Bangladesh New President / ବାଲାଂଦେଶ ରାଷ୍ଟ୍ରପତି ହେଲେ ମିର୍ଜା ଫଖରୁଲ ଇସଲାମ ଆଲମଗୀର
·1 hour ago·2 min read

Key Points
ବାଂଲାଦେଶ ସମ୍ବିଧାନ ଅନୁଯାୟୀ, ଯେତେବେଳେ ରାଷ୍ଟ୍ରପତି ପଦ ଖାଲି ହୋଇଯାଏ, ସେତେବେଳେ ନୂତନ ରାଷ୍ଟ୍ରପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ ଦେଶର ସଂସଦର ବାଚସ୍ପତି ରାଷ୍ଟ୍ରମୁଖ୍ୟ ଦାୟିତ୍ୱ ନିର୍ବାହ କରନ୍ତି। ସମ୍ବିଧାନ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ପଦ ଖାଲି ହେବାର ୯୦ ଦିନ ମଧ୍ୟରେ ସଂସଦକୁ ନୂତନ ରାଷ୍ଟ୍ରପତି ଚୟନ କରିବାକୁ ପଡିଥାଏ।
Bangladesh President Mirza Fakhrul Islam Alamgir: ଗୁରୁବାର (ଅଗଷ୍ଟ ୨୦) ବାଂଲାଦେଶର ୨୩ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ମିର୍ଜା ଫଖରୁଲ ଇସଲାମ ଆଲମଗୀର। ରାଷ୍ଟ୍ରପତି ନିର୍ବାଚିତ ହେବା ସେ ପୂର୍ବ ଦେଶରେ କ୍ଷମତାସୀନ ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ପୂର୍ବତନ ସାଧାରଣ ସମ୍ପାଦକ। ଦେଶର ଜାତୀୟ ସଂସଦରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୨୫୫ ଭୋଟ ମିଳିଥିଲା। ବିଏନପି (BNP) ନେତା ଆଲମଗୀର, ବିରୋଧି ଦକ୍ଷିଣପନ୍ଥୀ ବାଂଲାଦେଶ ଜମାତ-ଏ-ଇସଲାମି ଏବଂ ଦେଶର ପ୍ରଥମ ପ୍ରମୁଖ ଛାତ୍ର-ନେତୃତ୍ୱାଧିନ ରାଜନୈତିକ ଦଳ, ନ୍ୟାସନାଲ ସିଟିଜେନ୍ସ ପାର୍ଟି (NCP) ଦ୍ୱାରା ପରିଚାଳିତ ୧୧-ଦଳୀୟ ବିରୋଧି ମେଣ୍ଟର ପ୍ରାର୍ଥୀ ଓଲି ଅହମଦଙ୍କୁ ପରାସ୍ତ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ମେଣ୍ଟର ପ୍ରାର୍ଥୀଙ୍କୁ କେବଳ ୮୮ ଖଣ୍ଡ ଭୋଟ ମିଳିଥିଲା।
କାହିଁକି ଅନୁଷ୍ଠିତ ହେଉନଥିଲା ରାଷ୍ଟ୍ରପତି ନିର୍ବାଚନ
ବାଲାଂଦେଶ ରାଷ୍ଟ୍ରପତି ନିର୍ବାଚନରେ ଦେଶର ସଂସଦର ମୋଟ ୩୪୩ ଜଣ ସଦସ୍ୟ ସେମାନଙ୍କର ମତଦାନ କରିଥିଲେ। ମୁଖ୍ୟ ନିର୍ବାଚନ କମିଶନର ASM ନାସିର ଉଦ୍ଦୀନଙ୍କ ତତ୍ତ୍ୱାବଧାନରେ ଗୁରୁବାର ଅପରାହ୍ନ ଦୁଇଟାରୁ ସନ୍ଧ୍ୟା ପାଞ୍ଚଟା (ସ୍ଥାନୀୟ ସମୟ) ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନର ଫଳାଫଳ ଘୋଷଣା କରି ଆଲମଗୀରଙ୍କୁ ଦେଶର ନୂତନ ରାଷ୍ଟ୍ରପତି ଘୋଷଣା କରିଥିଲେ। ଚଲିତ ବର୍ଷ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ସ୍ୱତନ୍ତ୍ର ରହିଥିଲା। କାରଣ ପ୍ରାୟ ୩୫ ବର୍ଷ ପରେ ପ୍ରଥମ ଥର ପାଇଁ, ଏକାଧିକ ପ୍ରାର୍ଥୀ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ, ବିରୋଧି ଦଳ କୌଣସି ପ୍ରାର୍ଥୀ ନିର୍ବାଚନ ଲଢୁନଥିଲେ। ଏହି ନିର୍ବାଚନରେ କେବଳ ଶାସକ ଦଳ ହିଁ ପ୍ରାର୍ଥୀ ଦେଉଥିଲା।
ଏହା ସହ ପଡନ୍ତୁ: ୨୦ ଅଗଷ୍ଟରେ ହେବ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନ, ୧୩ ତାରିଖ ସୁଦ୍ଧା ଦାଖଲ ହେବ ନାମାଙ୍କନ ପତ୍ର
ଏଥର କିପରି ଅନୁଷ୍ଠିତ ହୋଇଥିଲା ନିର୍ବାଚନ?
ଯେତେବେଳେ ଶାସକ ଦଳ BNP, ମିର୍ଜା ଫଖରୁଲ ଇସଲାମ ଆଲମଗୀରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା, ସେତେବେଳେ ସେ ରାଷ୍ଟ୍ରପତି ନିର୍ବାଚିତ ହେଉଥିବାର ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। ହେଲେ ତଥାପି ଏଥରର ରାଷ୍ଟ୍ରପତିୁ ନିଯୁକ୍ତି କେବଳ ଯେ ଏକ ଔପଚାରିକତା ଭାବରେ କୌଣସି ସରକାରୀ ପଦବୀ ଭରିବା ତାହା ନୁହେଁ। ବରଂ ଏହା ଜଣେ ରାଜନେତାଙ୍କ ସ୍ୱୀକୃତି ଯାହାଙ୍କୁ ତାଙ୍କ ଦଳ BNP ବାହାରେ ମଧ୍ୟ ସମ୍ମାନ ମିଳିଛି।
ଭାରତକୁ ନେଇ କ'ଣ ରହିଛି ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ
ନବନିର୍ବାଚିତ ବାଂଲାଦେଶ ରାଷ୍ଟ୍ରପତି ମିର୍ଜା ଫଖରୁଲ ଇସଲାମ ଆଲମଗୀରଙ୍କ ଭାରତ ପ୍ରତି ଆଭିମୁଖ୍ୟ ସ୍ପଷ୍ଟ ରହିଛି। ସେ ଶତ୍ରୁତାପୂର୍ଣ୍ଣ ମାହୋଲ ବଦଳରେ ପରିବର୍ତ୍ତେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଭାରତ ସହିତ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ, ସେ ସ୍ପଷ୍ଟ କରିଛନ୍ତି ଯେ ଏପରି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ବାଧିତ କରିବା ଉଚିତ୍ ନୁହେଁ। ଆବଶ୍ୟକୀୟ ଆଇନଗତ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ତାଙ୍କୁ ଜଣେ ଉଦାରବାଦୀ ଗଣତାନ୍ତ୍ରିକ ନେତା ଭାବରେ ବିବେଚନା କରାଯାଏ। ଭାରତ ସମେତ ପଡ଼ୋଶୀ ଦେଶ ସହିତ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ସେ ସମର୍ଥନ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories