା ସୁରକ୍ଷା; ଖୁବ ଶୀଘ୍ର ମିଳିବ ଚତୁର୍ଥ ଏସ-୪୦୦ ୟୁନିଟ୍
ରାଷ୍ଟ୍ରପତି ପୁତିନ୍ କହିଥିଲେ, "Su-57" ଏକ ଉତ୍କୃଷ୍ଟ ଯୁଦ୍ଧ ବିମାନ। ହୁଏତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଆଧୁନିକ ଏବଂ ଅତ୍ୟାଧୁନିକ। ଆମେ ପୂର୍ବରୁ ଭାରତକୁ ମିଳିତ ଭାବରେ ଏହାକୁ ବିକଶିତ କରିବାକୁ ପ୍ରସ୍ତାବ ଦେଇଥିଲୁ। ଏକଥା ସତ ଯେ ସେହି ଯୋଜନା କାମ କରିନଥିଲା। ହେଲେ ଆମେ ଏହାକୁ ନିଜେ ବିକଶିତ କରିଥିଲୁ। ଏବେ ଆମେ Su-57 ଭାରତକୁ ବିକ୍ରୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

Related Topics
Explore more stories
Putin warns West on IndiaSanctions threat to India boomerangVladimir Putin SPIEF 2026 speechIndia Russia defense cooperation 2026Putin on PM Modi leadershipSanctions threat to India would boomerang immediately says PutinPutin backs India's strategic autonomy at St Petersburg forumRussian President Vladimir Putin praise PM Modi independent foreign policyUS sanctions on India over Russian defense systems Su-57Western interference in India Russia ties detrimental says Putin